୪୦ ବର୍ଷ ହେଲା ଗଛରେ ବସି ଅଧ୍ୟୟନ କରୁଛନ୍ତି ୬୪ ବର୍ଷ ବୟସ୍କା ମହିଳା

Published By : Prameya-News7 Bureau | December 19, 2018 IST

ଆମେରିକାରେ ରହୁଥିବା ୬୪ ବର୍ଷ ବୟସ୍କା ଭାରତୀୟ ବୈଜ୍ଞାନିକ ନଳିନୀ ନାଦକର୍ଣ୍ଣି ଜଙ୍ଗଲରେ ରହି ଜଳବାୟୁ ଓ ପର୍ଯାବରଣ ବିଷୟରେ ଅଧ୍ୟୟନ କରୁଛନ୍ତି | ବହୁତ ବର୍ଷ ହେଲାଣି ନଳିନୀ କୋଷ୍ଟାରିକାର ମାଂଟବରଦେ ଜଙ୍ଗଲରେ ବସବାସ କରୁଛନ୍ତି | ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେଉଁ ଜଙ୍ଗଲରେ ଚାଲିବା କଷ୍ଟକର ହୋଇଥାଏ ସେହି ଜଙ୍ଗଲରେ ନଳିନୀ ଗଛରେ ବସି ଜଳବାୟୁର ସ୍ଥିତି ଅନୁଧ୍ୟାନ କରୁଛନ୍ତି | ଗୋଟିଏ ଗଛରୁ ଅନ୍ୟ ଗଛକୁ ଯିବା ପାଇଁ ସେ ରଶି ବ୍ୟବହାର କରିଥାନ୍ତି |

ନଳିନୀଙ୍କ ଅନୁଧ୍ୟାନର ମୁଖ୍ୟ ବିଷୟ ହେଲା ଗୋଟିଏ ଗଛରୁ ବାହାରୁଥିବା ଅନ୍ୟ ଏକ ଗଛ | କୋଷ୍ଟାରିକାରେ ଜଙ୍ଗଲର ପରିସ୍ଥିତି ଅଧ୍ୟୟନ କରୁଛନ୍ତି | ସେଠାକାର ଗଛଗୁଡିକର ଉଚ୍ଚତା ସାଧାରଣତଃ ୧୫୦୦ ରୁ ୧୮୦୦ ମିଟର ଲମ୍ବା ହୋଇଥାଏ | ଗଛର ଉଚ୍ଚତା ସେଠାକାର ପାଣି ଓ ଖଣିଜ ପଦାର୍ଥ ଉପରେ ନିର୍ଭର କରେ | 

{"id":65338}

ମାଂଟବରଦେ ଜଙ୍ଗଲରେ ବର୍ଷର ଅଧିକାଂଶ ସମୟ କୋହଲା ପାଗ ରହିଥାଏ | ଜଙ୍ଗଲ ଅଧିକାଂଶ ସମୟରେ ବାଦଲଯୁକ୍ତ ରହିଥାଏ | ତଥାପି ସେଠାରେ ଗ୍ଲୋବାଲ ୱାର୍ମିଙ୍ଗର ଭୟାବହତା ଉତ୍ପନ୍ନ ହେବାରେ ଲାଗିଛି | ଜଙ୍ଗଲରୁ ରଙ୍ଗ ବେରଂଗ ପକ୍ଷୀ, ବାଦୁଡ଼ି ଆଦି ଧୀରେ ଧୀରେ ଲୁପ୍ତ ହେବାକୁ ବସିଲେଣି | କୋଷ୍ଟାରିକାର ଏହି ଜଙ୍ଗଲ ଦୁନିଆର ପ୍ରସିଦ୍ଧ ଜଙ୍ଗଲରୁ ମଧ୍ୟରୁ ଗୋଟିଏ | କିନ୍ତୁ ଏହାର ଭବିଷ୍ୟ ଓ ସୁରକ୍ଷା ନେଇ ନଳିନୀ ବହୁତ ଚିନ୍ତିତ |

ନଳିନୀଙ୍କ ଅନୁସାରେ କୋଷ୍ଟାରିକାର ଏହି ବାଦଲ ଘେରା ଜଙ୍ଗଲ ଅନ୍ୟତମ | ଦୁନିଆର ସବୁ ଜଙ୍ଗଲ ମଧ୍ୟରେ ୧ ପ୍ରତିଶତ ବାଦଲ ଘେରା ଜଙ୍ଗଲ ରହିଛି | ବର୍ଷର ଅଧିକାଂଶ ସମୟ ଏଠାରେ ବାଦଲ ଘେରି ରହିଥିବା ଏହି ଜଙ୍ଗଲର ବିଶେଷତ୍ବ | ବଡ ବଡ ଗଛ ପାଇଁ ଜଙ୍ଗଲ ଅଂଧାରମୟ ହୋଇ ରହିଥାଏ | ନଳିନୀ କହିଛନ୍ତି ଯେ, ଅନ୍ଧାର ଯୋଗୁଁ ସେ ଗଛର ଉପରି ଭାଗକୁ ଚାଲିଯାଆନ୍ତି | ଜଙ୍ଗଲର ଉପରି ଭାଗ ଏକ ଅନ୍ୟ ପ୍ରକାର ଦୁନିଆ ଭଳି ଅନୁଭୂତ ହେଉଥିବା ସେ କହିଛନ୍ତି | 

