Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

‘୭ ଦିନ ଭିତରେ ଛାଡ଼ ଜମି’ ବଜରଙ୍ଗବାଲୀଙ୍କୁ ରେଳ ବିଭାଗର ନୋଟିସ୍,

12/02/2023 at 3:23 PM

ନୂଆଦିଲ୍ଲୀ: ବଜରଙ୍ଗବାଲୀଙ୍କୁ ନୋଟିସ୍ । ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲା, ହେଲେ  ସତ । ହନୁମାନଙ୍କ ବିରୋଧରେ ନୋଟିସ୍ ଜାରି ହୋଇଛି। ଏହା ସହିତ ୭ ଦିନର ଚେତାବନୀ ମଧ୍ୟ ଦିଆଯାଇଛି । ତେବେ କିଏ ଓ କାହିଁକି ଏଭଳି ନୋଟିସ୍ ଜାରି କରିଛି । ପ୍ରଭୁ ହନୁମାନଙ୍କ ସହିତ କ’ଣ ତାଙ୍କର ଶତ୍ରୁତା ରହିଛି, ଆସନ୍ତୁ ଜାଣିବା ।

ଘଟଣା କିଛି ଏହିଭଳି, ବଜରଙ୍ଗବାଲିଙ୍କ ମନ୍ଦିର ରେଲଓ୍ବର ବ୍ରଡଗେଜ୍ ଲାଇନରେ ଆସୁଥିବାରୁ ଭାରତୀୟ ରେଳ ବିଭାଗ ଏହି ନୋଟିସ୍ ଜାରି କରିଛି । ମଧ୍ୟପ୍ରଦେଶର ମୁରୈନାରେ ପ୍ରଭୁ ହନୁମାନ, ରେଳ ବିଭାଗର ଜମି କବଜା କରିଥିବା ନୋଟିସରେ କୁହାଯାଇଛି । ଏହା ସହିତ ମନ୍ଦିର ନିର୍ମାଣ ଓ ମୂର୍ତ୍ତି ହଟାଇବାକୁ ୭ଦିନର ଅଲଟିମେଟମ୍ ଦିଆଯାଇଛି । ଏକ ସପ୍ତାହ ଭିତରେ ଜମି ନଛାଡିଲେ ବଳପୂର୍ବକ ଉଚ୍ଛେଦ କରାଯିବ ବୋଲି ଚିଠିରେ କୁହାଯାଇଛି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ଗୋଆଲିୟର-ଶ୍ୟାଲିୟର ବ୍ରଡଗେଜ୍ କାମ ଜାରି ରହିଛି । ମୁରୈନା ଜିଲ୍ଲାର ସବଲଗଡ଼ ତହସିଲରେ ପ୍ରଭୁ ହମୁମାନଙ୍କ ମନ୍ଦିର ବ୍ରଡଗେଜ୍ ଲାଇନ ମଧ୍ୟରେ ରହିଛି । ଯାହା ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଜମି ଛାଡ଼ିବାକୁ ରେଳ ବିଭାଗ ବଜରଙ୍ଗବାଲିଙ୍କ ନାଁରେ ନୋଟିସ୍ ଜାରି କରିଛି । ଚିଠି ମଧ୍ୟ ମନ୍ଦିରରେ ପହଞ୍ଚିଛି । ଏଥିରେ ଲେଖାଯାଇଛି, ଆପଣ ଭାରତୀୟ ରେଲଓ୍ବେ ଜମିକୁ କବଜା କରି ନିର୍ମାଣ କରିଛନ୍ତି, ଏହା ଦ୍ବାରା ରେଳ ବିଭାଗ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ୭ଦିନ ମଧ୍ୟ ମନ୍ଦିରକୁ ଅନ୍ୟସ୍ଥାନକୁ ହଟାଇ ନିଅ, ନହେଲେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନୋଟିସରେ କୁହାଯାଇଛି ।    

   Related Posts