ଦେଶ ବିଭାଜନ ପରଠୁ ଗତ ୭୦ ବର୍ଷ ଭିତରେ କେତେ ଜଣ ଭାରତୀୟ ପାଇଲଟଙ୍କୁ ପାକିସ୍ତାନ ବନ୍ଦୀ କରିଛି ଜାଣନ୍ତୁ...

Published By : Prameya-News7 Bureau | February 28, 2019 IST

ଦିଲ୍ଲୀ ୨୮/୨ : ଭାରତୀୟ ବାୟୁସେନା ଦେଇଥିବା ବୟାନ ଅନୁସାରେ ବୁଧବାର ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରି ରଖିଛି | ପାକିସ୍ତାନ ତରଫରୁ ଜାରି କରାଯାଇଥିବା ଭିଡିଓ ଅନୁଯାୟୀ, ଅଭିନନ୍ଦନ ପାକିସ୍ତାନରେ ଭଲ ଅଛନ୍ତି | ଅଭିନନ୍ଦନ ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାପରେ ପାକିସ୍ତାନ ସେନା ତାଙ୍କୁ ବନ୍ଦୀ କରିନେଇଥିଲେ |

{"id":89408,"width":583,"height":389}

ଭାରତୀୟ ସେନାକୁ ପାକିସ୍ତାନୀ ସେନା ବନ୍ଦୀ କରି ରଖିବା ଏହା ପ୍ରଥମ ଘଟଣା ନୁହେଁ | ପୂର୍ବରୁ ମଧ୍ୟ ଅନେକ ଭାରତୀୟ ପାଇଲଟଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଥିଲା | ଆସନ୍ତୁ ଜାଣିବା ପାକିସ୍ତାନ ଭାରତର କେଉଁ କେଉଁ ପାଇଲଟଙ୍କୁ ବନ୍ଦୀ କରିଥିଲା ଏବଂ ତାଙ୍କ ସହ କିଭଳି ବ୍ୟବହାର କରିଥିଲା |

୧୯୬୫ ଯୁଦ୍ଧ, ଏୟାର ମାର୍ଶଲ ବ୍ରିଜପାଲ ସିଂହ ସିକନ୍ଦ

୧୯୬୫ ଭାରତ ପାକିସ୍ତାନ ଯୁଦ୍ଧ ବେଳେ ତତ୍କାଳୀନ ପାଇଲଟ ବ୍ରିଜପାଲ ସିଂହ ସିକନ୍ଦଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିଥିଲା | ଯୁଦ୍ଧ ବେଳେ ସେ ଏକ ଜିନାଟ ବିମାନ ଉଡାଉଥିଲେ | ଆକ୍ରମଣ ସାରି ସେ ଯେତେବେଳେ ବିମାନ ଓହ୍ଲାଇଥିଲେ ସେ ସୁରକ୍ଷିତ ଓହ୍ଲାଇଥିଲେ | କିନ୍ତୁ ଅଚାନକ ସେ ଜାଣିବାକୁ ପାଇଲେ ଯେ, ସେ ଭୁଲରେ ବିମାନ ଭାରତରେ ନୁହଁ ବରଂ ପାକିସ୍ତାନ ସୀମା ଭିତରେ ଓହ୍ଲାଇଛନ୍ତି | ଜାଣିବା କ୍ଷଣି ସେ ନିଜ ବିମାନ ଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ,  କିନ୍ତୁ ପାକିସ୍ତାନୀ ସେନା ସେତେବେଳକୁ ତାଙ୍କୁ ଘେରିଯାଇଥିଲା ଏବଂ ବନ୍ଦୀ କରିଥିଲା | କିନ୍ତୁ ପରେ ଜେନିଭା ଚୁକ୍ତି ଅନୁସାରେ ପାକିସ୍ତାନ ତାଙ୍କୁ ମୁକ୍ତ କରିଥିଲା | ପାକିସ୍ତାନରେ ବନ୍ଦୀ ଥିବାବେଳେ ପାକିସ୍ତାନୀ ସେନା ତାଙ୍କୁ ନିର୍ଯ୍ୟାତନା ଦେଇଥିବା ସେ କହିଥିଲେ | 

