ଆଜି ଭାରତ ପାଳୁଛି ନୌସେନା ଦିବସ

Published By : Prameya-News7 Bureau | December 04, 2019 IST

ନୂଆଦିଲ୍ଲୀ ୦୪।୧୨: ଆଜି ଭାରତ ପାଳୁଛି ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତର ନୌସେନା ଦିବସ ପାଳିତ ହୁଏ ।ବିଶାଖାପଟ୍ଟନମସ୍ଥିତ ଇଷ୍ଟର୍ନ୍ ନେଭାଲ କମାଣ୍ଡ ଆନୁକୂଲ୍ୟରେ ନେଭି ବଲ୍, ନେଭି କ୍ବିନ, ନେଭି ଫେସଟ୍ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଭାରତ ପାକିସ୍ତାନ ଯୁଦ୍ଧ କାଳରେ ୧୯୭୧  ଡିସେମ୍ବର ୪ରେ ଭାରତୀୟ ନୌସେନା କରାଚୀ ବନ୍ଦର ଆକ୍ରମଣ କରିଥିଲା । ଆକ୍ରମଣର ସାଙ୍କେତିକ ନାମ ଥିଲା ଟ୍ରାଇଡେଣ୍ଟ । ଆକ୍ରମଣ ଯୋଗୁ  ପାକିସ୍ତାନୀ ନୌସେନାର ଡେଷ୍ଟ୍ରୟର ପିଏନ୍ଏସ୍ ଖାଇବର ଓ ମାଇନ୍ ସ୍ବିପର ପିଏନ୍ଏସ୍ ମୁହାଫିକ  ଧ୍ବଂସ ହୋଇଯାଇଥିଲା । ଏଥିରେ ୭୨୦ ପାକିସ୍ତାନୀ ନୌସୈନିକ ପ୍ରାଣ ହରାଇଥିଲେ ।ତେଣୁ ୪ ଡିସେମ୍ବର ଭାରତ ପାଇଁ ଏକ ବିଜୟ ଦିବସ । ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ନୌସେନା ଅବଦାନ ଅତୁଳନୀୟ । ସେହିଦିନ ଠାରୁ ଭାରତରେ ନୌସେନା ଦିବସ ପାଳିତ ହୋଇ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.