ନିଆରା ଢଙ୍ଗରେ ଭାରତୀୟ ମହିଳା ଡାକ୍ତରଙ୍କୁ ସମ୍ମାନିତ କଲେ ଆମେରିକାବାସୀ : କରୋନା ରୋଗୀଙ୍କୁ କରୁଛନ୍ତି ଚିକିତ୍ସା

Published By : Prameya-News7 Bureau | April 23, 2020 IST

ନ୍ୟୁୟର୍କ ୨୩/୦୪ : ଆମେରିକା ନ୍ୟୁୟର୍କ ସହରରେ କରୋନା ସଂଗ୍ରାମୀଙ୍କ ପ୍ରତି ଧନ୍ୟବାଦ ବ୍ୟକ୍ତ କରିବାର ଏକ ଭିନ୍ନ ତରିକା ଦେଖିବାକୁ ମିଳିଛି | ଏଠାରେ ଜଣେ ଭାରତୀୟ ମହିଳା ଡାକ୍ତର ଉମା ମଧୁସୂଦନଙ୍କୁ କରୋନା ପୀଡିତଙ୍କ ଚିକିତ୍ସା ପାଇଁ କାର ରାଲି ବାହାର କରି ସମ୍ମାନ ଦିଆଯାଇଛି | ଏହି ରାଲିରେ ଗାଡିର ହର୍ନ ବଜାଇ ଲୋକେ ଏହି ଭାରତୀୟ ମହିଳା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲେ |

{"id":258688,"width":581,"height":327,"sizeSlug":"large"}

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡିଓ ବହୁତ ଭାଇରାଲ ହେଉଛି | ଏହି ଭିଡିଓରେ ଦେଖିବାକୁ ମିଳିଛି, ନିଜ ଘର ବାହାରେ ଛିଡା ହୋଇଥିବା ଡାକ୍ତର ଉମା ମଧୁସୂଦନଙ୍କୁ କାର ରାଲି ଜରିଆରେ ଧନ୍ୟବାଦ ଜ୍ଞାପନ କରିଛନ୍ତି ଆମେରିକାବାସୀ | ଏହି ରାଲିରେ ପୋଲିସ ଗାଡି, ଅଗ୍ନିଶମ ଗାଡି  ସହ ଲୋକଙ୍କ ବ୍ୟକ୍ତିଗତ ଗାଡି ମଧ୍ୟ ସାମିଲ ଥିଲା | ଏମାନେ ପ୍ଲାକାର୍ଡ଼ରେ ଧନ୍ୟବାଦ ଲେଖି ଡାକ୍ତର ଉମାଙ୍କୁ ଧନ୍ୟବାଦ ଜଣାଇଛନ୍ତି | ମହୀଶୂରର ଜେଏସଏସ ମେଡିକାଲ କଲେଜରୁ ଏମବିବିଏସ ଡିଗ୍ରୀ ହାସଲ କରିଥିବା ଉମା ମଧୁସୂଦନ ବର୍ତ୍ତମାନ ଆମେରିକାର ସାଉଥ ଓ୍ବିଣ୍ଡସର ହସ୍ପିଟାଲରେ କାର୍ଯ୍ୟରତ | 

{"id":258689,"width":575,"height":670,"sizeSlug":"large"}

ଡାକ୍ତର ଉମା ମଧୁସୂଦନଙ୍କୁ ସମ୍ମାନ ଜଣାଉଥିବା ଏହି ଭିଡିଓକୁ ବ୍ୟବସାୟୀ ହ୍ରସ୍ୱ ଗୋଏଙ୍କା ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି | ଭିଡିଓ ସେୟାର କରି ସେ ଲେଖିଛନ୍ତି, ଭାରତୀୟ ଡାକ୍ତର ଉମା ମଧୁସୂଦନଙ୍କୁ କରୋନା ପୀଡିତଙ୍କ ଚିକିତ୍ସା ପାଇଁ ଆମେରିକାରେ ଭିନ୍ନ ତରିକାରେ ସମ୍ମାନିତ କରାଯାଇଛି |

{"id":258687,"sizeSlug":"large"}

ଏହା ପୂର୍ବରୁ ଭାରତରେ ମଧ୍ୟ କରୋନା ବିରୋଧରେ ଲଢ଼ୁଥିବା ଯୋଦ୍ଧାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ କ୍ରମେ କରତାଳି ବଜାଇ ସମ୍ମାନିତ କରାଯାଇଥିଲା | ଏହିଭଳି କିଛି ନିଆରା ଦୃଶ୍ୟ ବ୍ରିଟେନ, ଇଟାଲୀ ଏବଂ ଅନ୍ୟ ଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା | କରୋନା ଯୁଦ୍ଧରେ ନିଜ ଦାୟିତ୍ୱ ବହନ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଲୋକେ ନାନା ଉପାୟରେ ଧନ୍ୟବାଦ ଜଣାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.