{"id":89402}

୧୯୭୧ ଯୁଦ୍ଧ, ଏୟାର ଭାଇସ ମାର୍ଶଲ, ଆଦିତ୍ୟ ବିକ୍ରମ ପେଠିୟା

ଭୋପାଲରେ ରହୁଥିବା ବାୟୁସେନାର ଅବସରପ୍ରାପ୍ତ ଏୟାର ଭାଇସ ମାର୍ଶଲ ଆଦିତ୍ୟ ବିକ୍ରମ ପେଠିୟା ୧୯୭୧ ଯୁଦ୍ଧ ବେଳେ ପାକିସ୍ତାନରେ ଯୁଦ୍ଧ ବନ୍ଦୀ ଥିଲେ | ୧୯୭୧ ଯୁଦ୍ଧ ବେଳେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଥିବା ଭାରତୀୟ ବାୟୁସେନାରେ ସେ ସାମିଲ ଥିଲେ | ଯୁଦ୍ଧ ବେଳେ ତାଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିନେଇଥିଲା | ସେ ୫ ମାସ ପର୍ଯ୍ୟନ୍ତ ପାକିସ୍ତାନରେ ବନ୍ଦୀ ହୋଇରହିଥିଲେ | ୫ ମାସ ମଧ୍ୟରେ ତାଙ୍କୁ ବହୁତ ନିର୍ଯ୍ୟାତନା ଦିଆଯାଇଥିଲା | ଜେନିଭା ଚୁକ୍ତି ଅନୁଯାୟୀ ୫ ମାସ ପରେ ତାଙ୍କୁ ମୁକ୍ତ କରିଥିଲା ପାକିସ୍ତାନ |

{"id":89403}

୧୯୭୧, ୱିଙ୍ଗ କମାଣ୍ଡର ହରସରଣ ସିଂହ ଗିଲ

୧୯୭୧ ଯୁଦ୍ଧ ବେଳେ ଡିସେମ୍ବର ୩ ତାରିଖରୁ ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ହରସରଣ ସିଂହ ଗିଲ ପଶ୍ଚିମାଞ୍ଚଳ ୱିଙ୍ଗର ନେତୃତ୍ୱ ନେଇଥିଲେ | ସେ ଶତ୍ରୁ ପକ୍ଷର ଅନେକ ବିମାନକୁ ଧ୍ବଂସ କରିଥିଲେ | ଆକାଶ ମାର୍ଗରେ ଯୁଦ୍ଧ ବେଳେ ପାକିସ୍ତାନ ସେନା ତାଙ୍କ ଉପରେ ଆକ୍ରମଣ କରି ତାଙ୍କର ମିଗ-୨୧ ବିମାନକୁ ଧ୍ବଂସ କରିଥିଲା | ଯେଉଁଥିରେ ହରସରଣ ସହିଦ ହୋଇଯାଇଥିଲେ | ତାଙ୍କର ଏହି ବୀରତ୍ୱ ପାଇଁ ତାଙ୍କୁ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ କରାଯାଇଥିଲା |  

{"id":89405,"align":"center"}
image description

 

୧୯୯୯ କାର୍ଗିଲ, ଲେଫ୍ଟେନେଣ୍ଟ ନଚିକେତା

କାର୍ଗିଲ ଯୁଦ୍ଧ ବେଳେ ନଚିକେତଙ୍କ ବିମାନ ନିୟନ୍ତ୍ରଣ ହରାଇ ଥିଲା | ବିମାନରୁ ଓହ୍ଲାଇ ସେ ପାରାଚୁଟ କାଢି ଯେତେବେଳେ ସେଠାରୁ ଯିବା ପାଇଁ ଚେଷ୍ଟା କରିଥିଲେ ସେ ଜାଣିବାକୁ ପାଇଥିଲେ ଯେ, ସେ ପାକିସ୍ତାନ ଅଂଚଳରେ ଅଛନ୍ତି | ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିନେଇଥିଲା | ତାଙ୍କୁ ରାୱଲପିଣ୍ଡିର ଏକ କାଳ କୋଠରୀରେ ବନ୍ଦୀ କରାଯାଇଥିଲା | ନଚିକେତଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ସ୍ଥରରେ ପ୍ରୟାସ କରାଯାଇଥିଲା | ଯାହାଫଳରେ ପାକିସ୍ତାନ ତାଙ୍କୁ ମୁକ୍ତ କରିବା ପାଇଁ ବାଧ୍ୟ ହୋଇଥିଲା | ୮ ଦିନ ପରେ ନଚିକେତ ପାକିସ୍ତାନ ଜେଲରୁ ମୁକ୍ତ ହୋଇଥିଲେ | ଭାରତକୁ ଫେରିବା ପରେ ୩ ବର୍ଷ ପର୍ଯ୍ୟନ୍ତ ନଚିକେତଙ୍କ ଚିକିତ୍ସା କରାଯାଇଥିଲା |

