Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ପେଲିଂ ବି ଚାମ୍ପିୟନ ହେଲେ ଭାରତୀୟ ବଂଶୋଦ୍ଭବ, ୮ମ ଶ୍ରେଣୀ ଛାତ୍ର ଜିତିଲେ ୫୦ ହଜାର ଆମେରିକୀୟ ଡଲାର ପୁରସ୍କାର

2/06/2023 at 5:18 PM

ନୂଆଦିଲ୍ଲୀ, ୦୨/୦୬: ପ୍ରତିଷ୍ଠିତ ସ୍କ୍ରିପ୍ସ ୯୫ତମ ନାସନାଲ ସ୍ପେଲିଂ ବି ଚାମ୍ପିୟନସିପ୍‌ ୨୦୨୩ ଜିତିଲେ ଭାରତୀୟ ବଂଶୋଦ୍ଭବ ଦେବ ଶାହ। ୧୪ ବର୍ଷୀୟ ଦେବ ଶାହ ଆମେରିକା ଫ୍ଲୋରିଡାରେ ରହୁଛନ୍ତି। ୮ମ ଶ୍ରେଣୀ ଛାତ୍ର ଦେବ ଶାହ ଗୁରୁବାର ସ୍ପେଲିଂ ବି ଚାମ୍ପିୟନସିପ୍‌ର ଫାଇନାଲରେ ପଚରାଯାଇଥିବା ଶବ୍ଦର ଠିକ୍‌ ଉଚ୍ଚାରଣ କରି ଏହି ପୁରସ୍କାର ଜିତିଛନ୍ତି।

ପ୍ରତିଯୋଗିତାରେ ତାଙ୍କୁ ସେମୋଫାଇଲ ‘psammophile’ ଶବ୍ଦର ଠିକ୍‌ ଉଚ୍ଚାରଣ କରିବାକୁ କୁହାଯାଇଥିଲା। ଯାହାର ଉତ୍ତର ଦେଇ ସେ ୫୦ ହଜାର ଆମେରିକୀୟ ଡଲାର ଜିତିଛନ୍ତି।ସେହିଭଳି, ଆର୍ଲିଙ୍ଗଟନ, ଭର୍ଜିନିଆର ୧୪ ବର୍ଷୀୟ ଚାର୍ଲୋଟ ଓ୍ବାଲ୍ଶ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେମୋଫାଇଲର ଅର୍ଥ ହେଉଛି ଏହା ଏକ ପ୍ରକାରର ଉଦ୍ଭିଦ କିମ୍ବା ପ୍ରାଣୀ। ଯାହା ବାଲିଆ ଅଞ୍ଚଳରେ ଦେଖାଯାଏ।

ଆହୁରି ପଢ଼ନ୍ତୁ: ଲଞ୍ଚ୍ ହେଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି, କ୍ରିକେଟ୍‌ର ୩ ଫର୍ମାଟ୍ ପାଇଁ ଅଲଗା ଅଲଗା ଭାବେ ତିଆରି ହୋଇଛି

ଦେବ ଶାହଙ୍କ ବିଜେତା ହେବା ପରେ ତାଙ୍କ ମାତା-ପିତା ଭାବବିହ୍ବଳ ହୋଇପଡ଼ିଥିଲେ। ତାଙ୍କ ମା’ କହିଛନ୍ତି ଦେବ ଏଥିପାଇଁ ଚାରି ବର୍ଷରୁ ପ୍ରସ୍ତୁତି କରୁଥିଲେ। ପୂର୍ବରୁ ୨୦୧୯ ଏବଂ ୨୦୨୧ରେ ସେ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଆଉ ଏବର୍ଷ ତାଙ୍କର ତୃତୀୟ ପ୍ରୟାସ ଥିଲା।

ପ୍ରତିଯୋଗିତାରେ ୧୧ ମିଲିୟନ ଲୋକ ଭାଗ ନେଇଥିଲେ। ହେଲେ ୧୧ ଛାତ୍ର ଫାଇନାଲରେ ସ୍ଥାନ ପାଇଥିଲେ। ଗୁରୁବାର ଫାଇନାଲ ହୋଇଥିଲା। ସ୍ପେଲିଂ ବି ରେ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟ ଛାତ୍ରକୁ ଶବ୍ଦର ଉଚିତ୍ ଉଚ୍ଚାରଣ କରିବାକୁ ହୁଏ। ନାସନାଲ ସ୍ପେଲିଂ ବି କୁ ୧୯୨୫ରେ ଲଞ୍ଚ କରାଯାଇଥିଲା।  

ଆହୁରି ପଢ଼ନ୍ତୁ: IPL ୧୦ ଟିମ୍‌ଙ୍କ ମାଲିକ କିଏ ? କେତେ ସମ୍ପତ୍ତିର ମାଲିକ ସମସ୍ତ ଟିମ୍

   Related Posts