krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚାକିରି ଆଶାୟୀଙ୍କ ପାଇଁ ସୁଯୋଗ; ସ୍ପୋର୍ଟସ କୋଟାରେ ନିଯୁକ୍ତି ଆହ୍ୱାନ କଲା ରେଳବାଇ

9/11/2023 at 6:02 PM

indian-railway-job

ନୂଆଦିଲ୍ଲୀ: ସ୍ପୋର୍ଟ କୋଟାରେ ସରକାରୀ ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଦକ୍ଷିଣ ପୂର୍ବ କେନ୍ଦ୍ର ରେଳବାଇ(ଏସ୍‌ଇସିଆର୍‌) ପକ୍ଷରୁ ୪୬ ଖାଲି ପଦବି ପାଇଁ ନିଯୁକ୍ତି ଆହ୍ୱାନ କରାଯାଇଛି।। ସ୍ପୋର୍ଟ କୋଟାରେ ବିଭିନ୍ନ ବିଭାଗରେ ଏହିସବୁ ପଦବି ଖାଲି ରହିଛି।

ସ୍ପୋର୍ଟ୍ସ କୋଟାରେ ଯେଉଁମାନେ ନିଯୁକ୍ତ ପାଇବାକୁ ଉଚ୍ଛୁକ ସେମାନେ secr.indianrailways.gov.in ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍ ଆବେଦନ କରିବାକୁ ହେବ। ଆବେଦନର ଶେଷ ତାରିଖ ନଭେମ୍ବର ୧୩ ରହିଛି।  ୨୦୨୩-୨୪ ପାଇଁ ଖେଳାଳି କୋଟାରେ ୪୬ ପଦବୀ ପୂରଣ ହେବାକୁ ରେଳବାଇ ନିଯୁକ୍ତି ଘୋଷଣା କରାଯାଇଛି।

ଆବଶ୍ୟକୀୟ ଯୋଗ୍ୟତା ଓ ଶିକ୍ଷାଗତ ଯୋଗ୍ୟତା

ଲେବଲ ୫/୪ରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଗ୍ରାଜୁଏଟ୍ ହୋଇଥିବେ।ଲେବଲ ୩/୨ ପାଇଁ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ରହିଛି। ଏଥିସହିତ ସ୍ୱୀକୃତି ପ୍ରାପ୍ତ ଆଇଟି ଅନୁମୋଦୀତି ଏନ୍‌ସିଭିଟି/ଏସ୍‌ସିଭିଟି ପାସ୍ ହୋଇଥିବା ନିହାତି ଦରକାର। ସେହିପରି ଲେବଲ ୧ ପୋଷ୍ଟ ପାଇଁ ପ୍ରାର୍ଥୀ ମାଟ୍ରାକି ପାସ୍ କରିଥିବା ଆବଶ୍ୟକ। ତା ସହିତ ତତ୍‌ ସମ୍ପର୍କିତ ଆଇଟିଆଇ ସାର୍ଟିଫିକେଟ୍‌ର ଆବଶ୍ୟକତା ମଧ୍ୟ ରହିଛି। ନିଯୁକ୍ତି ପାଇଁ ବୟସ ସୀମା ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮-୨୫ ହୋଇଥିବା ଦରକାର। ୱେବ୍‌ସାଇଟ୍‌ରେ ବୟସୀମା ସମ୍ପର୍କିତ ସମସ୍ତ ତଥ୍ୟ ରହିଛି।

କେମିତି ଆବେଦନ କରିବ ଓ କେମିତି ରହିବ ଚୟନ ପ୍ରକ୍ରିୟା ?

ଯୋଗ୍ୟ ବ୍ୟକ୍ତିଙ୍କୁ ଟ୍ରାଏଲ୍ ପାଇଁ ଡକାଯିବ। ପରୀକ୍ଷା ସରିବା ପରେ ସେଥିରୁ ଫିଟ୍ ପ୍ରାର୍ଥୀଙ୍କୁ ପରବର୍ତ୍ତୀ ପର୍ଯ୍ୟାୟ ପରୀକ୍ଷା ପାଇଁ ଚୟନ କରାଯିବ।secr.indianrailways.gov.in ୱେବ୍‌ସାଇଟ୍ ଓପନ କରି ସେଠାରେ ଲେଖାଥିବା ରିକ୍ରୁଟମେଣ୍ଟ ଟ୍ୟାବ ଖୋଲନ୍ତୁ। ଏହାପରେ ୨୦୨୩-୨୪ ସ୍ପୋର୍ଟ୍ସ କୋଟା ଉପରେ କ୍ଲିକ୍ କରନ୍ତୁ। ଏହାପରେ ଦିଆଯାଇଥିବା ଆପ୍ଲିକେସନ୍ ଭରି ଆବେଦନ କରନ୍ତୁ। ଏହାପରେ ସବମିଟ୍ କରି ଏହାର ପ୍ରିଣ୍ଟ ଆଉଟ୍ କାଢ଼ି ନିଅନ୍ତୁ।

ଏହି ବପଦି ପାଇଁ ଅନୁସୂଚିତ ଜାତି ଓ ଜନଜାତୀ,ପୂର୍ବତନ କର୍ମଚାରୀ, ପିଡବ୍ଲୁଡି, ମହିଳା, ସଂଖ୍ୟାଲଘୁମାନହ୍କୁ ୧୫୦ ଫି ଦେବକୁ ପଡ଼ିବ। ସେହିପରି ଅନ୍ୟମାନଙ୍କ ପାଇଁ ୫୦୦ ଟଙ୍କା ଫି ରହିଛି।  

   Related Posts