Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କ’ଣ ଏହି ‘କବଚ’ ସିଷ୍ଟମ ? ଏଡାଇ ପାରିଥାନ୍ତା କି ଦୁର୍ଘଟଣା ?

5/06/2023 at 1:26 PM

ନୂଆଦିଲ୍ଲୀ ୦୫।୦୬: ଗନ୍ତବ୍ୟସ୍ଥଳ ଅଭିମୁଖେ ଦ୍ରୁତବେଗରେ ଆରମ୍ଭ କରିଥିଲା ଯାତ୍ରା । ଷ୍ଟେସନ ଛାଡିବାର ମାତ୍ର କିଛି ସମୟ ପରେ ହଠାତ ଥରି ଉଠିଲା ଟ୍ରେନ । କେହି କିଛି ଭାବିବା ଆଗରୁ ବଦଳିଗଲା ପୁରା ଚିତ୍ର । ଚାରିଆଡେ ଘୋଟିଗଲା ଅନ୍ଧାର । ଆଉ ଶୁଭିଲା ଯାତ୍ରୀଙ୍କ ଚିତ୍କାର । ସେ ଶବ୍ଦରୁ ମନେ ହେଉଥିଲା ଲୌହ ମାନବ ଯେପରି କରୁଛି ରକ୍ତଭୋଜି । ବାଲେଶ୍ବର ବାହାନଗାରେ ଓଲଟି ପଡିଥିଲା କରମଣ୍ଡଳ ଏକ୍ସପ୍ରେସ । ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା ।

ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଖବର ରହିଛି । ଏହି ଦୁର୍ଘଟଣା ପୁରା ବିଶ୍ବକୁ ଦୋହଲାଇ ଦେଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେମିତି ଓ କେଉଁ ପରିସ୍ଥିତିରେ ହେଲା ଦୁର୍ଘଟଣା ? ଏବେ କିନ୍ତୁ କବଚ ସିଷ୍ଟମକୁ ନେଇ ଚର୍ଚ୍ଚା । ଅନେକ କହୁଛନ୍ତି ଯଦି ଏହି ଟ୍ରେନରେ କବଚ ସିଷ୍ଟମ ଥାନ୍ତା ତେବେ ଦୁର୍ଘଟଣା ଆଦୌ ହୋଇନଥାନ୍ତା । ତେବେ କଣ ଏହି କବଚ ?

 ବାସ୍ତବରେ, କିଛି ମାସ ପୂର୍ବରୁ ଦେଶର ରେଳ ମନ୍ତ୍ରଣାଳୟ କହିଥିଲା କି ଏମିତି ଏକ ସିଷ୍ଟମ ଆଣିବାକୁ ଯାଉଛି ଯାହା ରେଳ ଦୁର୍ଘଟଣାକୁ ରୋକି ପାରିବ । ଏହାକୁ କବଚ ସିଷ୍ଟମ କୁହାଯାଏ । ଯାହାର ସମ୍ପୂର୍ଣ୍ଣ ନାମ ହେଉଛି ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍ ବା Train Collision Avoidance System । କବଚ ହେଉଛି ଭାରତୀୟ ରେଳର ସ୍ୱୟଂଚାଳିତ ସୁରକ୍ଷା ବ୍ୟବସ୍ଥା । ଯାହା ମାଧ୍ୟମରେ ରେଳବାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିବାକୁ ଯୋଜନା କରୁଛି । କବଚ ହେଉଛି ଏକ ସିଷ୍ଟମ୍ । ଯାହା ପ୍ରତ୍ୟେକ ଷ୍ଟେସନରେ ଏକ କିଲୋମିଟର ଦୂରତାରେ ଇନଷ୍ଟଲ୍ କରାଯାଇଥାଏ । ଏହା ସହିତ ଟ୍ରେନ୍, ଟ୍ରାକ୍ ଏବଂ ରେଳ ସିଗନାଲ୍ ସିଷ୍ଟମରେ ମଧ୍ୟ ଇନଷ୍ଟଲ୍ କରାଯାଇଥାଏ । ଅଲ୍ଟ୍ରା ହାଇ ରେଡିଓ ଫ୍ରିକ୍ୱେନ୍ସି ମାଧ୍ୟମରେ ଏହାର ସମ୍ପୂର୍ଣ୍ଣ ସିଷ୍ଟମ୍ ପରସ୍ପର ସହିତ ଅଲଟ୍ରା ହାଇ ରେଡିଓ ଫ୍ରିକ୍ୱେନ୍ସି ଜରିଆରେ ଯୋଗାଯୋଗ କରିଥାଏ ।

ଅର୍ଥାତ୍ ଯେତେବେଳେ କୌଣସି କାରଣରୁ ଟ୍ରେନ୍‌ଟି ସଙ୍କେତକୁ ଅତିକ୍ରମ କରିଥାଏ , ସେତେବେଳେ ଏହି କବଚ ସକ୍ରିୟ ହୋଇଯାଏ । ଥରେ ଆକ୍ଟିଭ୍ ହୋଇଗଲେ, କବଚ ସିଷ୍ଟମ୍ ଲୋକୋ ପାଇଲଟ୍ କୁ ସତର୍କ କରାଏ ଏବଂ ତା’ପରେ ଟ୍ରେନର ବ୍ରେକ୍ ନିୟନ୍ତ୍ରଣ କରିବା ଆରମ୍ଭ କରେ । ଏହା ସହିତ, ଯଦି କବଚ ସିଷ୍ଟମ୍ ଜାଣେ ଯେ ଅନ୍ୟ ଏକ ଟ୍ରେନ୍ ମଧ୍ୟ ସମାନ ଟ୍ରାକରେ ଆସୁଛି, ତେବେ ଏହା ଅନ୍ୟ ଟ୍ରେନ୍ ପାଇଁ ଏକ ଆଲର୍ଟ ପଠାଏ ଏବଂ ଅନ୍ୟ ଟ୍ରେନ୍ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଆସି ନିଜକୁ ଅଟକାଇଥାଏ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭ ଟି ଟ୍ରେନରେ ଲାଗିଛି କବଚ ସିଷ୍ଟମ ।

You Can Read:

   Related Posts