ଆମେରିକା ରାଷ୍ଟ୍ରପତି ନିର୍ବାଚନ୍ ରେସ୍ରେ ଭାରତୀୟ ବଂଶୋଦ୍ଭବ, ଡୋନାଲ୍ଡ ଟ୍ରମ୍ପକୁ ଦେଲେ ଚ୍ୟାଲେଞ୍ଜ
16/02/2023 at 9:15 AM

ନୂଆଦିଲ୍ଲୀ ୧୬/୦୨: ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍ ରେ ଭାରତୀୟ ବଂଶୋଦ୍ଭବ । ରିପବ୍ଲିକାନ ପାର୍ଟି ପକ୍ଷରୁ ନିର୍ବାଚନ ଲଢିବେ ନିକି ହେଲି ।
ଜାତିସଂଘରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ତଥା ଭାରତୀୟ ବଂଶୋଦ୍ଧବ ନିକି ହେଲି ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ । ଗତ ନିର୍ବାଚନରେ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିବା ଡୋନାଲ୍ଡ ଟ୍ରମ୍ପକୁ ଚ୍ୟାଲେଞ୍ଜ ଦେଇ ଏଭଳି ଘୋଷଣା କରିଛନ୍ତି ନିକି ହେଲି । ତାଙ୍କୁ ୱାସିଂଟନ୍ ର ନୂଆ ପିଢିର ନେତା ଭାବେ ଗଣାଯାଉଛି ।
Nikki Haley announces 2024 White House bid, says "proud daughter of Indian immigrants"
— ANI Digital (@ani_digital) February 15, 2023
Read @ANI Story | https://t.co/iOmwh2SdEd#NikkiHaley #WhiteHouse pic.twitter.com/u5YYFXddKo
ଦକ୍ଷିଣ କାରୋଲିନାର ପୂର୍ବତନ ରାଜ୍ୟପାଳ ୫୧ ବର୍ଷିୟ ନିକି ହେଲି ଏକ ଭିଡିଓ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଭିଡିଓରେ ସେ ଜଣେ ପ୍ରବାସୀ ଭାରତୀୟ ବୋଲି କହିଛନ୍ତି । ଏବେ ସମୟ ଆସିଛି ନୂଆ ପିଢିର ନୂଆ ନେତାଙ୍କ ପାଇଁ ରାଜକୋଷର ବିକାଶ, ସୀମାରେ ସୁରକ୍ଷା ଏବଂ ଦେଶର ଶକ୍ତିି ଆହୁରି ବୃଦ୍ଧି କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିବା କହିଛନ୍ତି ନିକି ହେଲି ।
ଜଣେ ଭାରତୀୟ ଝିଅ ଭାବେ ସେ ଗର୍ବିତ, ବୋଲି ଭିଡିଓରେ କହିଛନ୍ତି ନିକି ହେଲି । ପ୍ରବାସୀ ଭାରତୀୟଙ୍କ ଭୋଟ ହାତେଇବାରୁ ନିକି ହେଲିକୁ ରିପବ୍ଲିକାନ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ କରିବାର ଆଶା ରହିଛି ।