ଭାରତୀୟ ବଂଶୋଦ୍ଭବ ଡାକ୍ତରଙ୍କୁ ୩ଟି ଆଜୀବନ କାରାଦଣ୍ଡ: ରୋଗୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା

Published By : Prameya-News7 Bureau | February 07, 2020 IST

ଲଣ୍ଡନ୦୭/୦୨- ଡାକ୍ତରଙ୍କୁ ଆମେ ଭଗବାନଙ୍କ ଅବତାର କହୁ । କିନ୍ତୁ ସେ ଯଦି ଅମାନବିକ ତଥା କୁତ୍ସିତ ଆଚରଣ କରନ୍ତି, ତେବେ ହେବ କ’ଣ ?  ନିଶ୍ଚିତଭାବେ  ସେ ଦଣ୍ଡିତ ହେବା ନିଶ୍ଚିତ।ଏପରି ଭୋଗିଛନ୍ତି ଲଣ୍ଡନରେ ରହୁଥିବା ଜଣେ ଭାରତୀୟ ବଂଶେଦ୍ଭବ  ଡାକ୍ତର । ତାଙ୍କୁ ୩ ଟି ଆଜୀବନ କାରଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତାଙ୍କ ଦୋଷ ହେଲା ଏକଦମ କୁତ୍ସିତ । ସେ ମହିଳା ରୋଗୀଙ୍କୁ ଚିକିତ୍ସା ବାହାନାରେ ଦେଉଥିଲେ ଯୌନ ନିର୍ଯାତନା , କରୁଥିଲେ ଯୌନ ଶୋଷଣ ।

ଦୋଷୀ ସାବ୍ୟସ୍ତ ଡାକ୍ତର ଜଣକ ହେଉଛନ୍ତି ମନିଷ ନଟବରଲାଲ୍ ଶାହା ।ତାଙ୍କୁ ଶୁକ୍ରବାର  ଦିନ ସଜ୍ଜା ଶୁଣାଇଛନ୍ତି କୋର୍ଟ । ଲଣ୍ଡନରେ ଜଣେ ସାଧାରଣ ଚିକିତ୍ସକ ବା ଜେନେରାଲ ପ୍ରାକ୍ଟିସନର ଭାବେ ଡାକ୍ତରୀ ପେଷାରେ ଥିଲେ ମନୀଷ । ସେ ଜଣେ ନୁହେଁ ୯୦ ଜଣ ମହିଳା ରୋଗୀଙ୍କ ସହ କରିଛନ୍ତି କୁତ୍ସିତ କାରନାମା । ମହିଳା ରୋଗୀଙ୍କ ଯୌନ ସନ୍ତୁଷ୍ଟି ଜନୀତ ବିଭିନ୍ନ ରୋଗ ତଥା ଯୌନ ଗତ ସମସ୍ୟା ସଂକ୍ରାନ୍ତ ରୋଗର ପରୀକ୍ଷା ବେଳେ ସେ ସେମାନଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । 

ଲଣ୍ଡନ ବିଶ୍ୱବିଦ୍ୟାଳୟରୁ  ୧୯୯୩ରେ ଡାକ୍ତରୀ ଡିଗ୍ରୀ କରିଥିବା ୫୦ ବର୍ଷୀୟ ଡାକ୍ତର ଶାହା ,  ରୋଗୀଙ୍କୁ ପରୀକ୍ଷା ତଥା ପରାମର୍ଶ  ବେଳେ ସେଲିବ୍ରିଟି  ଆଞ୍ଜେଲିନା ଜୋଲି, ଜାଡେ ଗୁଡ୍ଡି ଆଦି ଅନେକଙ୍କ ଉଦାହରଣ ଦେଇ ରୋଗୀଙ୍କୁ  ଆଶଙ୍କିତ ଓ ଭୟଭୀତ କରୁଥିଲେ ।୨୦୦୯ ରୁ ୨୦୧୩ ମଧ୍ୟରେ ତାଙ୍କର ଏହି କାରନାମା ଅଧିକ ଥିଲା । ସେ ମହିଳା ରୋଗୀ ମାନଙ୍କ ସହ ଅଧିକ ମିଶିବା ସହ ସେମାନଙ୍କ ଭିତରେ ଅତି ପରିଚିତ ବି ଥିଲେ ।

ସେ  ମହିଳା ରୋଗୀଙ୍କୁ ଅଶ୍ଲିଳ ତଥା ଅନାବଶ୍ୟକ ଟିପ୍ପଣୀ ଦେବା ସହ ସେମାନଙ୍କ ଶରୀରର ସଂପର୍କରେ ଆସୁଥିଲେ । ମହିଲା ରୋଗୀଙ୍କୁ କୁଣ୍ଢାଇବା ସହ ଚୁମ୍ବନ ବି କରିଦେଉଥିଲେ । ଆବଶ୍ୟକତା ନଥାଇ ମହିଳା ରୋଗୀଙ୍କୁ ସେମାନଙ୍କ ବକ୍ଷୋଜ ଏବଂ ଗୁପ୍ତାଙ୍ଗର ପରୀକ୍ଷା ପାଇଁ ପ୍ରବର୍ତ୍ତାଉ ଥିଲେ । ସେ ଜଣେ ଭରସା ଯୋଗ୍ୟ ପାରିବାରିକ ଡାକ୍ତର ହୋଇଥିବା ବେଳେ ସେହି ଆଳରେ ମହିଳା ରୋଗୀଙ୍କ ସହ ଅସଦାଚରଣ କରୁଥିଲେ । ଏପରି ଯୌନ ଶୋଷଣଲାଗି ତାଙ୍କୁ ପ୍ରଥମେ  ୨୦୧୩ ରେ ଗିରଫ କରାଯାଇଥିଲା। 

ଏନେଇ ମାମଲା ପରେ ତାର ଶୁଣାଣି କରି ହାଇକୋର୍ଟ ଅଫ୍ ଇଂଲଣ୍ଡ ଆଣ୍ଡ ୱେଲ୍ସ ଏହି ଦଣ୍ଡାଦେଶ ଦେଇଛନ୍ତି।ମାମାଲାର ଶୁଣାଣି କରିଥିବା  ବିଚାରପତି ଆନେ ମୋଲିନିୟକ୍ସ ତାଙ୍କ ରାୟ ଶୁଣାଇବାବେଳେ ଡାକ୍ତର ମନିଷ ଶାହାଙ୍କୁ ଭର୍ତ୍ସନା କରିବା ସହ ସେ ତାଙ୍କ ପଦ ଏବଂ ଦାୟୀତ୍ୱ ତଥା କର୍ତ୍ତବ୍ୟର ଅପବ୍ୟବହାର କରିଥିବା କହିଛନ୍ତି ।  ତେବେ ଡାକ୍ତରୀ ପେଷାରେ ଦୀର୍ଘ ଦିନ ଥିବା ମନୀଷ  ଶାହା ଅନେକଙ୍କ ଲାଗି ଭରସା ଯୋଗ୍ୟ ଚିକିତ୍ସକ ହୋଇଥିଲେ ବି ତାଙ୍କ ପ୍ରବୃତ୍ତି ତାଙ୍କୁ ଦଣ୍ଡିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.