ଦୁନିଆରେ ଦ୍ରୁତ ଗତିରେ ମଜଭୁତ ହେଉଥିବା ମୁଦ୍ରା ତାଲିକାର ଦ୍ୱିତୀୟ ସ୍ଥାନରେ ଭାରତୀୟ ଟଙ୍କା, ହେବ କି ଡଲାରର ବିକଳ୍ପ ?

Published By : Prameya-News7 Bureau | May 03, 2023 IST

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ପ୍ରଥମ ମାସ ଏପ୍ରିଲ ୨୦୨୩ରେ ଭାରତୀୟ ମୁଦ୍ରା ଟଙ୍କା ଦୁନିଆର ଦ୍ୱିତୀୟ ସବୁଠୁ ଦ୍ରୁତ ଗତିରେ ମଜଭୁତ ହେଉଥିବା ମୁଦ୍ରା ହୋଇଛି । ଏଠାରେ ମଜଭୁତ ମୁଦ୍ରାର ଅର୍ଥ ହେଉଛି ଏପରି ମୁଦ୍ରା ଯିଏ ବିଶ୍ୱ ବଜାରରେ ନିଜ ପରିଚୟ ଏବଂ ସ୍ଥାନ ବଡ଼ କରୁଛି ।

ଏପ୍ରିଲରେ ଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କା ୦.୪୧ ପ୍ରତିଶତ ମଜଭୁତ ହୋଇଥିଲା । ପ୍ରଥମ ସ୍ଥାନରେ ଇଣ୍ଡୋନେସିଆ ମୁଦ୍ରା ରୁପିୟା ରହିଥିଲା । ଇଣ୍ଡୋନେସିଆର ରୁପିୟା ଡଲାର ତୁଳନାରେ ପ୍ରାୟ ୨ ପ୍ରତିଶତ ମଜଭୁତ ହୋଇ ସୂଚୀର ପ୍ରଥମ ସ୍ଥାନରେ ରହିଛି ।

ଗତ ମାସରେ ଦ୍ରୁତ ଗତିରେ ମଜଭୁତ ହୋଇଥିବା ମୁଦ୍ରାଙ୍କ ମଧ୍ୟରେ ଟଙ୍କା ରହିବା ପଛରେ ଦେଶରେ ମଜଭୁତ ଆର୍ଥିକ ଗତିବିଧି ଏବଂ ତେଲର ମୂଲ୍ୟରେ ହ୍ରାସ ସାମିଲ ରହିଛି । ଏହାଛଡା ସେୟାର ବଜାରରେ ଏଫଆଇଆଇ ଲଗାତାର ନିବେଶ ଟଙ୍କା ମଜଭୁତ ହେବା ପଛର ଅନ୍ୟ ଏକ କାରଣ ।

୨୦୨୨ରେ ଟଙ୍କାର ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ପରେ, ୨୦୨୩ରେ ବର୍ତ୍ତମାନ ସୁଦ୍ଧା ଟଙ୍କା ଡଲାର ତୁଳନାରେ ୮୧.୮୪ରେ ସ୍ଥିର ରହିଛି । କ୍ୟାପିଟାଲ ଆଉଟଫ୍ଲୋକୁ ନେଇ ଜାରି ଅନିଶ୍ଚିତତା ସତ୍ତ୍ୱେ ୨୦୨୩ରେ ଏବେ ଭାରତୀୟ ମୁଦ୍ରା ସ୍ଥିର ରହିଛି ।

ସୂଚନାଯୋଗ୍ୟ ଯେ ଆଗାମୀ ଦିନରେ ଭାରତୀୟ ମୁଦ୍ରା ଟଙ୍କା ଦୁନିଆରେ ମଜଭୁତ ହେଉଥିବା ମୁଦ୍ରା ତାଲିକାର ପ୍ରଥମ ସ୍ଥାନରେ ରହିପାରେ । ଦେଶର ବିତ୍ତୀୟ ନିଅଣ୍ଟ କମ ହେବାରେ ଲାଗିଛି । ଯଦି ଏପରି ଜାରି ରହେ ତେବେ ଆଗାମୀ ଦିନରେ ଆମେରିକାର ଡାଲର ତୁଳନାରେ ଟଙ୍କା ମଧ୍ୟ ରିଜର୍ଭ କରେନ୍ସି ହେବ ଏଥିରେ କୌଣସି ସନ୍ଦେହ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.