ଭାରତର ତାଗିଦ୍ ପରେ ଲଣ୍ଡନ ଦୂତାବାସରେ ଲାଗିଲା ତ୍ରିରଙ୍ଗା, ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ

Published By : Prameya-News7 Bureau | March 20, 2023 IST

ନୂଆଦିଲ୍ଲୀ: ଭାରତ ବିଦେଶ ମନ୍ତ୍ରାଳୟର ଜବାବ ତଲବ ପରେ ଲଣ୍ଡନ ଦୂତାବାସ ସାମ୍ନାରେ ପୁଣି ଉଡ଼ିଲା ତ୍ରିରଙ୍ଗା । ବ୍ରିଟେନ୍ ସରକାରଙ୍କ ପକ୍ଷରୁ ଏକ ବିଶାଳକାୟ ତ୍ରିରଙ୍ଗା ପତାକା ଲଗାଯାଇଛି । ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ପସନ୍ଦ କରିଛନ୍ତି ଭାରତୀୟ ।

ସେପଟେ ଇଣ୍ଡିଆ ହାଉସରେ ଜାତୀୟ ପତାକା ଲାଗିବା ପରେ ଏହାର ଏକ ଫଟୋକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଜୟବୀର ଶେରଗିଲ୍ ପୋଷ୍ଟ କରିଛନ୍ତି । ସେ ‘ଝଣ୍ଡା ଉଚ୍ଚା ରହେଗା ହମାରା’ ଟ୍ବିଟରେ ଲେଖିଛନ୍ତି । ଏହା ସହିତ ୟୁକେ ସରକାର ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ଲେଖିଛନ୍ତି ।

wp:html /wp:html

ଅନ୍ୟପଟେ ଲଣ୍ଡନ ଭାରତୀୟ ଦୂତାବାସରେ ଖଲିସ୍ତାନୀ ଅମୃତପାଲ ସମର୍ଥକଙ୍କ ଜାତୀୟ ପତାକାକୁ ଅସମ୍ମାନ ଓ ଭଙ୍ଗାରୁଜା ଘଟଣାକୁ ବ୍ରିଟେନର ବରିଷ୍ଠ ଅଧିକାରୀ ନିନ୍ଦା କରିଛନ୍ତି । ଏହା ସହିତ ଉଚ୍ଚଆୟୁକ୍ତ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ସରକାର ଗମ୍ଭୀରତାର ସହିତ ନେବେ । ସେହିପରି ଦୋଷୀଙ୍କ ବିରୋଧରେ କଡ୍ଡା କର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅଧିକାରୀ ।

ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇଛି । ଅମୃତପାଲକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ପଞ୍ଜାବ ପୋଲିସ ଚଢ଼ାଉ ଜାରି ରଖିଛି । ଚାଚା ଓ ଡ୍ରାଇଭରକୁ ମିଶାଇ ପ୍ରାୟ ୭୮ଜଣ ଖଲିସ୍ତାନୀ ସମର୍ଥକଙ୍କୁ ଗରିଫ ହୋଇଛନ୍ତି। ଏହାକୁ ନେଇ ରବିବାର ବ୍ରିଟେନରେ ଥିବା ଭାରତୀୟ ଦୂତାବାସ ଅଫିସକୁ ଟାର୍ଗେଟ୍ କରିଛନ୍ତି ଆତଙ୍କୀ ଅମୃତପାଲର ସମର୍ଥକ । ଭାରତ ବିରୋଧରେ ଇଂଲଣ୍ଡରେ ପ୍ରଦର୍ଶନ କରିଛନ୍ତି । ପ୍ରାୟ ୮୦ରୁ ଅଧିକ ଖଲିସ୍ତାନୀ ସମର୍ଥକ ଲଣ୍ଡନରେ ଥିବା ହାଇ-କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତ୍ରିରଙ୍ଗାକୁ ଅସମ୍ମାନ କରିବା ସହିତ ଭଙ୍ଗାରୁଜା କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.