ଭାରତୀୟ ରେଳବାଇ ପକ୍ଷରୁ ବୁଧବାର ୩୬୯ଟି ଟ୍ରେନ୍ ବାତିଲ୍, ଦେଖନ୍ତୁ ତାଲିକା

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୩: ଭାରତୀୟ ରେଳବାଇ ପକ୍ଷରୁ ଆଜି ବୁଧବାର ଅଥବା ୧୮ ମାର୍ଚ୍ଚ ୨୦୨୦ରେ କିଛି ରେଳ ବାତିଲ କରାଯାଇଛି । ଯଦି ଆପଣ ଆଜି ଟ୍ରେନ୍ ରେ ଯାତ୍ରା କରୁଛନ୍ତି ତେବେ ଘରୁ ବାହରିବା ଆଗରୁ ପ୍ରଥମେ ଚେକ୍ କରିଦିଅନ୍ତୁ କେଉଁ କେଉଁ ଟ୍ରେନ୍ ବାତିଲ ହୋଇଛି ।

ବୁଧବାର ୩୬୯ ଟ୍ରେନ୍ ବାତିଲ ହୋଇଛି । ଏହି ଟ୍ରେନ୍ ଗୁଡିକ ମଧ୍ୟରୁ ୨୫୭ ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଥିବା ବେଳେ ୧୧୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ କରାଯାଇଛି ।

ରେଳ ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନେ ହେଲ୍ପଲାଇନ୍ ନଂ ୧୩୯ ମାଧ୍ୟମରେ ମଧ୍ୟ ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇପାରିବେ । ଏହା ବ୍ୟତୀତ ରେଳ ବିଭାଗର ଓ୍ବେବସାଇଟ୍ enquiry.indianrail.gov.in ମାଧ୍ୟମରେ ମଧ୍ୟ ଲିଷ୍ଟ ଦେଖିପାରିବେ । NTES ମୋବାଇଲ୍ ଆପ୍ ଜରିଆରେ ମଧ୍ୟ ସୂଚନା ପାଇପାରିବେ ।

ନିମ୍ନରେ କିଛି ଟ୍ରେନ୍ ର ତାଲିକା ପ୍ରଦାନ କରାଯାଇଛି । ତାଲିକାରେ ବାତିଲ ହୋଇଥିବା ଟ୍ରେନ୍ ର ନମ୍ବର, ନାମ ଏବଂ ଗତିପଥ ଭଳି ସୂଚନା ପ୍ରଦାନ କରାଯାଇଛି ।

{"id":240061,"sizeSlug":"large"}
{"id":240062,"sizeSlug":"large"}
{"id":240063,"sizeSlug":"large"}
{"id":240064,"sizeSlug":"large"}
{"id":240065,"sizeSlug":"large"}
{"id":240066,"sizeSlug":"large"}
{"id":240067,"sizeSlug":"large"}
{"id":240068,"sizeSlug":"large"}
{"id":240069,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.