ରେଳବାଇର ବଡ ନିଷ୍ପତ୍ତି : ଟ୍ରେନ ଟିକେଟରେ ଆଉ ମିଳିବନି ରିହାତି

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯/୦୩ : କରୋନା ଭାଇରସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟା ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ | ଭାରତୀୟ ରେଳ ମନ୍ତ୍ରୀ ଏହାର ଠିକ କିଛି ସମୟ ପୂର୍ବରୁ ଏକ ବଡ ନିଷ୍ପତ୍ତି ନେଇଛି | ସମସ୍ତ କାଟାଗୋରିର ଟ୍ରେନ ଟିକେଟରେ ମିଳୁଥିବା ରିହାତି ଆଉ ମିଳିବନି ବୋଲି ରେଳ ମନ୍ତ୍ରାଳୟ ଘୋଷଣା କରିଛନ୍ତି | ଛାତ୍ରଛାତ୍ରୀ, ଦିବ୍ୟାଙ୍ଗ, ସିନିୟର ସିଟୀଜେନଙ୍କ ୪ଟି କାଟାଗୋରି ଓ ୧୧ ପ୍ରକାର ରୋଗୀଙ୍କୁ ମିଳୁଥିବା ରିହାତି ସେମିତି ହିଁ ରହିଛି | ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ | କୋଭିଡି-୧୯କୁ ନେଇ ରେଳ ମନ୍ତ୍ରାଳୟ ଏହିଭଳି ନିଷ୍ପତ୍ତି ନେଇଛି | 

କମ ସଂଖ୍ୟକ ଯାତ୍ରୀ ଯେଭଳି ଟ୍ରେନରେ ଯାତ୍ରା କରିବେ ସେନେଇ ରେଳ ମନ୍ତ୍ରାଳୟ ଏହିଭଳି ନିଷ୍ପତ୍ତି ନେଇଛି | ଅଧିକ ସଂଖ୍ୟକ ଯାତ୍ରୀ ଟ୍ରେନରେ ଯାତ୍ରା କଲେ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ ରହିଛି | ଏହି ସଂକ୍ରମଣକୁ ବ୍ୟାପିବାରେ ରୋକିବା ପାଇଁ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି | ଏହା ପୂର୍ବରୁ ଦେଶର ୨୫୦ ରେଳ ଷ୍ଟେସନରେ ମିଳୁଥିବା ପ୍ଲାଟଫର୍ମ ଟିକେଟ ୧୦ ଟଙ୍କାରୁ ବୃଦ୍ଧି କରି ୫୦ ଟଙ୍କା କରିଛନ୍ତି |

ସମସ୍ତ ଜୋନର ଅଧିକାରୀଙ୍କୁ ରେଳ ମନ୍ତ୍ରାଳୟ ଏହି ନୋଟିସ ଜାରି କରିଛନ୍ତି | ଟ୍ରେନ ଟିକେଟରେ ମିଳୁଥିବା ସବସିଡି ଜାରି ରହିବ, କେବଳ ରିହାତି ମିଳିବନି ବୋଲି ନୋଟିସରେ ଉଲ୍ଲେଖ ରହିଛି | ବର୍ତ୍ତମାନ ଟ୍ରେନ ଟିକେଟର ୫୩ଟି କାଟାଗୋରିରେ ରିହାତି ମିଳେ | ଏବେ ଏହି ରିହାତି କେବଳ ୧୫ଟି କାଟାଗୋରିକୁ ମିଳିବ | ଅନ୍ୟ ୩୮ କାଟାଗୋରିକୁ ମିଳୁଥିବା ରିହାତି କିଛି ଦିନ ପାଇଁ ବନ୍ଦ କରିଦିଆଯାଇଛି |

{"id":241026,"width":589,"height":699,"sizeSlug":"large"}

କରୋନା ଭାଇରସ ସଂକ୍ରମଣର ଭୟାବହତା ଦେଖି ଲୋକଙ୍କୁ ଟ୍ରେନରେ ଯାତ୍ରା ନ କରିବାକୁ ଆଡ଼ଭାଇଜାରୀ ଜାରି କରାଯାଇଛି | ଏହି ନିଷ୍ପତ୍ତି ଆସନ୍ତାକାଲି ଠାରୁ ଜାରି ହେବ | ଆସନ୍ତାକାଲି ଓ ଏହାପରେ ବୁକ ହେଉଥିବା ଟିକେଟରେ ଏହି ନୂଆ ନିୟମ ଲାଗୁ ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.