oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଯାତ୍ରୀଙ୍କ ପାଇଁ ବିଶେଷ ସୂଚନା : ରେଲୱେ ବାତିଲ୍‌ କଲା ୨୩୭ଟି ଟ୍ରେନ୍‌ , ଯାଞ୍ଚ କରି ନିଅନ୍ତୁ ପୁରା ଲିଷ୍ଟ

10/04/2022 at 9:56 AM

ନୂଆଦିଲ୍ଳୀ ୧୦।୦୪ : ଦେଶରେ ଏମିତି କୌଣସି ନାଗରିକ ନାହାଁନ୍ତି ଯିଏ କେବେ ଟ୍ରେନରେ ଯାତ୍ରା କରି ନାହାଁନ୍ତି । ପ୍ରତିଦିନ ଟ୍ରେନ୍‌ରେ ହଜାର ହଜାର ଯାତ୍ରୀ ଚଳପ୍ରଚଳ କରନ୍ତି। ଏହି ଟ୍ରେନମାନଙ୍କରେ କୋଟି କୋଟି ଯାତ୍ରୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟତ କରନ୍ତି । ଏହି କାରଣରୁ ରେଳବାଇକୁ ଦେଶର ଲାଇଫ୍ ଲାଇନ୍ ବୋଲି କୁହାଯାଏ ।  ଆଜି ବି ଦେଶର ଏକ ବଡ ବିଭାଗ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। କିଛି ଦିନ ମଧ୍ୟରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଟ୍ରେନର ଏହି ସମୟରେ ହଠାତ୍ ଭିଡ଼ ବଢିଯିବ । ରେଳବାଇ ମଧ୍ୟ ଅନେକ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଉଛି ଯାହା ଦ୍ବାରା ଲୋକମାନେ ସହଜରେ ଟ୍ରେନରେ ସଂରକ୍ଷଣ ପାଇପାରିବେ । କିନ୍ତୁ, ବେଳେବେଳେ ବିଭିନ୍ନ କାରଣରୁ ରେଳବାଇକୁ ବାତିଲ୍, ପୁନ ନିର୍ଧାରଣ କିମ୍ବା ଡାଇଭର୍ଟ କରିବାକୁ ପଡେ ।

ହେଲେ ଆଜି ରେଳବାଇ ସଂପୂର୍ଣ୍ଣ କିମ୍ବା ଆଂଶିକ ବହୁ ସଂଖ୍ୟକ ଟ୍ରେନକୁ ବାତିଲ କରିଦେଇଛି । ଟ୍ରେନ୍ ବାତିଲ୍, ଡାଇଭର୍ଟିଂ କିମ୍ବା ପୁନଃନିର୍ଦ୍ଧାରଣ ପଛରେ ଅନେକ ଭିନ୍ନ କାରଣ ଅଛି । ପ୍ରଥମ କାରଣ ହେଉଛି ଖରାପ ପାଗ  ବେଳେ ଝଡ, ବାତ୍ୟା ଏବଂ ବର୍ଷା ଭଳି ଖରାପ ପାଗ ଯୋଗୁଁ ଟ୍ରେନଗୁଡିକ ବାତିଲ କରିବାକୁ ପଡେ।ଏଥି ସହିତ ରେଳ ଟ୍ରାକ୍ ର ମରାମତି ମଧ୍ୟ ଟ୍ରେନ୍ ବାତିଲ ହେବାର ଏକ କାରଣ ହୋଇଥାଏ । ପ୍ରତିଦିନ ହଜାର ହଜାର ଟ୍ରେନ୍ ଟ୍ରାକ ଦେଇ ଗତି କରେ । ଏପରି ପରିସ୍ଥିତିରେ, ଟ୍ରାକଗୁଡିକର ମରାମତି ଏବଂ ସଠିକ୍ ଭାବରେ ରକ୍ଷଣାବେକ୍ଷଣ କରିବା ମଧ୍ୟ ଆବଶ୍ୟକ । ଏହି ସମସ୍ତ ବିଭିନ୍ନ କାରଣରୁ ଆଜି ଟ୍ରେନ୍ ଗୁଡିକ ବାତିଲ କରାଯାଇଛି ।

ତେବେ ଆଜି ରେଳବାଇ ପକ୍ଷରୁ ମୋଟ ୨୩୭ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ୨୦୭ ଟ୍ରେନ ସଂପୂର୍ଣ୍ଣ ବାତିଲ ହୋଇଛି। ୩୦ଟି ଟ୍ରେନ ଆଂଶିକ ବାତିଲ ହୋଇଛି। ଏହା ବ୍ୟତୀତ ୩ ଟି ଟ୍ରେନ୍ ପୁନଃନିର୍ଦ୍ଧାରିତ ହୋଇଛି । ଏବଂ ୧୭ଟି ଟ୍ରେନ୍‌କୁ ଡାଇଭର୍ଟ କରାଯାଇଛି। ହେଲେ ଯଦି ଆପଣ ଆଜିର ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ ଚାହାଁନ୍ତି, ତେବେ ଚାଲନ୍ତୁ ଜାଣିବା କିପରି କରିବେ ଯାଞ୍ଚ –

ଏହିପରି ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ-

ବାତିଲ ଏବଂ ଆଂଶିକ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ https://www.irctchelp.in/cancelled-trains-list/ ୱେବସାଇଟକୁ ଯାଆନ୍ତୁ ତାହାରି ଉପରେ କ୍ଲିକ୍ କରନ୍ତୁ ।

ଆଜିର ତାରିଖ ଅନୁଯାୟୀ ବାତିଲ, ଡାଇଭର୍ଟ ଏବଂ ପୁନଃନିର୍ଦ୍ଧାରିତ ଟ୍ରେନଗୁଡିକର ତାଲିକା ଯାଞ୍ଚ କରନ୍ତୁ ।

ଏହା ପରେ ବାତିଲ୍ ତାଲିକାରେ କ୍ଲିକ୍ କରନ୍ତୁ ।

   Related Posts