ଟ୍ରେନ୍‌ ଟିକେଟ୍ ବୁକିଂ ପରେ ବଦଳାଇ ପାରିବେ ନାଁ, ଜାଣନ୍ତୁ ନିୟମ ବିଷୟରେ...

Published By : Prameya-News7 Bureau | November 30, 2024 IST

ନୂଆଦିଲ୍ଲୀ ୩୦।୧୧: ଭାରତୀୟ ରେଳ ଦେଶର ଲାଇଫ୍‌ ଲାଇନ୍‌ । ଭାରତରେ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନରେ ଯାତ୍ରା କରିଥାନ୍ତି । ଯାତ୍ରା ସମୟରେ କୌଣସି ଅସୁବିଧା ନହେଉ ସେଥିପାଇଁ ଅନେକ ଯାତ୍ରୀ ଟ୍ରେନରେ ଆଗୁଆ ଟିକେଟ୍‌ ବୁକ୍ କରିଥାନ୍ତି । କିନ୍ତୁ ରିଜର୍ଭେସନ କରିବା ସମୟରେ ଟିକେଟ୍‌ ଓ୍ବେଟିଙ୍ଗ୍କୁ ଚାଲିଯାଏ । ଆଉ ଟିକେଟ୍‌ କନଫର୍ମମେସନ ମିଳିପାରିନଥାଏ ।

ଏମିତିକି ଅନେକଥର ହୁଏ କି ଯାତ୍ରାର କିଛି ସମୟ ପୂର୍ବରୁ ପ୍ଲାନ ବଦଳିଯାଏ । ଆଉ ଆପଣଙ୍କ ସ୍ଥାନରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଯିବାକୁ ପଡିଥାଏ । ବେଳେବେଳେ ସ୍ଥିତି ଏପରି ହୋଇଥାଏ କି ଆପଣଙ୍କ ଟ୍ରେନ ଟିକେଟ ଗୋଟିଏ ତାରିଖରେ ଅଛି, ଆଉ ଆପଣଙ୍କ କାମ ଅନ୍ୟ ଦିନରେ ପଡୁଛି । ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକଙ୍କୁ ଟିକେଟ୍ କ୍ୟାନସଲ୍‌ କରିବାକୁ ପଡେ କିମ୍ବା ଆଉ ଥରେ ଟିକେଟ୍‌ ବୁକ୍‌ କରିବାକୁ ପଡିଥାଏ । କିନ୍ତୁ ସେତେବେଳେ କନଫର୍ମ ଟିକେଟ୍‌ ମିଳିବା କଷ୍ଟକର ହୋଇ ଯାଇଥାଏ ।

ଏବେ ଏହି ନିୟମରେ ହୋଇଛି ପରିବର୍ତ୍ତନ । ବର୍ତ୍ତମାନ ଆପଣଙ୍କ ଟ୍ରେନ୍‌ ଟିକେଟ୍‌ କାହାକୁ ବି ଟ୍ରାନ୍ସଫର କରିୁପାରିବେ । ଅର୍ଥାତ୍‌ ଆପଣଙ୍କୁ ଆଉ ଟିକେଟ୍‌ କ୍ୟାନସଲ କରିବାକୁ ପଡିବନ । ଆପଣ ବୁକ୍‌ କରିଥିବା ଟିକେଟରେ ଅନ୍ୟ କେହି ଯାତ୍ରା କରିପାରିବେ ।  କିନ୍ତୁ ଏହି ସୁବିଧା କେବଳ ସେହି ଯାତ୍ରୀଙ୍କୁ ମିଳିବ ଯିଏକି ରେଲଓ୍ବେ କାଉଁଣ୍ଟରରୁ ଟିକେଟ ବୁକ୍‌ କରିଥିବେ । ଏହି ସୁବିଧା ଅନ୍‌ଲାଇଟ୍‌ ଟିକେଟ୍‌ ବୁକ୍‌ କରିଥିବା ଯାତ୍ରୀଙ୍କୁ ମିଳିବନି । ତେବେ ଏହି ସୁବିଧା ରେଳବାଇ ତରଫରୁ ମାତ୍ର ଥରେ ବ୍ୟବହାର କରିପାରିବେ । ରେଳବାଇ ଟିକେଟ୍ ଟ୍ରାନ୍ସଫର କରିବାକୁ କିଛି ନିୟମ ତିଆରି କରିଛି । 

