ଆମେରିକାର ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ପରେ ଆଲର୍ଟରେ ନୌସେନା, ଆରବ ସାଗରରେ ନିୟୋଜିତ ହେଲା ୧୦ ଯୁଦ୍ଧ ଜାହାଜ

Published By : Prameya-News7 Bureau | January 12, 2024 IST

ନୂଆଦିଲ୍ଲୀ: ଆମେରିକା ଓ ବ୍ରିଟେନ ୟେମେନରେ ହୁତି ବିଦ୍ରୋହୀଙ୍କ ବିରୋଧରେ ବଡ଼ ଆକାରରେ ଏୟାର ଷ୍ଟ୍ରାଇକ୍‌ କରିଛନ୍ତି। ଏହି ଆକ୍ରମଣ ପରେ ଲାଲ ସାଗର ଏବଂ ଆରବ ସାଗର ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି। ଆଉ ଏହି ଆଶଙ୍କାକୁ ଦେଖି ଭାରତୀୟ ନୌସେନା ମଧ୍ୟ ସତର୍କ ହୋଇଛି। ନୌସେନା ସତର୍କତାମୂଳକ ଆରବ ସାଗରରେ ଏହାର ଯୁଦ୍ଧ ଜାହାଜ, ଫ୍ରିଜେଟ୍ସ ଏବଂ ପେଟ୍ରୋଲିଂ ଜାହାଜକୁ ନିୟୋଜିତ କରିଛି।

ଭାରତୀୟ ନୌସେନା ପକ୍ଷରୁ ବୟାନ ଜାରି କୁହାଯାଇଛି ଯେ, ଛଅରୁ ଦଶ ଯୁଦ୍ଧ ଜାହାଜକୁ ଆରବ ସାଗରର ଅଦନ କୀ ଖାଡ଼ିରେ ନିୟୋଜିତ କରାଯାଇଛି। ଏଥିରେ ଡେଷ୍ଟ୍ରୟର, ଫ୍ରିଜେଟ୍ସ ଏବଂ ଅଫଶୋର ପେଟ୍ରୋଲ ଭେସେଲ୍ସ ସାମିଲ ରହିଛି। ସୋମାଲିଆ ତଟରୁ ହୋଇଥିବା ଲୁଟ୍ ଘଟଣା ଏବଂ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ୍‌ ଆକ୍ରମଣକୁ ରୋକିବା ପାଇଁ ଏହି ନିୟୋଜିତ କରାଯାଇଛି। ଭାରତୀୟ ଯୁଦ୍ଧ ଜାହାଜ ସଂପର୍ଣ୍ଣ ଭାବରେ ସତର୍କ ଅଛନ୍ତି।

ଆହୁରି ପଢ଼ନ୍ତୁ: ହୁତି ବିଦ୍ରୋହୀଙ୍କୁ ଆମେରିକା ଓ ବ୍ରିଟେନର ମୁହଁତୋଡ୍ ଜବାବ; ଅସ୍ତ୍ରଗାର, ଲଜିଷ୍ଟିକ୍ସ ଉପରେ ଏୟାରଷ୍ଟ୍ରାଇକ୍

ସୂଚନାଥାଉକି, ଇସ୍ରାଏଲ-ହମାସ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହିଁ ଇରାନ ସମର୍ଥିତ ହୁତି ବିଦ୍ରୋହୀ ଲଗାତାର ଲାଲ ସାଗର ଏବଂ ଆରବ ସାଗରରେ ବାଣିଜ୍ୟିକ ଜାହାଜକୁ ଟାର୍ଗେଟ କରୁଛନ୍ତି। ହୁତି ବିଦ୍ରୋହୀଙ୍କ ଆକ୍ରମଣ ଫଳରେ ଅନ୍ତରାଷ୍ଟ୍ରୀୟ ସିପିଂ ରୁଟ୍‌ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଅନେକ କମ୍ପାନି ସୁରକ୍ଷା ଦୃଷ୍ଟିରୁ ନିଜର ବାଣିଜ୍ୟିକ ଜାହାଜର ସାମୁଦ୍ରିକ ଗତିପଥରେ ପରିବର୍ତ୍ତନ କରିଥିଲେ। ହେଲେ ଏହାଦ୍ବାରା କମ୍ପାନିଙ୍କୁ ଖର୍ଚ୍ଚ ବଢ଼ିବା ଆଉ ଅନୁପୂରକ ଭାବରେ ଦରବୃଦ୍ଧି ହେବାର ଆଶଙ୍କା ସ୍ଥିତି ଉତ୍ପନ୍ନ ହୋଇଥିଲା।

ଆମେରିକା-ବ୍ରିଟେନ୍‌ର ହୁତି ବିଦ୍ରୋହୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆମେରିକା ଏବଂ ସହଯୋଗୀ ଦେଶମାନେ ବିଦ୍ରୋହୀଙ୍କୁ ବାଣିଜ୍ୟିକ ଜାହାଜକୁ ଆକ୍ରମଣ ନକରିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ଚେତାବନୀ ପରେ ମଧ୍ୟ ବିଦ୍ରୋହୀ ଆକ୍ରମଣ ଜାରି ରଖିଥିଲେ। ଫଳରେ ଆମେରିକା, ବ୍ରିଟେନ ସହ ମିଶି ଗରୁବାର ୟେମେନରେ ହୁତି ବିଦ୍ରୋହୀଙ୍କ ଅନେକ ଠିକଣାରେ ବଡ଼ ଆକ୍ରମଣ କରି ନଷ୍ଟ କରିଛି। ତେବେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ ଲାଲ ସାଗର ଏବଂ ସମଗ୍ର ପଶ୍ଚିମ ଏସିଆରେ ପରସ୍ଥିତି ବିଗିଡ଼ିବା ଆଶଙ୍କା ଉତ୍ପନ୍ନ ହୋଇଛି।

ପ୍ରକୃତରେ ହୁତୀ ବିଦ୍ରୋହୀ ପାଲେଷ୍ଟାିନ୍ ସମର୍ଥନରେ ବାଣିଜ୍ୟିକ ଜାହାଜକୁ  ଟାର୍ଗେଟ କରୁଥିଲେ। ଏବେ ଯେତେବେଳେ ହୁତୀ ବିଦ୍ରୋହୀ ଉପରେ ମଧ୍ୟ ଆକ୍ରମଣ ହୋଇଛି ଏମିତିରେ ଆଶଙ୍କା କରାଯାଉଛି ଯେ, ଏହାର ପ୍ରଭାବ ଭୂ-ରାଜନୀତି ଉପରେ ପଡ଼ିପାରେ।

ଆହୁରି ପଢ଼ନ୍ତୁ: ବାଂଲାଦେଶରେ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେଖ ହସିନା, ଶପଥ ପାଠ କରାଇଲେ ରାଷ୍ଟ୍ରପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.