{"id":89404}

୧୯୯୯ କାର୍ଗିଲ, ଅଜୟ ଆହୁଜା

କାର୍ଗିଲ ଯୁଦ୍ଧ ବେଳେ ଯେଉଁଦିନ ନଚିକେତଙ୍କୁ ପାକିସ୍ତାନୀ ସେନା ବନ୍ଦୀ କରିଥିଲା ଠିକେ ସେହିଦିନ ପାକିସ୍ତାନର ଏକ ମିସାଇଲ ଅଜୟ ଆହୁଜାଙ୍କ ବିମାନକୁ  ମାଡ କରିଥିଲା | ଯାହାଫଳରେ ତାଙ୍କ ବିମାନ କ୍ରାସ କରିଯାଇଥିଲା | କିନ୍ତୁ ଏଥିରେ ତାଙ୍କ ମୃତ୍ୟୁ ହୋଇନଥିଲା | ଏକ ରିପୋର୍ଟ ଅନୁଯାୟୀ, ପଡିବା ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲା ପାକିସ୍ତାନ ସେନା | ଅଜୟଙ୍କ ଛାତିରେ ଏବଂ ମୁଣ୍ଡରେ ଗୁଳି ବାଜିଥିବା ଭାରତ ପାଖରେ ପ୍ରମାଣ ଥିଲା |

{"id":89406}

୨୦୧୯ ଏୟାର ଷ୍ଟ୍ରାଇକ, ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ବର୍ତ୍ତମାନ ପାକିସ୍ତାନରେ ବନ୍ଦୀ | ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ୪୨ ସିଆରପିଏଫ ଯବାନ ସହିଦ ହେବ ଘଟଣା ପରେ ୨୬ ତାରିଖରେ ବାୟୁସେନା ଏୟାର ଷ୍ଟ୍ରାଇକ କରିଥିଲା | ଭାରତୀୟ ବାୟୁସେନା ପାକିସ୍ତାନ ଅଧିକୃତ କାଶ୍ମୀରରେ ପଶି ଆତଙ୍କବାଦୀଙ୍କ ଶିବିର ଧ୍ବଂସ କରିଥିଲେ | ଆନ୍ତର୍ଜାତିକ ସୀମା ଉଲଂଘନ କରିଥିବା ଅଭିଯୋଗ କରି ୨୭ ତାରିଖରେ ପାକିସ୍ତାନ ନିଜ ଯୁଦ୍ଧ ବିମାନ ଏଫ-୧୬ ଦ୍ୱାରା ଆକ୍ରମଣ କରିଥିଲା | ଏତିକିବେଳେ ଭାରତୀୟ ସେନାର ୨ଟି ବିମାନ ଧ୍ବଂସ ହୋଇଥିଲା | ଯାହାଫଳରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନ ସୀମାରେ ପଡିଯାଇଥିଲେ | ଏବେ ଅଭିନନ୍ଦନଙ୍କୁ ପାକିସ୍ତାନ ସେନା ବନ୍ଦୀ କରି ରଖିଛି | ସ୍ଥିତିରେ ସୁଧାର ଆସିଲେ ଅଭିନନ୍ଦନଙ୍କୁ ମୁକ୍ତ କରିଦିଆଯିବ ବୋଲି କହିଛି ପାକିସ୍ତାନ |

{"id":89407}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.