ପ୍ରଥମଥର ପାଇଁ ରେଳବାଇ ଲଞ୍ଚ କଲା 'ପଡ୍ ହୋଟେଲ': ସବୁ ସୁବିଧା ଉପଲବ୍ଧ, ଭଡା ଏତିକି ଟଙ୍କା

Published By : Prameya-News7 Bureau | November 18, 2021 IST

ନୂଆଦିଲ୍ଲୀ ୧୮/୧୧ : ଭାରତୀୟ ରେଳବାଇ ଦୁନିଆର ସବୁଠାରୁ ବଡ ରେଳ ସେବା ମଧ୍ୟରୁ ଗୋଟିଏ। ସେଥିପାଇଁ ଯାତ୍ରୀଙ୍କୁ ତମାମ ସୁବିଧା ଯୋଗାଇଦେବା ରେଳବାଇର ଦାୟିତ୍ୱ। ବର୍ତ୍ତମାନ ରେଳବାଇ ଯାତ୍ରୀଙ୍କୁ ବଡ ସୁବିଧା ଉପଲବ୍ଧ କରିବାକୁ ଯାଉଛି ଯାହାର ନାମ ପଡ ହୋଟେଲ। ଭାରତୀୟ ରେଳବାଇ ତରଫରୁ ପ୍ରଥମଥର ମୁମ୍ବାଇ ସେଣ୍ଟ୍ରାଲ ରେଲୱେରେ ପଡ ହୋଟେଲ ଲଞ୍ଚ କରାଯାଇଛି। ଟ୍ରେନରେ ଯାତ୍ରା କରିବା ପରେ ଯଦି କୌଣସି ଯାତ୍ରୀ ଥକାପଣ ଅନୁଭୂତ କରନ୍ତି ତାହେଲେ ଏହି ହୋଟେଲରେ ରହି ଥକାପଣ ଦୂର କରିପାରିବେ। ଏହି ହୋଟେଲରେ ଯାତ୍ରୀଙ୍କ ପାଇଁ ତମାମ ସୁବିଧା ଉପଲବ୍ଧ ରହିବ ଏବଂ ଏଥିପାଇଁ ଭଡା ମଧ୍ୟ ଅଧିକ ଦେବାକୁ ପଡ଼ିବନି। ପଡ ହୋଟେଲ କଣ ଏବଂ ଏହାର ଭଡା କେତେ ଆସନ୍ତୁ ଜାଣିବା...

{"id":545897,"sizeSlug":"full","linkDestination":"none"}

ମୁମ୍ବାଇ ସେଣ୍ଟ୍ରାଲ ରେଲୱେ ଷ୍ଟେସନର ପ୍ରଥମ ଫ୍ଲୋରରେ ପଡ ହୋଟେଲ ନିର୍ମାଣ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୪୮ ଟି ପଡ ରୁମ ତିଆରି କରାଯାଇଛି। ଏଥିରେ ପ୍ରାଇଭେଟ ପଡଠୁ ଆରମ୍ଭ କରି କ୍ଲାସିକ ପଡ ବି ରହିଛି। ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ପଡ ପ୍ରସ୍ତୁତ କରାଯାଇଛି।

{"id":545898,"width":682,"height":425,"sizeSlug":"full","linkDestination":"none"}

ପଡ ଏକ କ୍ୟାପସୁଲ ସାଇଜ ହୋଟେଲ। ଏଠାରେ ଛୋଟ ଛୋଟ ରୁମ ଥାଏ ଏବଂ ଏଠାରେ ସବୁ ସୁବିଧା ଉପଲବ୍ଧ ଥାଏ। ଜାପାନ ଓ ସିଙ୍ଗାପୁରରେ ଏହିଭଳି ହୋଟେଲର ବହୁତ ଚାହିଦା ରହିଛି। ବର୍ତ୍ତମାନ ଅନେକ ଦେଶରେ ଏହିଭଳି ହୋଟେଲ ତିଆରି କରାଯାଉଛି।

{"id":545899,"width":625,"height":373,"sizeSlug":"full","linkDestination":"none"}

ପଡ ହୋଟେଲରେ ଯାତ୍ରୀଙ୍କ ପାଇଁ ଲଗେଜ ରୁମ, ସାୱାର ରୁମ, ବାଥରୁମ ଓ କମନ ଏରିଆ ଭଳି ସୁବିଧା ଉପଲବ୍ଧ। ଏହାଛଡା ଏଠାରେ ମୋବାଇଲ ଓ ଲାପଟପ ଚାରଜିଙ୍ଗ ପଏଣ୍ଟ, ଫ୍ରି ୱାଇଫାଇ, ଟିଭି ଓ ପଢିବା ପାଇଁ ରିଡିଂ ଲାଇଟ ବ୍ୟବସ୍ଥା ମଧ୍ୟ ରହିବ। ଏହି ହୋଟେଲରେ ଯାତ୍ରୀ ୧୨ ରୁ ୨୪ ଘଣ୍ଟା ପାଇଁ ରହିପାରିବେ। ଏଥିପାଇଁ ୯୯୯ ରୁ ୧୯୯୯ ଟଙ୍କା ଭଡା ଦେବାକୁ ପଡିପାରେ। ପ୍ରାଇଭେଟ ପଡରେ ରହିବାକୁ ଚାହିଁଲେ ୧୨୪୯ ରୁ ୨୪୯୯ ଟଙ୍କା ଯାଏଁ ଦେବାକୁ ପଡିବ।

{"id":545901,"width":597,"height":448,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.