ଟ୍ରେନ ଯାତ୍ରୀଙ୍କ ଲାଗି ଖୁସି ଖବର, Reservationର ଝିନଝଟ ଶେଷ

Published By : Prameya-News7 Bureau | January 12, 2020 IST

ନୂଆଦିଲ୍ଲୀ ୧୨।୧ : ଯାତ୍ରୀଙ୍କ ଲାଗି ରେଳବାଇ ଏବେ ଅନଲାଇନ ରିଜର୍ଭେସନ ଚାର୍ଟ  ଦେଖିବାର ସୁବିଧା ଉପଲବ୍ଧ କରିଛନ୍ତି। ଏଥିରେ ଯାତ୍ରୀ ଫାଇନାଲ ଚାର୍ଟ ପ୍ରସ୍ତୁତି ପରେ ମଧ୍ୟ ତାଙ୍କର କନଫର୍ମ ସିଟ୍ ବୁକ୍ କରିବାର ବ୍ୟବସ୍ଥା ରହିଛି। ତେବେ ଏହି ବୁକିଂ କରେଣ୍ଟ ବୁକିଂଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏଥିରେ ଟ୍ରେନ ଚାଲିଥିବା ବେଳେ ଖାଲି ବର୍ଥରେ ସିଟ୍ ଯାଞ୍ଚ ବି କରିହେବ। ନିକଟରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏ ନେଇ ସୂଚିତ କରିଥିଲେ।

{"id":210371,"width":576,"height":326,"sizeSlug":"large"}

ରେଳବାଇଙ୍କ ଏହି ସୁବିଧା ବିଭିନ୍ନ ସହରରୁ ଭିନ୍ନ ଭିନ୍ନ ଦୂରତାକୁ ଯାତ୍ରା କରୁଥିବା ଲୋକଙ୍କ ଲାଗି ଏହା ବେଶ ସୁବିଧାଜନକ ହେବ। ଟ୍ରେନ ଯାତ୍ରା ସମୟରେ ଅନେକ ଲୋକେ କନଫର୍ମ ଟିକେଟ୍ ଥାଇ ମଧ୍ୟ ଯାତ୍ରା କରିନଥାନ୍ତି। ହୁଏତ ସେମାନେ ବିଳମ୍ବରେ ଷ୍ଟେସନ ପହଞ୍ଚିବା ଯୋଗୁ ଟ୍ରେନ ଫେଲ ହୋଇଥାଇପାରନ୍ତି। ଏଭଳି ଯାତ୍ରୀଙ୍କ ସିଟ୍ ସମ୍ପର୍କରେ ସୂଚନା କେବଳ ଟିଟିଇଙ୍କ ନିକଟରେ ଥାଏ। ତେବେ ଏହି ସୂଚନା ଏବେ ଯାତ୍ରୀ ଅନ-ଲାଇନରେ ଜାଣିବା ସହ ଟିକେଟ୍ ବୁକ୍ ମଧ୍ୟ କରିପାରିବେ।  

{"id":210372,"sizeSlug":"large"}

ରେଳବାଇ ଅଧିକାରୀଙ୍କ ଅନୁସାରେ ଟ୍ରେନ ଯାତ୍ରା କରୁଥିବା ଷ୍ଟେସନରୁ ଆରମ୍ଭ କରି ରାସ୍ତାରେ ପଡୁଥିବା ଷ୍ଟେସନରେ ଖାଲିବର୍ଥର ଏବେ ସମ୍ପୂର୍ଣ୍ଣ ସୂଚନା ମିଳିପାରିବ। ଏବେ ଯାତ୍ରୀ ବିମାନ ଟିକେଟ୍ ବୁକିଂ କରିବା ଭଳି ଟ୍ରେନରେ ନିଜ ଲାଗି ଟିକେଟ୍ ବୁକ୍ କରିପାରିବେ। ଏଥିଲାଗି ରେଲୱେ ୱେବସାଇଟ୍‌ରେ ସିଟ୍ ଗୁଡିକର ପୁରା ଲେ ଆଉଟ୍ ଦେଖିହେବ। ଏଥିରେ କ୍ଲାସ ଓ କୋଚ୍ ଆଧାରରେ ଖାଲି ସିଟ୍‌ର ସୂଚନା ମିଳିପାରିବ। ସାଧାରଣତଃ ଟ୍ରେନ ଯାତ୍ରା ଆରମ୍ଭ କରିବାର ୪ ଘଣ୍ଟା ପୂର୍ବରୁ ପ୍ରଥମ ଚାର୍ଟ ଜାରି ହୁଏ। ତେବେ ଦ୍ୱିତାୟ ଚାର୍ଟ ପ୍ରସ୍ତୁତି ପୂର୍ବରୁ ଖାଲିବର୍ଥର ସୂଚନା ଅନଲାଇନରେ ମିଳିପାରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.