LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜଧାନୀ, ଶତାବ୍ଦୀ, ଦୂରନ୍ତ ଭଳି ଟ୍ରେନର କିପରି ରଖାଗଲା ନାଁ ? କ’ଣ ରହିଛି ବିଶେଷତ୍ବ ? ଆସନ୍ତୁ ଜାଣିବା…

18/02/2023 at 1:00 PM

ନୂଆଦିଲ୍ଲୀ ୧୮।୦୨: ଇଣ୍ଡିଆନ ରେଲଓ୍ବେ ହେଉଛି ଏସିଆର ଦ୍ୱିତୀୟ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ନେଟଓ୍ବର୍କ ।  ଭାରତରେ ପ୍ରତିଦିନ କୋଟି କୋଟି ଲୋକ ଟ୍ରେନରେ ଯାତ୍ରା କରନ୍ତି ।  ରେଳବାଇ ସାରା ଦେଶରେ ହଜାର ହଜାର ଟ୍ରେନ୍ ଚଳାଚଳ କରେ । ପ୍ରତ୍ୟେକ ଟ୍ରେନର ଭିନ୍ନ ନାମ ଏବଂ ସଂଖ୍ୟା ରହିଛି । ଅଧିକାଂଶ ଟ୍ରେନ୍ର ନାଁ ସେମାନଙ୍କର ବୋର୍ଡିଂ ଏବଂ ଗନ୍ତବ୍ୟସ୍ଥଳ  ଅନୁଯାୟୀ ରଖାଯାଇଥାଏ । ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ ଭଳି ଅନେକ ପ୍ରିମିୟମ୍ ଟ୍ରେନ୍ ମଧ୍ୟ ଦେଶରେ ଚାଲିଥାଏ । କିନ୍ତୁ କେବେ ଆପଣଙ୍କ ମନରେ ପ୍ରଶ୍ନ ଆସିଛି କି କେଉଁ ଆଧାରରେ ଏହି ଟ୍ରେନର ନାମ ସ୍ଥିର ହୋଇଛି ?  ଆସନ୍ତୁ ଜାଣିବା ଟ୍ରେନ ଗୁଡିକର ନାମକରଣ ଏପରି କାହିଁକି ହୋଇଥାଏ ।

୧- ଶତାବ୍ଦୀ ଏକ୍ସପ୍ରେସ

୧୯୮୯ ମସିହାରେ ଆରମ୍ଭ ହୋଇଥିଲା ଶତାବ୍ଦୀ ଟ୍ରେନ୍ । ଶତାବ୍ଦୀର ଅର୍ଥ ହେଉଛି ୧୦୦ବର୍ଷ ।  ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ଅବସରରେ ଏହି ଟ୍ରେନର ନାମକରଣ କରାଯାଇଥିଲା । ତାଙ୍କ ଜନ୍ମବର୍ଷ ପାଳନ କରିବାକୁ ତତ୍କାଳୀନ ସରକାର ଏହି ଟ୍ରେନ୍ ଆରମ୍ଭ କରିଥିଲେ । ଏହି ଟ୍ରେନ୍ ସାଧାରଣତଃ ୪୦୦ରୁ ୫୦୦ କିଲୋମିଟର ଦୂରତା ପାଇଁ ଚାଲିଥାଏ।  ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିଛି ।

୨-ରାଜଧାନୀ ଏକ୍ସପ୍ରେସ୍

ଦ୍ବିତୀୟରେ ରହିଛି ରାଜଧାନୀ ଏକ୍ସପ୍ରେସ୍  । ଏହାର ନାମରୁ ହିଁ ଜଣାପଡେ ଦେଶର ରାଜଧାନୀ ଦିଲ୍ଲୀକୁ ଅନ୍ୟ ରାଜ୍ୟ ସହିତ ଯୋଡିଥାଏ ଟ୍ରେନ୍ । ରାଜଧାନୀ ଏକ୍ସପ୍ରେସ୍ ବହୁତ ଦୂର ଯାତ୍ରା ଅତିକ୍ରମ କରିଥାଏ ଏବଂ ଏଥିରେ ଯାତ୍ରୀଙ୍କୁ ଶୋଇବା ଓ ଏସି ସୁବିଧା ମିଳିଥାଏ ।  ତେବେ ରାଜଧାନୀ ଏକ୍ସପ୍ରେସର ସର୍ବାଧିକ ଗତି ହେଉଛି ୧୪୦କିଲୋମିଟର ।

୩- ଦୁରନ୍ତୋ ଏକ୍ସପ୍ରେସ

ଦୁରନ୍ତୋ ହେଉଛି ଏକ ବଙ୍ଗାଳୀ ଶବ୍ଦ ।  ଦୁରନ୍ତୋ ଏକ୍ସପ୍ରେସ ଟ୍ରେନର ବିଶେଷତ୍ୱ ​​ହେଉଛି ଏହା କମ୍ ଷ୍ଟେସନରେ ଅଟକି ଥାଏ ଏବଂ ଯାତ୍ରୀମାନଙ୍କୁ ଯଥାଶୀଘ୍ର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚାଇଥାଏ ।  ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୧୪୦ କିଲୋମିଟର ଅଟେ ।

ଉଲ୍ଲେଖନୀୟ ବିଷୟ ହେଉଛି, ରେଳବାଇ ଟ୍ରେନ ଗୁଡିକର ନାମ ବାଛିବା ପାଇଁ ଏକ ସାଧାରଣ ପଦ୍ଧତି ଅନୁସରଣ କରେ । ଅଧିକାଂଶ ଟ୍ରେନ୍ ନାମ ଏହାର ବୋର୍ଡିଂ ଏବଂ ଗନ୍ତବ୍ୟସ୍ଥଳ ଷ୍ଟେସନର ନାମ ଉପରେ ଆଧାରିତ । ଯେପରିକି ହାଓ୍ବାଡା-ମୁମ୍ବାଇ ମେଲ୍, ଲକ୍ଷ୍ନୌ- ବରୌନି ମେଲ୍, ବେଙ୍ଗାଲୁରୁ-ଚେନ୍ନାଇ ମେଲ୍ ଇତ୍ୟାଦି । ଏଥିଯୋଗୁଁ ଯାତ୍ରୀମାନେ ସହଜରେ କେଉଁ ଷ୍ଟେସନରୁ ଟ୍ରେନ୍ ଛାଡିବେ ତାହା ବିଷୟରେ ସହଜରେ ଜାଣିପାରିବେ ।

   Related Posts