LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମାଇଲ ଖୁଣ୍ଟ ଅତିକ୍ରମ କଲା ଭାରତୀୟ ନୌସେନା, ଆଇଏନଏସ ବିକ୍ରାନ୍ତରେ ଅବତରଣ କଲା ମିଗ୍ 29K

26/05/2023 at 9:19 AM

ନୂଆଦିଲ୍ଲୀ ୨୬/୦୫: ଭାରତୀୟ ନୌସେନା ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ରାତିରେ ଆଇଏନଏସ ବିକ୍ରାନ୍ତରେ ଅବତରଣ କରିଛି ମିଗ୍ 29K । ଏ ବାବଦରେ ସୂଚନା ଦେଇ ନୌସେନା ଲେଖିଛି ଏହା ଭାରତୀୟ ନୌସେନାର ପାଇଲଟ ଏବଂ ଅନ୍ୟ କ୍ରିୟୁ ମେମ୍ବରଙ୍କ ଦକ୍ଷତାର ପ୍ରମାଣ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଟ୍ବିଟ କରି ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଫେବ୍ରୁଆରୀ ମାସରେ ରୁଷ ନିର୍ମିତ ମିଗ ବିମାନ ଏବଂ ସ୍ୱଦେଶ LCA ଆଇଏନଏସରେ ଦିନ ବେଳା ଲ୍ୟାଣ୍ଡିଂ କରିଥିଲେ। ତେବେ ରାତିରେ ଲ୍ୟାଣ୍ଡି କରିବା ଆଉ ଏକ ଚ୍ୟାଲେଞ୍ଜ ଥିଲା ଯାହାକୁ କରି ଦେଖାଇଛନ୍ତି ପାଇଲଟ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଇଏନଏସ ବିକ୍ରାନ୍ତ ଗତ ସେପ୍ଟେମ୍ବର ମାସରେ ନୌସେନାରେ ତାର ଯାତ୍ରା ଆରମ୍ଭ କରିଥିଲା। ଆରବ ସାଗରରେ ଏହି ବିମାନବାହୀ ନୌଜାହାଜ ତାର ଯାତ୍ରା ଜାରି ରଖିଥିବା ବେଳେ ରାତିରେ ବିମାନ ଲ୍ୟାଣ୍ଡିଂ କରିବାର ଚ୍ୟାଲେଞ୍ଜକୁ ପାର କରିଛନ୍ତି ପାଇଲଟ।

   Related Posts