scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୌସେନାରେ ସାମିଲ ହେବ ସ୍ୱାର୍ମ ଡ୍ରୋନ, ସମୁଦ୍ର ଭିତରେ ଶତ୍ରୁଙ୍କୁ କରିବ ନିପାତ

29/09/2023 at 11:21 PM

ସାମରିକ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ। ଗଭୀର ଜଳରାଶିରେ ଶତ୍ରୁଙ୍କୁ ଖୋଜିବ ଅଣ୍ଡରଓ୍ୱାଟର ସ୍ୱାର୍ମ ଡ୍ରୋନ। ନୌସେନାରେ ସାମିଲ ହେବ ନୂଆ ଟେକ୍ନୋଲୋଜି। ଅଣ୍ଡରଓ୍ୱାଟର ସ୍ୱାର୍ମ ଡ୍ରୋନ୍ସ। ଭାରତୀୟ ନୌସେନା ଏପରି ଏକ ଅସ୍ତ୍ର ସାମିଲ କରିବାକୁ ଯାଉଛି, ଯିଏ ଶତ୍ରୁକୁ ପାଣିରେ ଖୋଜି ନିପାତ କରିପାରିବ। ଇଣ୍ଡିଆନ୍‌ ନେଭିରେ ସାମିଲ କରାଯିବ ୭୫ ନୂଆ ଟେକ୍ନୋଲୋଜି ।

ଏଥିରେ ସାମିଲ ହୋଇଛି ଅଣ୍ଡରଓ୍ୱାଟର୍‌ ସ୍ୱାର୍ମ ଡ୍ରୋନ୍ସ, ବ୍ଲୁ-ଗ୍ରୀନ ଲେଜର୍ସ, ମଲ୍ଟିପଲ୍‌ ଫାୟର ଫାଇଟିଂ ସିଷ୍ଟମ ଓ ଛୋଟ ଛୋଟ ଡ୍ରୋନ୍। ଏସବୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ତେବେ ଶତ୍ରୁପକ୍ଷକୁ ସଠିକ୍‌ ଭାବେ ଟାର୍ଗେଟ୍‌ କରିବା ସହ ଘାତକ ସାଜିବ ଅଣ୍ଡରଓ୍ୱାଟର ସ୍ୱାର୍ମ ଡ୍ରୋନ୍ସ। ଏମଏସଏମଇରେ ଅନ୍ତର୍ଭୁକ୍ତ ଥିବା କମ୍ପାନିମାନେ ଏହାର ନିର୍ମାଣ କରିବା ପାଇଁ କୁହାଯାଇଛି। ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ସ୍ୱଦେଶୀ ହେବ ନୌସେନା ।

ଅକ୍ଟୋବର ୪ ଓ ୫ରେ ଭାରତ ମଣ୍ଡପମ୍‌ରେ ଆୟୋଜିତ ହେବ ସ୍ୱାବଲମ୍ବନ ଦ୍ୱୀତିୟ ସେମିନାର। ନୌସେନା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଅସ୍ତ୍ର ଆସିଲେ ଆହୁରି ଶକ୍ତିଶାଳୀ ହେବ ଭାରତର ନୌସେନା।

ଅଣ୍ଡରଓ୍ୱାଟର ସ୍ୱାର୍ମ ଡ୍ରୋନ୍ସକୁ  ଅନନେମ୍ଡ ଅଣ୍ଡରଓ୍ୱାଟର ଭେଇକିଲ୍‌ ଭାବେ ଜଣାଯାଏ। ଏହା ଗଭୀର ଜଳରାଶିରେ କରିବ ଅପରେଟ୍‌ । ଏଥିରେ କୌଣସି ସୈନିକଙ୍କୁ ବସିବାର ଆବଶ୍ୟକତା ପଡ଼ିବ ନାହିଁ। ଏହି ଅସ୍ତ୍ରକୁ ଦୁଇଟି କାଟାଗୋରୀରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଉଛି ‘ରିମୋଟ୍ଲି ଅପରେଡେଡ୍‌ ଅଣ୍ଡରଓ୍ୱାଟର ଭେଇକିଲ’, ଯେଉଁଥିରେ ଜଣେ ସେନାଙ୍କ ଦ୍ୱାରା ଅପରେଟ୍‌ କରାଯାଇପାରିବ। ଦ୍ୱିତୀୟଟି ହେଲା ‘ଅଟୋନୋମସ୍‌ ଅଣ୍ଡରୱାଟର ଭେଇକିଲ୍’ ଯାହା ବିନା ଇନପୁଟ୍ରେ ସ୍ୱୟଂଚାଳିତ ଭାବରେ କାମ କରିବ।

