ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ: ସୁରକ୍ଷିତ ଯାତ୍ରା ପାଇଁ ବ୍ୟାପକ ଅଦଳବଦଳ କରିବାକୁ ଯାଉଛି ରେଳ ମନ୍ତ୍ରାଳୟ

Published By : Prameya-News7 Bureau | February 21, 2022 IST

ନୂଆଦିଲ୍ଲୀ ୨୧/୦୨: ଯାତ୍ରୀଙ୍କ ସୁରକ୍ଷା ପାଇଁ କିଛି ନିୟମରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି ଭାରତୀୟ ରେଳ ବିଭାଗ । ଯଦି ଆପଣ ନିୟମିତ ଭାବେ ରେଳରେ ଯାତ୍ରା କରୁଛନ୍ତି ତେବେ ଏହା ଜାଣିବା ଅତ୍ୟନ୍ତ ଜରୁରୀ । ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ପୂର୍ବାପେକ୍ଷା ସୁରକ୍ଷା ବ୍ୟବସ୍ଥା ଆହୁରି ବଢାଇବ ବିଭାଗ । ଏଥିପାଇଁ ବଡ ଧରଣର ଅଦଳବଦଳ କରିବାକୁ ଯୋଜନା କରୁଛି ରେଳ ବିଭାଗ ।

ଇଷ୍ଟ କୋଷ୍ଟ ରେଲଓ୍ବେ ଅଧୀନରେ ଯାଉଥିବା ଟ୍ରେନ୍‌ ଗୁଡିକୁ ସୂଚାରୁ ରୂପେ ଚଳାଇବା ପାଇଁ ଆଡଭାନ୍ସ ସିଗ୍‌ନାଲ ସିଷ୍ଟମ 'କବଚ୍‌' ସ୍ଥାପନ କରାଯିବ । ଏହା ପ୍ରସ୍ତୁତ ହେବାପରେ ପୂର୍ବାପେକ୍ଷା ଯାତ୍ରୀମାନଙ୍କ ଯାତ୍ରା ଆହୁରି ସୁଗମ ହେବ । ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ ହେଉଥିବା ବିଶ୍ବ ସ୍ତରୀୟ ଟେକନିକ୍‌ 'କବଚ' ମାଧ୍ୟମରେ ୨ ହଜାର କିମିର ନେଟଓ୍ବର୍କ ତିଆରି ହେବ । ଏହି ବ୍ୟବସ୍ଥା ରେଲ୍ ନେଟଓ୍ବର୍କକୁ ସୁରକ୍ଷିତ କରିବା ସହ କ୍ଷମତା ମଧ୍ୟ ବଢାଇବ ।

ସିପିଆର୍‌ଓର ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିରେନ୍ଦ୍ର କୁମାର କହିଛନ୍ତି, ଏହି ଟେକନିକ୍‌ ମୁଖ୍ୟତ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ୍‌, ଗୟା, ଧାନବାଦ୍‌ ରୁଟ୍‌ରେ ଲଗାଯିବ । ଏହି ଜ୍ଞାନ କୌଶଳର ବ୍ୟବହାର ପାଇଁ ୧୫୧ କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଛି । ୪୦୮ କିମି ଲମ୍ବା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଜଙ୍କସନ୍‌-ଗୟା-ଧାନବାଦ୍‌ ଷ୍ଟେସନ, ଦେଶର ପ୍ରାୟ ୭୭ଟି ଷ୍ଟେସନ୍‌ ଏବଂ ୭୯ଯି ଲେବଲ କ୍ରସିଂକୁ ନିୟନ୍ତ୍ରଣ କରୁଥିବା ଗୁରୁତ୍ବପୂର୍ଣ୍ଣ ରେଳ ମାର୍ଗ । ଏହି ରୁଟ୍‌ରେ ଘଣ୍ଟାପ୍ରତି ୧୩୦ କିମି ବେଗରେ ଟ୍ରେନ୍‌ ଚଳାଇବାକୁ ଅନୁମତି ରହିଛି ।

ତେବେ ରେଳ ବିଭାଗ ପକ୍ଷରୁ ଲାଗୁ କରାଯିବାକୁ ଥିବା ଜ୍ଞାନକୌଶଳ ସାଟେଲାଇଟ୍‌ ଦ୍ବାରା ରେଡିଓ କମ୍ୟୁନିକେସନ ଜରିଆରେ ଚାଲିବ । ଏହି ଟେକନିକ୍‌ ଫଳରେ ଲୋକୋ ପାଇଲଟ ଆଗରୁ ଆସୁଥିବର କିମ୍ବା ଅନ୍ୟ ସିଗନାଲ୍‌ ଗୁଡିକ ବାବଦରେ ସଠିକ୍‌ ତଥା ସମୟାନୁବର୍ତ୍ତିତ ଭାବେ ସୂଚନା ପାଇପାରିବେ । ଯାହା ଫଳରେ ଟ୍ରେନ୍‌ ଆଉ ଅଧିକ ସମୟ ରହିବନି କିମ୍ବା ଟ୍ରାକ୍‌ରେ ଭିଡ କାରଣୁ ଟ୍ରେନ ଅଟକିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.