ସ୍ବଦେଶୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ, ଆତ୍ମନିର୍ଭର ଭାରତ ଦିଗରେ ସେନାର ଆଉ ଏକ ପଦକ୍ଷେପ
5/03/2023 at 8:42 PM

ନୂଆଦିଲ୍ଲୀ, ୦୫/୦୩: ଭାରତୀୟ ନୌସେନା ଆରବ ସାଗରରେ ସ୍ବଦେଶୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ କରିଛି। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁଯାୟୀ, ଭାରତୀୟ ନୌସେନା ବ୍ରହ୍ମୋସ ମିସାଇଲର ରବିବାର ସଫଳ ପରୀକ୍ଷଣ ହୋଇଛି। ଏହାର ବୁଷ୍ଟରକୁ ଡିଆରଡିଓ ଡିଜାଇନ୍ କରିଛି। ମିସାଇଲର ପରୀକ୍ଷଣ କୋଲକାତାର ଘାତକ ଯୁଦ୍ଧପୋତରୁ କରାଯାଇଛି। ଏହା ଆରବ ସାଗରରେ ଏହାର ଲକ୍ଷ୍ୟକୁ ସଠିକ୍ ଭାବରେ ଟାର୍ଗେଟ କରିଛି। ଏନେଇ ନୌସେନା ତରଫରୁ ସୂଚନା ଦିଆଯାଇଛି।
ଭାରତୀୟ ନୌସେନା ଡିସେମ୍ବର ୨୦୨୨ ରେ ବଙ୍ଗୋପସାଗରରୁ ବ୍ରହ୍ମୋସ ଏୟାର ଲଞ୍ଚ ମିସାଇଲ ଏସୟୁ-୩୦ ର ସଫଳ ପରୀକ୍ଷଣ କରିଥିଲା। ଏହା ୪୦୦ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟକୁ ଟାର୍ଗେଟ କରିପାରେ।
ବ୍ରହ୍ମୋସ ଏକ ସୁପରସୋନିକ୍ କ୍ରୁଜ୍ ମିସାଇଲ ଯାହା ବୁଡ଼ାଜାହଜ, ଜାହଜ, ଏୟାରକ୍ରାଫ୍ଟ କିମ୍ବା ଭୂପୃଷ୍ଠ କେଉଁଠାରୁ ବି ଛଡ଼ାଯାଇପାରେ। ବ୍ରହ୍ମୋସର ପି-୮୦୦ ଓଙ୍କିନ୍ସ କ୍ରୁଜ୍ ମିସାଇଲକୁ ଭାରତୀୟ ସେନାର ତିନି ଅଙ୍ଗ, ସ୍ଥଳସେନା, ଜଳସେନା ଏବଂ ବାୟୁସେନାକୁ ହସ୍ତାନ୍ତର କରାଯାଇସାରିଛି। ବ୍ରହ୍ମୋସ ମିସାଇଲର ଅନେକ ଭର୍ଜନ ରହିଛି।