ତେବେ ସ୍ୱାର୍ମ ଡ୍ରୋନ୍ସର ‘ରିମୋଟ୍ଲି ଅପରେଡେଡ୍‌ ଅଣ୍ଡରଓ୍ୱାଟର ଭେଇକିଲ’ କାଟାଗୋରୀ ସବୁଠୁ ଅଧିକ ବ୍ୟବହୃତ ହୋଇଥିବା ଟେକନିକ୍‌। ଜଣେ ଅପରେଟରଙ୍କ ଜରିଆରେ କଣ୍ଟ୍ରୋଲ ହେଉଥିବା ଏହି ଅସ୍ତ୍ର ଗଭୀର ସମୁଦ୍ରରେ ପାଟ୍ରୋଲିଂ କରିବ। ଅଣ୍ଡରଓ୍ୱାଟର ସ୍ୱାର୍ମ ଡ୍ରୋନ୍ସ ହଜାର କିଲୋମିଟର ପର୍ଯ୍ୟନ୍ତ ଗତି କରିପାରିବ। ଏହା ସହ ଏହା ସମୁଦ୍ରର କେଇ ହଜାର ମିଟର ଗଭୀରକୁ ଯାଇପାରିବ।

ଦେଶ ସୁରକ୍ଷା ପାଇଁ ଗଭୀର ସମୁଦ୍ରରେ ଅଧିକରୁ ଅଧିକ ଅଣ୍ଡରଓ୍ୱାଟର ଡ୍ରୋନ୍ସ ନିୟୋଜିତ କରିବା ଭାରତୀୟ ନୌସେନାର ଲକ୍ଷ୍ୟ। ଏହାସହ ଗଭୀର ସମୁଦ୍ର ଚାଲୁଥିବା ଗୁଇନ୍ଦା କାର୍ଯ୍ୟକଳାପ ଠାବ କରାଯାଇପାରିବ। ଆମେରିକା ଚୀନ ସମେତ ଅନେକ ଦେଶ ଏହି ଟେକ୍ନୋଲୋଜି ପ୍ରୟୋଗ କରୁଛନ୍ତି। ଏବେ ଏହି ଟେକ୍ନୋଲୋଜି ବ୍ୟବହାର କରିବା ପାଇଁ ଭାରତକୁ ବି ମିଳିବ ସୁଯୋଗ।

ଡ୍ରୋନ୍ସ ବ୍ୟବହାରରେ ଚୀନ୍‌ ବହୁତ ଆଗରେ ରହିଛି। ଚୀନ୍ ସେନା ହିନ୍ଦ୍ ମହାସାଗରରେ ସର୍ଚ୍ଚ ଅପରେସନ୍‌ ପାଇଁ ଲମ୍ବାସମୟ ଧରି  ଅଣ୍ଡରଓ୍ୱାଟର ଡ୍ରୋନ୍ସ ବ୍ୟବହାର କରୁଛି। ଏହା ଦ୍ୱାରା ହିନ୍ଦ ମହାସାଗରରେ ନିୟୋଜିତ ଭାରତୀୟ ଜାହାଜର ଗତିବିଧିର ନଜର ରଖିପାରେ। ଏହାକୁ ଧ୍ୟାନରେ ରଖି  ଅଣ୍ଡରଓ୍ୱାଟର ସ୍ୱାର୍ମ ଡ୍ରୋନ୍ସକୁ ସାମିଲ କରିଛି ଭାରତୀୟ ନୌସେନା।

   Related Posts