ଷ୍ଟେସନରେ ଗହଳିକୁ କରୋନା ବ୍ରେକ୍, ପ୍ଲାଟଫର୍ମ ଟିକେଟ ୫ ଗୁଣା

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ, ୧୭|୦୩:  କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଓ ରେଳ ଷ୍ଟେସନରେ ଭିଡ କମ କରିବା ପାଇଁ ରେଳବାଇ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି। ଦେଶର ୨୫୦ରୁ ଅଧିକ ରେଲଓ୍ୱେ ଷ୍ଟେସନରେ ପ୍ଲାଟଫର୍ମ ଟିକେଟର ଦାମ ୧୦ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ମୁମ୍ବାଇ, ଅହମ୍ମଦାବାଦ, ରତଲାମ, ରାଜକୋଟ, ଭାବନଗର ଆଦି ଷ୍ଟେସନରେ ଏହି ନିୟମ ଲାଗୁ କରାଯାଇଛି।

{"id":239791,"width":758,"height":426,"sizeSlug":"large"}

ଏହା ପୂର୍ବରୁ ରତଲାମ ଷ୍ଟେସନରେ ଟ୍ରେନରେ ଏସି କୋଚର ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯାତ୍ରୀଙ୍କୁ କମ୍ବଳ ଆବଶ୍ୟକ ନହେବା ପାଇଁ ଏହି ନିଷ୍ପତ୍ତି ନିଆଯାଇତିଲା। ରବିବାରଠାରୁ ଇନ୍ଦୋର ଷ୍ଟାଡିୟମରେ ଆସୁଥିବା ଟ୍ରେନ କୋଚର ପରଦାକୁ ହଟାଇ ଦିଆଯାଇଥିଲା। ଏବେ ଯାତ୍ରୀଙ୍କୁ କେବଳ ତକିଆ ଓ ଚଦର ଦିଆଯାଉଛି।

ସୂଚନାଯୋଗ୍ୟ, ମାରାତ୍ମକ କରୋନା ଭାଇରସ ପାଇଁ ଏବେ ସୁଦ୍ଧା ଦେଶରେ ୩ଜଣ ପ୍ରାଣ ହରାଇ ସାରିଛନ୍ତି। ୧୩୦ରୁ ଅଧିକ ଲୋକ ସଂକ୍ରମିତ ହେବାସହ ୧୫ଟି ରାଜ୍ୟକୁ ଏହା କବଳିତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.