ନୂଆଦିଲ୍ଲୀ ୨୨/୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବାବେଳେ, ଏବେ ସିଏଏକୁ ସମର୍ଥକ କରି ରାସ୍ତାକୁ ଓହ୍ଲାଇଛନ୍ତି। ତେଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ଏକ ରାଲିରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି । ଦିଲ୍ଲୀର ରାମଲୀଳା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଆଇନ ଆପଣଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ।କିନ୍ତୁ ବିରୋଧୀ ଦଳଙ୍କ ସମର୍ଥନରେ କିଛି ଲୋକ ମିଛ କହି ଦୁନିଆରେ ଭାରତକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ମୋଦି କହିଛନ୍ତି ।…
ନାଗରିକତା ଆଇନ ବିରୋଧରେ ଦେଶବ୍ୟାପୀ ହେଉଥିବା ଜୋରଦାର ବିରୋଧ ପ୍ରଦର୍ଶନ ଆଜି ଟିକିଏ ଥମିଯାଇଛି । ଆଜି ଦେଶର କେତେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲେ ମଧ୍ୟ ଏତେ ପରିମାଣର ହିଂସାକାଣ୍ଡ ଘଟିନାହଁ । ଉତ୍ତରପ୍ରଦେଶରେ ହିଂସାକାଣ୍ଡରେ ଗତକାଲି ସୁଦ୍ଧା ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା ।ତେବେ ଆଜି ବିକ୍ଷୋଭକାରୀ ମାନେ ଟିକିଏ ଥମି ଯାଇଛନ୍ତି ।ତେବେ ରାମପୁରରେ ଆଜି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି ।ଉତ୍ତରପ୍ରଦେଶରେ ବିକ୍ଷୋଭକାରୀଙ୍କ ଠାରୁ କ୍ଷୟକ୍ଷତି ହୋଇଥିବା ସରକାରୀ ସଂପତ୍ତିର ମୂଲ୍ୟ ଆଦାୟ କରାଯିବ ।ଏହାପରେ ପୋଲିସ ବିକ୍ଷୋଭକାରୀଙ୍କୁ ଚିହ୍ନଟ କରି ସେମାନଙ୍କର ସଂପତ୍ତି ସିଲ୍ କରିବାରେ ଲାଗିଛି । ।ପଣ୍ଡିଚେରୀରେ ବିକ୍ଷୋଭକାରୀ ମାନେ ସିଏଏକୁ ବିରୋଧ କରି ଲଣ୍ଡା ହୋଇଛନ୍ତି । …
ଗୋଟିଏ ପଟେ ହିଂସାତ୍ମକ ଆନ୍ଦୋଳନ ଥମିଛି ସେପେଟ ନାଗରିକତା ଆଇନର ସମର୍ଥନ କରି ବିଭିନ୍ନ ସ୍ଥାନରେ ମଧ୍ୟ ଆନ୍ଦୋଳନ ଓ ନାରାବାଜି ହୋଇଛି। ଏ ହେଉଛି ନାଗପୁରର ଚିତ୍ର ଆଉ ଏ ହେଉଛି । ଲୋକ ଅଧିକାର ମଞ୍ଚ ପକ୍ଷରୁ CAA ସପକ୍ଷରେ ବିଶାଳ ରାଲି କରାଯାଇଛି, ଯେଉଁଥିରେ ଯୋଗ ଦେଇଥିଲେ ନୀତିନ ଗଡ଼କାରୀ। ଏହା ହେଉଛି ଓଡ଼ିଶାର ଭଦ୍ରକର ଚିତ୍ର। ଲେକେ ବିଶାଳ ପତାକା ହାତରେ ଧରିୁ ସିଏଏ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ଜାହିର କରିଛନ୍ତି। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା।
ନାଗରିକତା ଆଇନ କେନ୍ଦ୍ର ସରକାରଙ୍କ ଉପରେ ଚାପ ବଢାଇବାରେ ଲାଗିଛି। ସେପଟେ ଏକଜିଟ ପୋଲ କହୁଛି ହାତରୁ ଖସିଯିବ ଝାଡ଼ଖଣ୍ଡ। ଆଉ ଆଗକୁ ଆସୁଛି ଦିଲ୍ଲୀ ନିର୍ବାଚନ। ତେଣୁ ଦିଲ୍ଲୀରେ ଆଜି ବିଶାଳ ରାଲି କରିଥିଲା ବିଜେପି। ଯାହାର ନାଁ ଥିଲା ଧନ୍ୟବାଦ ମୋଦି । ଦିଲ୍ଲୀର ରାମଲୀଳା ମଇଦାନରେ ରାଲିରେ ବିରୋଧୀ ଦଳଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନାଗରିକତା ସଂଶୋଧନ ଆଇନ ଯୋଗୁଁ ମୁସଲମାନ ମାନଙ୍କରକୌଣସି କ୍ଷତି ହେବନାହିଁ ବୋଲି ମୋଦି କହିଛନ୍ତି। ବିରୋଧୀ ଦଳ ମିଥ୍ୟା ପ୍ରଚାର କରିବା ବେଳେ ଅତିକମ୍ରେ ଗରିବଙ୍କ ପ୍ରତି ଦୟା କରିବା ଉଚିତ୍ ବୋଲି ମଧ୍ୟ ମୋଦି କହିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ବିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଓ ଅମିତ ଶାହା ଦେଶର ଯୁବପୀଢ଼ିଙ୍କର ଭବିଷ୍ୟତ ନଷ୍ଟ କରିବାରେ ଲାଗିଛନ୍ତି । ତେବେ ଆଜିଠାରୁ ଯଦି ହିଂସା ଥମିଯାଏ ତେବେ ଦେଶରେ ଶାନ୍ତି ଫେରିପାରନ୍ତା।