ଭାରତୀୟ ରେଳବାଇର ନିର୍ଦ୍ଦେଶ : ଟ୍ରେନ୍‌ ଗାର୍ଡଙ୍କୁ କୁହାଯିବ 'ଟ୍ରେନ ମ୍ୟାନେଜର'

Published By : Prameya-News7 Bureau | January 15, 2022 IST

ନୂଆଦିଲ୍ଲୀ୧୫।୦୧ : ଏଣିକି ଏବେ ଭାରତୀୟ ରେଳବାଇରେ ‘ଗାର୍ଡ’ଙ୍କୁ ‘ଟ୍ରେନ ମ୍ୟାନେଜର’ କୁହାଯିବ । ରେଳବାଇ ପକ୍ଷରୁ ଏହି ବିଷୟରେ ନିର୍ଦ୍ଦେଶ ଜାରି କରାଯାଇଛି । ରେଳବାଇରେ 'ଗାର୍ଡ' ପୋଷ୍ଟର ନାମ ପରିବର୍ତ୍ତନ କରାଯାଇଛି। ତେବେ ପେ ସ୍କେଲରେ କୌଣସି ପରିବର୍ତ୍ତନ ହେବନି । ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନି । ସେମାନଙ୍କ କର୍ତ୍ତବ୍ୟରେ ମଧ୍ୟ ପରିବର୍ତ୍ତନ ହେବନି ।

କେବଳ ଗାର୍ଡ ବଦଳରେ ଟ୍ରେନ୍‌ ମ୍ୟାନେଜର କୁହାଯିବ ଏହି ପ୍ରସଙ୍ଗରେ ଗୁରୁବାର ଦିନ ରେଳ ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ରେଲୱେ ବୋର୍ଡ ଆସିଷ୍ଟାଣ୍ଟ ଗାର୍ଡକୁ 'ଆସିଷ୍ଟାଣ୍ଟ ପାସେଞ୍ଜର ଟ୍ରେନ୍ ମ୍ୟାନେଜର' ଏବଂ ସିନିୟର ପାସେଞ୍ଜର ଗାର୍ଡକୁ 'ସିନିୟର ପାସେଞ୍ଜର ଟ୍ରେନ୍ ମ୍ୟାନେଜର' ଗୁଡସ୍‌ ଗାର୍ଡଙ୍କୁ ଗୁଡସ୍‌ ଟ୍ରେନ୍‌ ମ୍ୟାନେଜର ସମ୍ବୋଧନ କରାଯିବ ବୋଲି ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.