Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ନୌସେନାର ବଢିବ ଶକ୍ତି, କିଣିବ ୨୦୦ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲ୍ !

12/03/2023 at 10:33 PM

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ଶକ୍ତି ବଢାଇବା ପାଇଁ ୨୦୦ରୁ ଅଧିକ ବ୍ରାହ୍ମୋସ ସୁପରସୋନିକ୍ କ୍ରୁଜ୍ ମିଜାଇଲର ଅର୍ଡର ଦେବାକୁ ଯାଉଛି । ଏହି ମିଜାଇଲ୍ସର ମୂଲ୍ୟ ପ୍ରାୟ ୨୦ ହଜାର କୋଟି ଟଙ୍କା । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଭାରତୀୟ ନୌସେନା ଶୀଘ୍ର ଏହି ମିଜାଇଲ୍ସ ଗୁଡିକର ଦେବାକୁ ଯାଉଛି । ପ୍ରତିରକ୍ଷା ମନ୍ତ୍ରାଳୟରେ ଏହା ଉପରେ ରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏହା ଉପରେ ଚର୍ଚ୍ଚା ହୋଇପାରେ ।

ଉଲ୍ଲେଖଯୋଗ୍ୟ ଯେ ଯୁଦ୍ଧପୋତରୁ ଲଞ୍ଚ ହେଇପାରୁ ଥିବା ବ୍ରହ୍ମୋସ ମିଜାଇଲ୍ ୨୦୦୦ କେଜି ୱାରହେଡ୍ ନେଇ ପାରିବ । ଏହି ମିଜାଇଲ୍ ଘଣ୍ଟା ପ୍ରତି ୪୩୨୧ କିଲୋମିଟର ବେଗରେ ଗତି କରିପାରିବ । ଏଥିରେ ଦୁଇଟି ପର୍ଯ୍ୟାର ପ୍ରୋପ୍ଲଶନ ସିଷ୍ଟମ ଲାଗି ରହିଥାଏ । ପ୍ରଥମ ସଲିଡ୍ ଏବଂ ଦ୍ୱିତୀୟ ଲିକ୍ୱିଡ୍ । ଦ୍ୱିତୀୟ ପର୍ଯ୍ୟାୟରେ ରେମଜେଟ୍ ଇଞ୍ଜିନ ରହିଥାଏ । ଯାହା ଏହାକୁ ସୁପରସୋନିକର ଗତି ପ୍ରଦାନ କରିଥାଏ । ଏହାସହ ଇନ୍ଧର ମଧ୍ୟ କମ ଖର୍ଚ୍ଚ ହୋଇଥାଏ । ଶତ୍ରୁର ନଜରରେ ଆସିବା ପରେ ବ୍ରହ୍ମୋସ ମିଜାଇଲ ଆକାଶରେ ହିଁ ନିଜ ମାର୍ଗ ପରିବର୍ତ୍ତନ ରପିବାରେ ସକ୍ଷମ ଅଟେ । ଏହା ଯେକୌଣସି ଟାର୍ଗେଟକୁ ନଷ୍ଟ କରିପାରିବ ।

ନିକଟରେ ଭାରତୀୟ ନୌସେନା ପ୍ରଥମ ଥର ପାଇଁ ଦେଶରେ ନିର୍ମିତ ସୀକର ଏବଂ ବୁଷ୍ଟର ମୁତୟନ ବ୍ରହ୍ମୋସ ମିଜାଇଲର ସଫଳ ପରୀକ୍ଷଣ କରିଥିଲା । ଡିଆରଡିଓ ଏହାର ଡିଜାଇନିଂ କରିଥିଲା । ଦେଶରେ ଏହା ବିକଶିତ ହେବା ଯୋଗୁଁ ଟଙ୍କା ସଂଚୟ ହେବ । କାରଣ ଏହା ପୂର୍ବରୁ ରୁଷରୁ ଏହାକୁ ଆମଦାନୀ କରାଯାଉଥିଲା ।

   Related Posts