{"id":65339}

ନଳିନୀ କହିଛନ୍ତି ଯେ, ଦୁନିଆର ୩ଟି ଜିନିଷ ଉପରେ ଜଳବାୟୁ ପରିବର୍ତ୍ତନର ଭୟାବହତା ନିର୍ଭର କରେ | ସେଗୁଡିକ ହେଲା, କୋରାଲ ରିଫ ବା ମୁଗୁନି ପଥର , ଗ୍ଲେସିୟର ଏବଂ କ୍ଲାଉଡ଼ ଫରେଷ୍ଟ | ଏହି ୩ଟି ଜିନିଷରେ ପରିବର୍ତ୍ତନ ହେବାରେ ଲାଗିଛି | ଏଥିରୁ ସ୍ପଷ୍ଟ ଯେ, ଜଳବାୟୁ ଦ୍ରୁତ ଗତିରେ ପରିବର୍ତ୍ତନ ହେବାରେ ଲାଗିଛି |

ନଳିନୀ ଏବଂ ତାଙ୍କ ସହଯୋଗୀ କେମରନ ୩୦ ମିଟର ଉଚ୍ଚ ଗଛର ଶାଖା ଉପରେ ବସି ଜଳବାୟୁରେ ହେଉଥିବା ପରିବର୍ତ୍ତନ ଉପରେ ଅଧ୍ୟୟନ କରିଥାନ୍ତି | ଆମେରିକାର ପ୍ରଶାନ୍ତ ମହାସାଗର ପଶ୍ଚିମ-ଉତ୍ତରରେ ସ୍ଥିତ ଏକ ଜଙ୍ଗଲରେ ନଳିନୀଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା | ୧୫ ମିଟର ଉଚ୍ଚରେ ଥିବାବେଳେ ତାଙ୍କ ରଶି ଛିଣ୍ଡି ଯାଇଥିଲା | ବାଲି ବସ୍ତା ପଡିଲା ଭଳି ସେ ତଳେ ପଡିଯାଇଥିଲେ | ୬ ଘଣ୍ଟା ପରେ ହେଲିକେପ୍ଟର ଜରିଆରେ ତାଙ୍କୁ ଉଦ୍ଧାର କରାଯାଇଥିଲା | 

{"id":65340}

ନଳିନୀ କୁହନ୍ତି ଯେ, ସେ ୪୦ ବର୍ଷ ହେଲା ନିଜର ଅଧିକାଂଶ ସମୟ ଗଛ ଉପରେ ଅତିବାହିତ କରିଥାନ୍ତି | ତାଙ୍କୁ ଏଥିରେ କୌଣସି ସମସ୍ୟା ହୋଇନଥାଏ | ତାଙ୍କ ମତରେ ଗଛ ହେଉଛି ସବୁଠାରୁ ସୁରକ୍ଷିତ ସ୍ଥାନ | ନଳିନୀଙ୍କ ମେରୁଦଣ୍ଡରେ ୫ ଥର ଆଘାତ ଲାଗି ସାରିଛି | ଅଣ୍ଟାର ହାଡ ମଧ୍ୟ ୩ଟି ଜାଗାରେ ଭାଙ୍ଗି ସାରିଛି | ତଥାପି ସେ ପଛଘୁଞ୍ଚା ନ ଦେଇ ନିଜ କାମରେ ଲାଗିଛନ୍ତି |

ନଳିନୀ ଅଭିଯୋଗ କରିଛନ୍ତି ଯେ, ମାଂଟବରଦେକୁ କ୍ଲାଉଡ଼ ଫରେଷ୍ଟ ନାଁରେ ବିକ୍ରି କରାଯାଉଛି | ଏମିତି ଯଦି ଲାଗି ରହିବ ତାହେଲେ କ୍ଲାଉଡ଼ ଫରେଷ୍ଟ ନାଁରେ ଶେଷରେ ରେନ ଫରେଷ୍ଟ ହୋଇଯିବ | ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ୨୦୪୦ ମସିହା ବେଳକୁ କ୍ଲାଉଡ଼ ଫରେଷ୍ଟ ବଦଳରେ ରେନ ଫରେଷ୍ଟ ହିଁ ମିଳିବ ବୋଲି ନଳିନୀ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.