୭ ବର୍ଷରେ ଆମେରିକାରେ ୩୮ ପ୍ରତିଶତ ବୃଦ୍ଧି ପାଇଛି ପ୍ରବାସୀ ଭାରତୀୟ ସଂଖ୍ୟା : ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନେବେ ମହତ୍ଵପୁର୍ଣ ଭୂମିକା

Published By : Prameya-News7 Bureau | June 18, 2019 IST

ୱାସିଂଟନ ୧୮/୬ : ଆମେରିକାରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୨୦୧୦-୧୭ ମସିହା ଭିତରେ ୩୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୦ ମସିହାରେ ଜନସଂଖ୍ୟା ୩୧ ଲକ୍ଷ ୮୩ ହଜାର ୬୩ ଥିଲା । ୨୦୧୭ରେ ଏହା ବୃଦ୍ଧି ପାଇ ୪୪ ଲକ୍ଷ ୨ହଜାର ୩୬୩ ହୋଇଛି । ସାଉଥ ଏସିଆନ ଆମେରିକାନ ଲିଡିଙ୍ଗ ଟୁଗେଦର ରିପୋର୍ଟ ଅନୁଯାୟୀ, ୬ ଲକ୍ଷ ୩୦ ହଜାର ପ୍ରବାସୀ ଭାରତୀୟ ଏଠାରେ ବେଆଇନ ଭାବେ ରହୁଛନ୍ତି । ଏମାନଙ୍କ ଭିସା ଅବଧି ଶେଷ ହୋଇସାରିଛି । ୨୦୧୦ ପରେ ଆମେରିକାରେ ବେଆଇନ ଭାବେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ୭୮ ପ୍ରତିଶତ ବୃଦ୍ଧି ପାଇଛି । ଦକ୍ଷିଣ ଏସିଆ ଦେଶଗୁଡିକରେ ପାଖାପାଖି ୫୦ ଲକ୍ଷ ଲୋକ ଆଇନଗତ ଭାବେ ଆମେରିକାରେ ରହୁଛନ୍ତି ।

{"id":124465}

୨୦୧୦-୧୭ ମଧ୍ୟରେ ଆମେରିକାରେ ନେପାଳୀଙ୍କ ସଂଖ୍ୟା ସବୁଠାରୁ ଅଧିକ ବୃଦ୍ଧି ପାଇ ୨୦୬.୬ ପ୍ରତିଶତ ରହିଥିଲା । ସେହିଭଳି ଭୁଟାନରୁ ୩୮ ପ୍ରତିଶତ, ୩୩ ପ୍ରତିଶତ ପାକିସ୍ତାନୀ, ୨୬ ପ୍ରତିଶତ ବାଂଲାଦେଶୀ ଏବଂ ୧୫ ପ୍ରତିଶତ ଶ୍ରୀଲଙ୍କାଲୋକ ସଂଖ୍ୟା ବୃଦ୍ଧି ପାଇଛି । 

{"id":124466}

ବର୍ତ୍ତମାନର ଜନଗଣନା ସର୍ଭେ ଅନୁଯାୟୀ, ୨୦୧୬ରେ ଆମେରିକା ନିର୍ବାଚନରେ ଏସୀୟ ଦେଶର ୪୯.୯ ପ୍ରତିଶତ ଲୋକ ମତଦାନ କରିଥିଲେ । ଦକ୍ଷିଣ ଏସୀୟ ଦେଶର ଭୋଟରଙ୍କ ସଂଖ୍ୟା ଥିଲା ପାଖାପାଖି ୫୦ ଲକ୍ଷ । ଏମାନଙ୍କ ମଧ୍ୟରୁ ୧୫ ଲକ୍ଷ ଭାରତୀୟ ଥିଲେ । ୨ ଲକ୍ଷ ୨୨ ହଜାର ୨୫୨ ପାକିସ୍ତାନୀ ଭୋଟର ଥିଲେ ଏବଂ ୬୯,୮୨୫ ବାଂଲାଦେଶୀ ଭୋଟର ଥିଲେ ।

{"id":124468,"width":584,"height":387}

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏସୀୟ ଦେଶର ୧୦ ପ୍ରତିଶତ ଲୋକ ଅତ୍ୟନ୍ତ ଗରିବ ଜୀବନଯାପନ କରିଥାନ୍ତି । ଏମାନଙ୍କ ମଧ୍ୟରୁ ୧୫.୮ ପ୍ରତିଶତ ଅଛନ୍ତି ପାକିସ୍ତାନୀ, ୨୩.୯ ପ୍ରତିଶତ ନେପାଳୀ, ୨୪.୨ ପ୍ରତିଶତ ବାଂଲାଦେଶୀ ଏବଂ ୩୩.୩ ପ୍ରତିଶତ ଭୁଟାନବାସୀ । ବାଂଲାଦେଶ ଓ ଭୁଟାନର ଲୋକ ଆମେରିକାରେ ସବୁଠାରୁ ଅଧିକ ଗରିବ ଜୀବନଯାପନ କରୁଛନ୍ତି ।

{"id":124470}

ଆମେରିକାରେ ଶରଣ ନେଇଥିବା ଦକ୍ଷିଣ ଏସୀୟ ଦେଶର ଲୋକଙ୍କ ସଂଖ୍ୟା ଗତ ୧୦ ମଧ୍ୟରେ ସବୁଠାରୁ ଅଧିକ ବୃଦ୍ଧି ପାଇଛି । ୨୦୧୭ ମସିହା ପରେ ୩୦୧୩ ଏସୀୟ ଦେଶର ଲୋକଙ୍କୁ ବନ୍ଦୀ କରାଯାଇଥିଲା । ୨୦୧୪ ଅକ୍ଟୋବର ମାସରୁ ୨୦୧୮ ଏପ୍ରିଲ ମାସ ମଧ୍ୟରେ ବର୍ଡ଼ର ପୋଲିସ ଏସୀୟ ଦେଶର ୧୭ ହଜାର ୧୧୯ ଲୋକଙ୍କୁ ଗିରଫ କରିଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.