ଯଦି କେହି ତାଙ୍କ ଟିକେଟ୍ ଟ୍ରାନ୍ସଫର କରିବାକୁ ଚାହାଁନ୍ତି, ତେବେ ସେ କେବଳ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ କରିପାରିବେ । ଯେଉଁଥିରେ ପିତାମାତା, ଭାଇ-ଭଉଣୀ, ପୁଅ-ଝିଅ, କିମ୍ବା ସ୍ୱାମୀ-ସ୍ତ୍ରୀ ହୋଇଥିବେ । କେବଳ ସେମାନଙ୍କୁ ହିଁ ଟିକେଟ୍ ଟ୍ରାନ୍ସଫର କରିହେବ । ଟିକେଟ୍ ଟ୍ରାନ୍ସଫର କରିବାକୁ ହେଲେ ଆପଣଙ୍କୁ ଟ୍ରେନ୍ ପହଞ୍ଚିବାର ୨୪ ଘଣ୍ଟା ପୂର୍ବରୁ କାଉଣ୍ଟରରୁ ଟିକେଟ ବୁକ୍‌ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଏକ ଲିଖିତ ଆବେଦନ ଦାଖଲ କରିବାକୁ ପଡିବ । ଯାହା ନାଁରେ ଟିକେଟ୍ ବୁକ୍ ହୋଇଛି ଏବଂ କାହାର ନାଁରେ ଏହାକୁ ଟ୍ରାନ୍ସଫର କରାଯିବ । ଉଭୟଙ୍କ ପରିଚୟ ପତ୍ର ଆବଶ୍ୟକ ହୋଇଥାଏ । ଏହି ସବୁ ଡକ୍ୟୁମେଣ୍ଟ୍କୁ ରେଳ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ପଡିବ ।   

ଯଦି ଆପଣ କାଉଁଣ୍ଟରରୁ ଟିକେଟ୍‌ କିଣିଛନ୍ତି ତେବେ ହିଁ ଆପଣ ଟ୍ରେନ୍‌ ତାରିଖରେ ପରିବର୍ତ୍ତନ କରିପାରିବେ । ଏହି ସୁବିଧା କେବଳ ଅଫଲାଇନ୍‌ ଟିକେଟ୍‌ ବୁକ୍‌ କରିଥିବା ଯାତ୍ରୀଙ୍କ ପାଇଁ ରହିଛି । ଅନ୍‌ଲାଇନ୍‌ ଟିକେଟ୍‌ ବୁକ୍‌ କରିଥିବା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନଥାଏ । 

ଯଦି ଟ୍ରେନ୍‌ ଟିକେଟର ତାରିଖ ବଦଳାଇବାକୁ ଚାହୁଁଛନ୍ତି ତେବେ ଟ୍ରେନ୍‌ ସମୟର ୪୮ ଘଣ୍ଟା ପୂର୍ବରୁ କାଉଣ୍ଟରକୁ ଯାଆନ୍ତୁ । କାଉଣ୍ଟରରେ ଆପଣଙ୍କର ଅସଲି ଟିକେଟ୍ ଦିଅନ୍ତୁ ଏବଂ ପୂର୍ବ କିମ୍ବା ପରବର୍ତ୍ତୀ ତାରିଖ ପାଇଁ ଆବେଦନ କରନ୍ତୁ । ଯାତ୍ରା ତାରିଖ ପରିବର୍ତ୍ତନ କରିବାର ବିକଳ୍ପ କେବଳ କନଫର୍ମ  କିମ୍ବା RAC ଟିକେଟରେ ହିଁ ମିଳିଥାଏ । ତତତ୍କାଳ ଟିକେଟ୍ ମଧ୍ୟ ଏଥିରେ ସାମିଲ ନାହିଁ । ଜଣେ ଯାତ୍ରୀ ଟିକେଟ୍‌ ତାରିଖ ମାତ୍ର ଥରେ ହିଁ ପରିବର୍ତ୍ତନ କରିପାରିବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.