କରୋନା ମୁକାବିଲା ପାଇଁ ସଜାଗ ରେଲଓ୍ୱେ: ଟ୍ରେନ୍ କୋଚକୁ କରାଯିବ ଆଇସୋଲେସନ ଓ୍ୱାର୍ଡ, ରହିବ ଆଇସିୟୁ ସୁବିଧା

Published By : Prameya-News7 Bureau | March 27, 2020 IST

ନୂଆଦିଲ୍ଲୀ, ୨୭|୦୩:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରେଳବାଇକୁ ଅପହଞ୍ଚ ଇଲାକାରେ ରେଳ କୋଚକୁ ଆଇସୋଲେସନ ଓ୍ୱାର୍ଡ ଓ ଆଇସିୟୁରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ରେଳବାଇ କୋଭିଡ-୧୯ର ମୁକାବିଲା ପାଇଁ ରେଳ ଡବାକୁ ଆଇସୋଲେସନ ଓ୍ୱାର୍ଡରେ ରୂପାନ୍ତରିତ କରିବା ପାଇଁ ଡିଜାଇନ୍ ପ୍ରସ୍ତୁତ କରିଛି । ତେବେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆଉ ଅଳ୍ପ କିଛି କାମ ବାକି ରହିଥିବା ବିଭାଗ କହିଛି ।

ଡିଜାଇନରେ କେତେକ ରେଳ ଡବାର ମୁଖ୍ୟ ଦ୍ୱାର ଭଙ୍ଗାଯାଇ ପାଇଖାନା କରାଯାଇଥିବା ବେଳେ ଆଉ କିଛିର ମଝି ବର୍ଥକୁ ବାହାର କରାଯାଇ ଗାଧୁଆ ଘର କରାଯାଇଛି । ଏହି ଗାଧୁଆ ଘରେ କାଠ ନିର୍ମିତ କବାଟ ବ୍ୟବହାର କରାଯାଇଛି । ଏହାସହ ହାଣ୍ଡ୍ ସାଓ୍ୱାର, ସାବୁନ କେସ, ମଗ୍ ଆଦି ରଖିବା ପାଇଁ ବ୍ୟବସ୍ଥା ହୋଇଛି ।

{"id":244846,"width":755,"height":504,"sizeSlug":"large"}

ସେହିପରି ଆଉ କିଛି ରେଳ ଡବାର ମଝି ଓ ଉପର ବର୍ଥକୁ ବାହାର କରାଯାଇ ଔଷଧ ଉପକରଣ ରଖିବା ପାଇଁ ସେଲ୍ଫ ନିର୍ମାଣ କରାଯାଇଛି । ସମସ୍ତ ଲାପଟପ ଓ ମୋବାଇଲ ଚାର୍ଜିଂ ପଏଣ୍ଟକୁ ମଧ୍ୟ ସଚଳ କରାଯାଇଛି । ଏଠାରେ ଆଇସୋଲେସନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଏପିରିକି ଆଇସିୟୁ ବ୍ୟବସ୍ଥା ମଧ୍ୟ ଏଥିରେ କରାଯିବ ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ରେଳବାଇ ବୋର୍ଡର ନିର୍ଦ୍ଦେଶକ ବିନୋଦ କୁମାର ବୁଧବାର ଏଥିପାଇଁ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା  କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.