ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

୨୦ ଟଙ୍କାର ଚା’ ପାଇଁ ରେଲୱେ ଆଦାୟ କଲା ୫୦ ଟଙ୍କାର ସର୍ଭିସ୍ ଚାର୍ଜ, ଜାଣନ୍ତୁ ପୂରା ଘଟଣା

3/07/2022 at 9:15 AM

ନୂଆଦିଲ୍ଳୀ ୦୩।୦୭: ସାଧାରଣତଃ ସମସ୍ତେ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଏହି ସମୟରେ ଯଦି ଚା’ ମିଳିଯାଏ ଟ୍ରାଭେଲିଂରେ ବହୁତ ମଜା ଆସେ। ହେଲେ ଏହି ସମୟରେ ଗୋଟିଏ କପ୍‌ ଚା’ ପାଇଁ ଯଦି  ୭୦ ଟଙ୍କ ଦେବାକୁ ପଡେ, ତାହାଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହିଁ ଏହା ସତ । ଭାରତୀୟ ରେଳବାଇର ଭୋପାଳ ଶତାବ୍ଦି ଏକ୍ସପ୍ରେସରେ ଏଭଳି କିଛି ଘଟିଛି। ଯେଉଁଥିରେ ଏକ କପ ଚା ’ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୭୦ ଟଙ୍କା ନିଆଯାଇଛି। ଏଥି ସହିତ ତାଙ୍କୁ ଏଥିପାଇଁ ଏକ ରସିଦ ମଧ୍ୟ ଦିଆଯାଇଥିଲା। ବର୍ତ୍ତମାନ ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

भोपाल शताब्दी में 70 रुपये में मिली एक कप चाय

ଗଣମାଧ୍ୟମ ସୂଚନାନୁସାରେ, ୨୮ ଜୁନ୍‌ରେ ଜଣେ ବ୍ୟକ୍ତି ଦିଲ୍ଲୀରୁ ଭୋପାଳକୁ ଭୋପାଳ ଶତାବ୍ଦିରେ ଏକ୍ସପ୍ରେସ୍‌ରେ ଯାଉଥିଲେ। ଏହି ସମୟରେ ସେ ଟ୍ରେନରେ ଏକ କପ୍‌ ଚା କିଣିଥିଲେ, ଯେଉଁଥିପାଇଁ ତାଙ୍କ ଠାରୁ ୭୦ ଟଙ୍କା ଆଦାୟ କରାଯାଇଥିଲା। ଏହା ସହ ତାଙ୍କୁ ଏକ ବିଲ୍ ମଧ୍ୟ ଦିଆଯାଇଥିଲା । ଯେଉଁଥିରେ ଚା’ର ମୂଲ୍ୟ ୨୦ ଟଙ୍କା ଏବଂ ୫୦ ଟଙ୍କା ସର୍ଭିସ୍‌ ଚାର୍ଜ ଭାବରେ ନିଆଯାଇଛି। ବ୍ୟକ୍ତି ଜଣଙ୍କ ଏହି ବିଲ୍‌ର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା ପରେ ଚା ’ବିଲ୍ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ସହ ୟୁଜର୍ସମାନେ କମେଣ୍ଟ କରିବା ଆରମ୍ଭ କରିଥିଲେ।

ଏହି ମାମଲାଟି ଭାଇରାଲ୍‌ ହେବା ପରେ ରେଳବାଇ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । କୁହାଯାଇଛି କି ଗ୍ରାହକଙ୍କ ଠାରୁ କୌଣସି ଅତିରିକ୍ତ ଟଙ୍କା ନିଆଯାଇ ନାହିଁ । ଯେତେବେଳେ କୌଣସି ଯାତ୍ରୀ ରାଜଧାନୀ ବା ଶତାବ୍ଦି ଭଳି ଟ୍ରେନ୍‌ରେ ରିଜର୍ଭେସନ୍‌ କରିବା ସମୟରେ ଯଦି ମିଲ୍‌ ବୁକ୍‌ ନକରନ୍ତି । ତାହାଲେ ଯାତ୍ରା ସମୟରେ କଫି କିମ୍ବା ଚା’ ବା ମିଲ୍‌ ତଥା ଖାଦ୍ୟ ମାଗିବା ସମୟରେ ୫୦ ଟଙ୍କାର ଚାର୍ଜ ଦେବାକୁ ପଡିଥାଏ । ଯେମିତିକି ଏକ କପ୍‌ ଚା’ ମଗାଇଥିଲେ ମଧ୍ୟ । ଏ ବିଷୟରେ ରେଲୱ ବୋର୍ଡ ୨୦୧୮ରେ ଏହି ଆଦେଶ ଜାରି କରିଥିଲା ।

   Related Posts