vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ : ମେ ୩୧ରେ ଦେଶରେ ବନ୍ଦ ହୋଇପାରେ ରେଳ ଚଳାଚଳ

20/05/2022 at 7:17 PM

ନୂଆଦିଲ୍ଲୀ ୨୦/୦୫ : ଦେଶରେ ଷ୍ଟେସନ ମାଷ୍ଟରମାନେ ଏକ ଦିବସୀୟ ବିକ୍ଷୋଭ ପ୍ରଦର୍ଶନ କରିପାରନ୍ତି। ଯଦି ଏପରି ହୁଏ ତାହେଲେ ୨୦୨୨ ମେ ୩୧ ରେ ସାରା ଦେଶରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋପାରେ। ସୂଚନାଥାଉକି, ଏବେ ଦେଶରେ ଥିବା ୩୫ ହଜାର ଷ୍ଟେସନମାଷ୍ଟର ରେଳ ମାସ ସରିବା ପୂର୍ବରୁ ତାଙ୍କ ଦାବୀ ଗୁଡ଼ିକ ପୁରଣ କରିବା ପାଇଁ ଦାବୀ କରୁଛନ୍ତି। ‘ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ’ର ରିପୋର୍ଟ ଅନୁସାରେ ଅଲ ଇଣ୍ଡିଆ ଷ୍ଟେସନ ମାଷ୍ଟର୍ସ ଏସୋସିଏସନ ୨୦୨୦ ଅକ୍ଟୋବର ମାସରୁ ତାଙ୍କ ଦାବୀ ପୁରଣ କରିବା ପାଇଁ ସଂଘର୍ଷ କରି ଆସୁଛନ୍ତି।

ଏସୋସିଏସନର ଅଧ୍ୟକ୍ଷ କହିଛନ୍ତି ବିକ୍ଷୋଭ ପ୍ରଦର୍ଶନ କରିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରାସ୍ତାନାହିଁ। ସୂଚନା ଅନୁସାରେ ସାରାଦେଶରେ ଏବେ ୬ ହଜାରରୁ ଅଧିକ ଷ୍ଟେସନ ମାଷ୍ଟର ପଦବୀ ଖାଲି ରହିଛି। ଏହି କାରଣରୁ ଦେଶର ଅଧାରୁ ଅଧିକ ଷ୍ଟେସନରେ କେବଳ ୨ ଜଣ ଷ୍ଟେସନ ମାଷ୍ଟର ନିଯୁକ୍ତ ହୋଇଛନ୍ତି। ଏପରି ଭାବେ ଷ୍ଟେସନ ମାଷ୍ଟରମାନଙ୍କର କାର୍ଯ୍ୟ କରିବାର ସମୟ ଆଠ ଘଣ୍ଟା। ଏହି ହିସାବରେ ପ୍ରତ୍ୟକ ଷ୍ଟେସନରେ ୩ ଜଣ ଷ୍ଟେସନମାଷ୍ଟର ମାନଙ୍କର ଆବଶ୍ୟକତା ରହିଛି। କିନ୍ତୁ କର୍ମଚାରୀମାନଙ୍କର ଅଭାବ ହେତୁ ସେମାନଙ୍କୁ ପ୍ରତ୍ୟକ ଦିନ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ୁଛି ।

ଏପରି ଭାବେ ଦେଖିବାକୁ ଗଲେ ଯେଉଁଦିନ ଜଣେ ସାପ୍ତାହିକ କର୍ମଚାରୀଙ୍କର ସାପ୍ତାହିକ ଛୁଟିଥାଏ ସେଦିନ ଅନ୍ୟ  ଷ୍ଟେସନରୁ କର୍ମଚାରୀଙ୍କୁ ଆଣିବାକୁ ପଡ଼ିଥାଏ। ତେଣୁ ବହୁତ ଅଳ୍ପ କର୍ମଚାରୀଙ୍କ ମଧ୍ୟରେ  ଛୁଟି ଆଦି ପରିଚାଳନା କରିବାରେ ବହୁତ ଅସୁବିଧା ହୋଇଥାଏ।

   Related Posts