vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ପେଟ୍ରୋଲ-ଡିଜେଲର ଆକାଶ ଛୁଆଁ ଦର ଭିତରେ ଇଣ୍ଡିଆନ ଅଏଲ ମାଲାମାଲ, କଲା ରେକର୍ଡ ଲାଭ

17/05/2022 at 11:11 PM

ନୂଆଦିଲ୍ଲୀ: ପେଟ୍ରୋଲିୟମ ଉତ୍ପାଦନରେ ଦେଶର ଅଗ୍ରଣୀ ସରକାରୀ କମ୍ପାନୀ ଇଣ୍ଡିଆନ ଅଏଲ ଗତ ଆର୍ଥିକ ବର୍ଷରେ ରେକର୍ଡ ଲାଭ କରିଛି। କମ୍ପାନୀ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନୀ ୨୪,୧୮୪ କୋଟି ଟଙ୍କାର ଲାଭ କରିଛି । ଏହି ସଂଖ୍ୟା ଏପରି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟ ଆକାଶ ଛୁଆଁ ହୋଇଛି ଏବଂ ହ୍ରାସ ହେବାର ନାଁ ଧରୁନାହିଁ।

ଇଣ୍ଡିଆନ ଅଏଲ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ଗତ ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ନିଜ ଆୟର ତଥ୍ୟ ପ୍ରଦାନ କରିଛି । ପରିସଂଖ୍ୟାନ ଅନୁସାରେ, ୨୦୨୧-୨୨ରେ କମ୍ପାନୀ ମୋଟ ରାଜସ୍ୱ ଏବଂ ଲାଭରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ଚଳିତ ବର୍ଷ କମ୍ପାନୀ ମୋଟ ୭,୨୮,୮୯୦ କୋଟି ଟଙ୍କାର ରାଜସ୍ୱ ପାଇଛି ଯାହା ପୂର୍ବ(୨୦୨୦-୨୧)ରେ ୫,୧୪,୮୯୦ କୋଟି ଟଙ୍କା ରହିଥିଲା।

ଲାଭ ମାମଲାରେ ମଧ୍ୟ କମ୍ପାନୀ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ୨୦୨୧-୨୨ରେ କମ୍ପାନୀର ମୋଟ ଲାଭ ୨୪,୧୮୪ କୋଟି ଟଙ୍କା ହୋଇଛି, ଯାହା ଆଜି ଯାଏଁର ସର୍ବାଧିକ ଲାଭ। ୨୦୨୦-୨୧ରେ କମ୍ପାନୀ ମୋଟ ୨୧,୮୩୬ କୋଟିର ଲାଭ କରିଥିଲା ଅର୍ଥାତ ଆର୍ଥିକ ବର୍ଷ ୨୦୨୧-୨୨ରେ କମ୍ପାନୀକୁ ପ୍ରାୟ ୨୩ ଶହ କୋଟି ଟଙ୍କା ଅଧିକ ଲାଭ ହୋଇଛି।

ଦେଶରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆକାଶ ଛୁଆଁ ହୋଇଛି । ଦେଶର ପ୍ରାୟ ସବୁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୧୧୦ ପାଖରେ ପହଞ୍ଚିଛି । ଅନ୍ୟପଟେ ଘରୋଇ ଏଲପିଜି ଗ୍ୟାସର ମୂଲ୍ୟ ୧୦୦୦ ଟଙ୍କା ପ୍ରତି ସିଲିଣ୍ଡର ଯାଏଁ ପହଞ୍ଚିଛି। ଏପରି ସ୍ଥିତି ଏହି ସଂଖ୍ୟା ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ଏକ ସୁଯୋଗ ପ୍ରଦାନ କରିବ।

   Related Posts