ନୂଆଦିଲ୍ଲୀ ୨୬।୦୮: ସମସ୍ତେ ନିଶ୍ଚିତ ଟ୍ରେନରେ ଯାତ୍ରା କରିଥିବେ। ହେଲେ କ’ଣ ଆପଣ ଜାଣନ୍ତି ଭାରତୀୟ ରେଳବାଇ ଏପରି ଟ୍ରେନ୍ ଚଳାଇଥାଏ ଯାହାର କୋଚରେ କୌଣସି ଝରକା କିମ୍ବା କବାଟ ନ ଥାଏ। ବୋଧହୁଏ ଆପଣ ଏପରି ଟ୍ରେନ୍ ଦେଖି ନଥିବେ । ହେଲେ ରେଳବାଇ ଦ୍ୱାରା ଏପରି ଏକ ଟ୍ରେନ୍ ଚାଲିଥାଏ, ଯାହାର କୌଣସି ଝରକା କିମ୍ବା କବାଟ ନାହିଁ। ଶୁଣି ଆଶ୍ଚର୍ଯ୍ଯ ଲାଗୁଛି ନା । କିନ୍ତୁ ଏହା ସତ । ଝରକା ଏବଂ କବାଟ ନଥିବା ଟ୍ରେନ୍ New Modified Goods ବା NMG Coach Train ଭାବରେ ଜଣାଶୁଣା ।
{"id":836212,"sizeSlug":"full","linkDestination":"none"}ବାସ୍ତବରେ ଆମେ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ ଏକ ନିର୍ଦ୍ଧିଷ୍ଟ ସମୟ ଧରି ସେବା ପ୍ରଦାନ କରିଥାଏ । ଏହାପରେ ଏହି କୋଚ ଗୁଡିକ ଅବସର ନେଇଥାନ୍ତି। ଆର୍ଥାତ୍ ସେହି ଟ୍ରେନ ଆଉ ବ୍ୟବହାର ଉପଯୋଗୀ ହୋଇନଥାଏ । କୋଚ୍ ଗୁଡିକ ସର୍ବାଧିକ ୨୫ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇ ଥାଏ । ଯାହାକୁ ମରାମତି କରି ଆହୁରି ୫-୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ। କିନ୍ତୁ ଏହା ପରେ ଆଉ କାମରେ ଏହା ଲାଗେ ନାହିଁ ।
{"id":836225,"width":842,"height":632,"sizeSlug":"full","linkDestination":"none"}ଆଉ ଏହାପରେ ଆଇସିଏଫ୍ ଏହି କୋଚ୍ ଯାତ୍ରୀବାହୀ ଟ୍ରେନ ସେବାରୁ ହଟାଇ ଦେଇଥାଏ । ଯାହା ପରେ ଏହାକୁ ଅଟୋ କ୍ୟାରିୟର୍ ଭାବରେ ବ୍ୟବହାର କରାଯାଏ । ଅର୍ଥାତ୍ ଏହି ଯାତ୍ରୀବାହି ଟ୍ରେନ କୋଚ ୨୫ ବର୍ଷ ପରେ ମାଲଗାଡ଼ି କୋଚ ଭାବେ ବ୍ୟବହାର କରାଯାଏ।
{"id":836226,"width":841,"height":711,"sizeSlug":"full","linkDestination":"none"}ଏନଏମଜି ୱାଗନ ରେଳଗାଡ଼ିର ସମସ୍ତ ଝରକା ଏବଂ କବାଟ ସିଲ୍ କରି ଦିଆଯାଇଥାଏ। ଏହାକୁ ସିଲ୍ କରିବା ପରେ ଏହି ୱାଗନ୍ ରେ କାର, ମିନି ଟ୍ରକ୍ ଏବଂ ଟ୍ରାକ୍ଟର ସହଜରେ ଲୋଡିଂ ଅନଲୋଡିଂ ହୋଇଥାଏ । ଯେତେବେଳେ କୌଣସି ସାଧାରଣ କୋଚ ଯଦି ଏନଏମଜି ୱାଗନ ଭାବରେ ବ୍ୟବହାର କରାଯାଏ, ସେତେବେଳେ ଏହାର ସିଟ୍, ଲାଇଟ, ଫ୍ୟାନ ବି ବାହାର କରାଯାଏ ।
{"id":836227,"sizeSlug":"full","linkDestination":"none"}ଏହା ମଧ୍ୟରେ କୌଣସି ସମଗ୍ରୀ ରଖିବାକୁ କୋଚ ପଛରେ ଏକ କବାଟ ଲଗାଯାଇଥାଏ । ଏହି କବାଟ ଖୋଲି ଟ୍ରେନ ମଧ୍ୟରେ ପରିବହନ ସମଗ୍ରୀ ରଖାଯାଇଥାଏ।
You Can Read:
wp:embed {"url":"https://www.prameyanews7.com/pakistan-broke-silence-on-the-success-of-chandrayaan-3/","type":"wp-embed","providerNameSlug":"prameya-news-7"} /wp:embed