ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଦେଶର ଏହି ୧୨୦ଟି ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଦେବାକୁ ପଡିବ ଅଧିକ ଭଡା !

7/12/2020 at 1:35 PM

ନୂଆଦିଲ୍ଲୀ ୦୭/୧୨ : ଖୁବ ଶୀଘ୍ର ଦେଶର କିଛି ବଡ ବଡ ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଅଧିକ ଭଡା ଦେବାକୁ ପଡିପାରେ। ଭାରତୀୟ ରେଲୱେ ଅନେକ ଷ୍ଟେସନରେ ପୁନଃ ବିକାଶ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ ଯାତ୍ରୀଙ୍କ ଠାରୁ ସର୍ଭିସ ଚାର୍ଜ ନିଆଯାଇପାରେ। ବର୍ତ୍ତମାନ ୧୦୦ ରୁ ଅଧିକ ଷ୍ଟେସନ ଉପରେ ସରକାରଙ୍କ ନଜର ରହିଛି। ଏଇସବୁ ଷ୍ଟେସନରେ କାମ ଆରମ୍ଭ ହୋଇପାରେ।

ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁସାରେ, କ୍ୟାବିନେଟ୍ ଏହା ଉପରେ ନିଷ୍ପତ୍ତି ଗ୍ରହଣ କରିପାରେ ଯେ ଯାତ୍ରୀଙ୍କ ଠାରୁ ୟୁଜର୍ସ ଚାର୍ଜ କେତେ ଟଙ୍କା ସଂଗ୍ରହ କରାଯିବ। ତାଛଡା ଏହି ଚାର୍ଜ କେଉଁ କେଉଁ ଷ୍ଟେସନରେ ଲାଗୁ କରାଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ। ରେଳ ମନ୍ତ୍ରାଳୟ ଖୁବ ଶୀଘ୍ର ଏନେଇ ନିଷ୍ପତ୍ତି ନେଇପାରେ। ଯାତ୍ରୀଙ୍କ ଠାରୁ ୧୦ ରୁ ୫୦ ଟଙ୍କା ମଧ୍ୟରେ ଚାର୍ଜ ନିଆଯାଇପାରେ ବୋଲି କୁହାଯାଉଛି। 

ଅଲଗା ଅଲଗା କ୍ଲାସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଅଲଗା ଅଲଗା ଚାର୍ଜ ରହିବ। ଭାରତୀୟ ରେଳ ଆରମ୍ଭରେ ୧୨୦ ଷ୍ଟେସନରେ ୟୁଜର୍ସ ଚାର୍ଜ ଲାଗୁ କରିପାରେ ବୋଲି କୁହାଯାଉଛି। ଏହି ଷ୍ଟେସନ୍ ତାଲିକାରେ ଦିଲ୍ଲୀ, ମୁମ୍ବାଇ, ନାଗପୁର, ତିରୁପତି, ଚଣ୍ଡୀଗଡ଼, ଗ୍ୱାଲିୟର ଭଳି ଅନେକ ଷ୍ଟେସନର ନାଁ ସାମିଲ ଅଛି।

ସୂଚନାଯୋଗ୍ୟ ଯେ, ପୁନଃ ବିକାଶ କାର୍ଯ୍ୟ ପାଇଁ ରେଲୱେ ବର୍ତ୍ତମାନ ପ୍ରାଇଭେଟ୍ ନିବେଶକଙ୍କୁ ମଉକା ଦେବାକୁ ବିଚାର କରୁଛି। ୟୁଜର୍ସଙ୍କ ଠାରୁ ଅସୁଲ୍ ହୋଇଥିବା ଚାର୍ଜ ସିଧାସଳଖ ନିବେଶକଙ୍କ ପାଖକୁ ଯିବ। ଯାହାଫଳରେ ସେମାନଙ୍କର ଏକ ସ୍ଥିର ଆୟ ହୋଇପାରିବ।

ସୂତ୍ର ଅନୁଯାୟୀ, ଏହାର ପ୍ରଭାବ ପ୍ଲାଟଫର୍ମ ଟିକେଟ ଉପରେ ମଧ୍ୟ ପଡିପାରେ। ଅର୍ଥାତ ପ୍ଲାଟଫର୍ମ ଟିକେଟ୍ ପାଇଁ ମଧ୍ୟ ଅଧିକ ଚାର୍ଜ ଦେବାକୁ ପଡିପାରେ। ଯାତ୍ରୀଙ୍କ ମାମଲାରେ ଏହି ଚାର୍ଜ ଭଡାରେ ସାମିଲ କରିଦିଆଯିବ। କିନ୍ତୁ ଅନରିଜର୍ଭ ବା ଅସଂରକ୍ଷିତ ବର୍ଗରେ ଏହି ଚାର୍ଜ ସାମିଲ କରାଯିବ ନା ନାହିଁ ସେନେଇ କୌଣସି ସହମତି ମିଳିନାହିଁ।

   Related Posts