୧ ଟଙ୍କାରେ ଥର୍ମାଲ ସ୍କ୍ରିନିଂ ଜରିଆରେ କରାନ୍ତୁ ଜ୍ଵରର ପରୀକ୍ଷା, ୧୯ ଷ୍ଟେସନରେ ସୁବିଧା ଆରମ୍ଭ

Published By : Prameya-News7 Bureau | March 18, 2020 IST

ନୂଆଦିଲ୍ଲୀ ୧୮।୦୩: କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ଦେଶରେ ବଢିବାରେ ଲାଗିଛି। ଏହାକୁ ନଜରରେ ରଖି ଭାରତୀୟ ରେଲଓ୍ଵେ ଷ୍ଟେସନରେ ଯାତ୍ରୀଙ୍କ ଲାଗି ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରିଛି। ରେଳ ଯାତ୍ରୀ ମାତ୍ର ୧ ଟଙ୍କା ଦେଇ ଜ୍ଵରର ଯାଞ୍ଚ ଥର୍ମାଲ ସ୍କ୍ରିନିଂ ଜରିଆରେ କରାଇ ପାରିବେ। ଏହା ବ୍ୟତୀତ ରେଲଓ୍ଵେ ଷ୍ଟେସନରେ ସ୍ଵଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଏଥିସହ କ୍ରମାଗତ ସାନିଟାଇଜର ମଧ୍ୟ କରାଯାଉଛି।

ଏକ ଟଙ୍କାରେ କରାନ୍ତୁ ଥର୍ମାଲ ସ୍କ୍ରିନିଂ

କରୋନା ସଂକ୍ରମଣକୁ ରୋକିବା ଲାଗି ରେଲଓ୍ଵେ ଯାତ୍ରୀଙ୍କୁ ବଡ ସୁବିଧା ପ୍ରଦାନ କରିଛି। ଯାତ୍ରୀ ରେଲଓ୍ଵେ ଷ୍ଟେସନରେ ଏକ ଟଙ୍କାରେ ଜ୍ଵରର ଥର୍ମାଲ ସ୍କ୍ରିନିଂ କରାଇ ପାରିବେ। ଏହି ବ୍ୟବସ୍ଥା ସଂପ୍ରତି ମୁମ୍ଵାଇର ୧୯ଟି ଷ୍ଟେସନରେ କରାଯାଇଛି। ଏଠାରେ ଯାତ୍ରୀ ଶରୀରର ତାପମାତ୍ରା, ରକ୍ତ ଚାପ, ଅକ୍ସିଜେନ୍ ଲେବୁଲ, ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ।

{"id":240547,"sizeSlug":"large"}

ଥର୍ମାଲ ସ୍କାନର ଏମିତି ଏକ ଉପକରଣ ବା ସିଷ୍ଟମ, ଯାହା ଜରିଆରେ ଭୂତାଣୁ କିମ୍ବା ଅନ୍ୟ କୌଣସି ରୋଗରେ ପୀଡିତ ବ୍ୟକ୍ତିଙ୍କ ଚିହ୍ନଟ କରାଯାଇ ପାରିବ। ଥର୍ମାଲ ସ୍କାନର ଏକ ଇନଫ୍ରାରେଡ୍ କ୍ୟାମେରା ପରି କାମ କରିଥାଏ। ଏହି ସ୍କାନର ଦେଇ ଯାଉଥିବା ବ୍ୟକ୍ତିଙ୍କ ଶରୀରରେ ଥିବା ଭୂତାଣୁ ଇନଫ୍ରାରେଡ୍ ଫଟୋରେ ଦେଖିବାକୁ ମିଳିଥାଏ। ଭୂତାଣୁର ସଂଖ୍ୟା ଅଧିକ ଥିଲେ କିମ୍ବା ବିପଦଜ୍ଜନକ ସ୍ତରରେ ଥିଲେ, ବ୍ୟକ୍ତିଙ୍କ ଶରୀରର ତାପମାତ୍ରା ମଧ୍ୟ ବୃଦ୍ଧି ଘଟିଥାଏ। ଏଥିରେ ଜଣା ପଡେ ଯେ, ବ୍ୟକ୍ତି କୌଣସି ସଂକ୍ରମଣରେ ପୀଡିତ କି, ତାହା ସହଜରେ ଜଣା ପଡିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.