ଚୀନ୍‌ରେ ଭୟଙ୍କର କୋରନା ଭାଇରସ୍‌ର ଶିକାର ହେଲେ ଭାରତୀୟ ଶିକ୍ଷୟତ୍ରୀ - ଆଇସିୟୁରେ ଭର୍ତ୍ତି

Published By : Prameya-News7 Bureau | January 20, 2020 IST

ବେଜିଂ ୨୦।୦୧ - ଚୀନ୍‌ରେ ଏବେ କୋରନା ଭାଇରସ୍‌ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍‌ ଯୋଗୁଁ ପ୍ରବଳ ଥଣ୍ଡା ସର୍ଦ୍ଦି ପରି ସଂକ୍ରମଣ ହେଉଛି ।ଏହି ସଂକ୍ରମଣ ହେଲେ ଶ୍ୱାସ କ୍ରିୟାରେ ଅସୁବିଧା ହୋଇଥାଏ । ଭାରତୀୟ ଶିକ୍ଷୟତ୍ରୀ ଚୀନ୍‌ରେ ପ୍ରଥମ ବିଦେଶୀ ନାଗରିକ ଭାବେ ଏହି ସଂକ୍ରମଣର ଶିକାର ହୋଇଛନ୍ତି । ତାଙ୍କୁ ଭୀଷଣ ଶ୍ୱାସକ୍ରିୟା ଜନିତ ସଂକ୍ରମଣ ବା ସିଭିୟର ଆକ୍ୟୁଟ ରେପସପରେଟୋରୀ ସିଣ୍ଡ୍ରୋମ ହୋଇଛି । ମାହେଶ୍ୱରୀଙ୍କୁ ଚୀନ୍‌ର ଏକ ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଛଇ । ତାଙ୍କୁ ଭଣ୍ଟିଲେଟର ବା ଶ୍ୱାସକ୍ରିୟା ସହାୟକ ଯନ୍ତ୍ର ଉପରେ ରଖାଯାଇଛି । ସେ ଚୀନ୍‌ରେ ଶେଂଜେନବ ଇଣ୍ଟରନ୍ୟାସନାଲ ସ୍କୁଲରେ ଶିକ୍ଷୟତ୍ରୀ ଭାବେ କାମ କରୁଛନ୍ତି ।

{"id":123162,"sizeSlug":"large"}

ମାହେଶ୍ୱରୀଙ୍କ ପତି ଆୟୁଷ୍ମାନ କୋବାଲଙ୍କ ଅନୁସାରେ ଡାକ୍ତରମାନେ ତାଙ୍କୁ କୋରୋନା ଭାଇରସ୍‌ ଯୋଗୁଁ ସଂକ୍ରମଣ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଚାଲଛି ବୋଲି ସେ କହିଛନ୍ତି । ସେ ଏବେ ଚେତାଶୂନ୍ୟ ଅବସ୍ଥାରେ ଅଛନ୍ତି । ଏଥିରୁ ଭଲ ହେବା ପାଇଁ ବହୁ ଦିନ ଲାଗିବ ବୋଲି ଚିକିତ୍ସା କରୁଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି ।

{"id":156689,"sizeSlug":"large"}
Patient visits doctor at the hospital. Concept of medical healthcare and doctor staff service.

ଏହି ଭାଇରସ୍‌ କାରଣରୁ ଏବେ ଚୀନ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା SARS ସହ ସମାନ । ଏହି ସଂକ୍ରମଣ କାରଣରୁ ୨୦୦୨ -୨୦୦୩ରେ ହଂକଂରେ ୬୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ୬୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.