Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ

1/06/2023 at 9:38 PM

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ(WMO)ର ଉପାଧ୍ୟକ୍ଷ। ପ୍ରଥମ ଓଡ଼ିଆ ଭାବେ ସେ ବିଶ୍ୱପାଣିପାଗ ସଂଗଠନର ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚନ ହୋଇଛନ୍ତି। ଏନେଇ WMO ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

WMO ଟ୍ୱିଟ୍ କରି କହିଛି “ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର WMO ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସମସ୍ତ ନୂଆ ଅଫିସ କର୍ମଚାରୀଙ୍କୁ ବଧେଇ।”

ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଆୟରଲାଣ୍ଡ ପାଣିପାଗ ବିଜ୍ଞାନ କେନ୍ଦ୍ରର ଇଅନ ମୋରଗନ ଦ୍ୱିତୀୟ ଉପାଧ୍ୟକ୍ଷ,କୋଟେ ଡିଆଇଭର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡାଓଡା କୋନାଟେ ଆସନ୍ତା ୪ ବର୍ଷ ପାଇଁ WMO ପ୍ରଥମ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଡାଓଡା WMOର ଆଫ୍ରିକା ଆଞ୍ଚଳିକ ଆସୋସିଏସନ୍‌ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି।

ପଢ଼ନ୍ତୁ- ଜଳୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୭ ସହର; ସମ୍ୱଲପୁର ସବୁଠୁ ଉତ୍ତପ୍ତ

ସେହିପରି ଆର୍ଜେଣ୍ଟିନାର ପ୍ରଫେସର ତଥା ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ସେଲେଷ୍ଟେ ସାଓଲୋ WMO ପ୍ରଥମ ମହିଳା ଜେନେରାଲ ସେକ୍ରେଟାରୀ ହୋଇଛନ୍ତି। ପାଣିପାଗ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ଓ ପରିଚାଳନା କ୍ଷେତ୍ରରେ ସେ ନେତୃତ୍ୱ ନେବେ ବୋଲି ବିଶ୍ୱ ପାଣିପାଗ ସଂଗଠନ ଟ୍ୱିଟ୍ କରି ସୂଚନା ଦେଇଛି। ୧ ଜାନୁଆରୀ ୨୦୨୪ ପରେ ସେ ଦାୟିତ୍ୱ ଗ୍ରହଣ କରିବେ।

ଆସନ୍ତା ୪ ବର୍ଷ ପାଇଁ ୟୁଏଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡ. ଅବଦୁଲ୍ଲା ଅଲ ମାନ୍ଦୋସ WMO ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଡ. ମାନ୍ଦୋସ WMOର ଏସିଆ ଆଞ୍ଚଳିକ ଆସୋସିଏସନ୍‌ର ଅଧ୍ୟକ୍ଷ ଅଛନ୍ତି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ବିଶ୍ୱ ପାଣିପାଗ ସଂଗଠନ।

ପଢ଼ନ୍ତୁ- ଆଫ୍ରିକୀୟ ଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ, ରୁଷ ସମକକ୍ଷଙ୍କ ସହ କଲେ ବୈଠକ; ଦ୍ୱିପାକ୍ଷିକ ହିତ ଉପରେ ଚର୍ଚ୍ଚା     

   Related Posts