ନୂଆଦିଲ୍ଲୀ ୧୯।୩: ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ କୌଣସି କାରଣରୁ ଶହ ଶହ ଟ୍ରେନ୍ ବାତିଲ୍ କରାଯାଇଥାଏ । ଯେଉଁଥିରେ ଏକ୍ସପ୍ରେସ୍, ପାସେଞ୍ଜର ଏବଂ ସ୍ପେଶାଲ ଟ୍ରେନ୍ ସାମିଲ ରହିଥାଏ । ଫଳରେ ଟ୍ରେନ୍ ରେ ଯାତ୍ରା କରିବା ପୂର୍ବରୁ ବାତିଲ୍ କରାଯାଇଥିବା ଟ୍ରେନ୍ ଗୁଡିକର ତାଲିକା ଦେଖିନେବା ଜରୁରୀ ।
ମାର୍ଚ୍ଚ ୧୯ ତାରିଖରେ ପ୍ରାୟ ୫୨୪ ଟ୍ରେନ୍ ବାତିଲ୍ କରାଯାଇଛି । ଏଗୁଡିକ ମଧ୍ୟରେ ୪୦୫ ଟ୍ରେନ୍ କୁ ସଂପୂର୍ଣ୍ଣ ଭାବେ ବାତିଲ୍ କରାଯାଇଥିବା ବେଳେ ୧୧୯ ଟ୍ରେନ୍ କୁ ଆଂଶିକ ଭାବେ ବାତିଲ୍ କରାଯାଇଛି । ସେହିଭଳି ୩୪ ଟ୍ରେନ୍ ର ଗତିପଥ ପରିବର୍ତ୍ତନ କରାଯାଇଛି ।
କିଛି ପ୍ରମୁଖ ଟ୍ରେନ୍ ଗୁଡିକର ଲିଷ୍ଟ ଯାହା ସଂପୂର୍ଣ୍ଣ ଏବଂ ଆଂଶିକ ଭାବେ ରଦ୍ଦ କରାଯାଇଛି-
{"id":240656,"width":575,"height":401,"sizeSlug":"large"}ଏହା ବ୍ୟତୀତ କେତେକ ଟ୍ରେନ୍ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ଚାଲୁଛି । ତେଣୁ ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ ।
{"id":240657,"width":575,"height":418,"sizeSlug":"large"}ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ । ଏହା ବ୍ୟତୀତ NTES ମୋବାଇଲ୍ ଆପ୍ ମାଧ୍ୟମରେ ସୂଚନା ପାଇପାରିବେ ।