କରୋନାକୁ ପ୍ରତିହତ କରିବ ଭାରତୀୟ କ୍ଲୋରୋକୁଇନ୍, ଆମେରିକାରୁ ଅର୍ଡର ପାଇଲେ ୨ ଭାରତୀୟ କମ୍ପାନୀ

Published By : Prameya-News7 Bureau | March 23, 2020 IST

ନୂଆଦିଲ୍ଲୀ,୨୩।୩: ଭୟଙ୍କର କରୋନା ଭାଇରସକୁ ମୁକାବିଲା କରିବାକୁ ଏବଂ ତାକୁ ପ୍ରତିହତ କରିବାକୁ ଡାକ୍ତର ଓ ଗବେଷକମାନେ ଔଷଧ ସନ୍ଧାନରେ ଅଛନ୍ତି। ତେବେ ଏହି ଗବେଷଣା ଭିତରେ ଭାରତ ପାଇଁ ଆସିଛି ଏକ ବଡ ଓ ଭଲ ଖବର। ଭାରତରେ ପ୍ରସ୍ତୁତ ଔଷଧ କ୍ଲୋରୋକୁଇନ୍ କରୋନାର ମୁକାବିଲାରେ ସହାୟକ ହେବ ବୋଲି ଜଣାପଡିଛି। ଏସିଆ ଓ ୟୁରୋପ ପରେ ଏବେ ଆମେରିକାରେ ଆତଙ୍କ ସୃଷ୍ଟି କରିଥିବା କରୋନାକୁ ମୁକାବିଲା କରିବ ଭାରତୀୟ କ୍ଲୋରୋକୁଇନ୍। ଆମେରିକା ପକ୍ଷରୁ ଭାରତର ଦୁଇଟି ଔଷଧ କମ୍ପାନୀ ସହ ଏନେଇ ବ୍ୟବସାୟିକ ସମ୍ପର୍କ କରାଯାଇଛି।

ଏହି ସୂଚନା ଅନୁଯାୟୀ, କରୋନା ବା covid-19ର ଚିକିତ୍ସା  ଆଣ୍ଟି ମ୍ୟାଲେରିଆ ଡ୍ରଗ୍ସ କ୍ଲୋରୋକୁଇନ୍ ଦ୍ବାରା ହେବ ବୋଲି କୁହାଯାଉଛି। ଏଥିପାଇଁ  ଭାରତର ଦୁଇ ଔଷଧ ନିର୍ମାତା କମ୍ପାନୀ ଇପକା ଲାବ୍ରୋଟରୀ ଓ ଜାଇଡସ୍ କାଡିଲାକୁ କ୍ଲୋରୋକୁଇନ୍ ପ୍ରସ୍ତୁତ କରିବାପାଇଁ ଆମେରିକୀୟ ଔଷଧ ବଜାରରୁ ମିଳିଛି ଅର୍ଡର। ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି।

ସୂଚନାଯୋଗ୍ୟ ଯେ, ଭୟଙ୍କର କରୋନା ଭାଇରସ ଏବେ ବିଶ୍ୱର ୧୯୨ଟି ଦେଶକୁ ଏହା କବଳିତ କରିଛି। ହଜାର ହଜାର ଜୀବନ ନେବା ସହ ଲକ୍ଷାଧିକଙ୍କୁ ସଂକ୍ରମିତ କରିଛି। କରୋନା ଭାଇରସ ଏବେ ଭାରତ ପାଇଁ ଖୁବ୍ ଭୟଙ୍କର ସ୍ଥିତି ସୃଷ୍ଟି କରିବାକୁ ଯାଉଛି ବୋଲି ଅନୁମାନ କରାଯାଉଛି। ଯଦି ଏହା ଅଧିକ କବଳିତ କରେ ତେବେ ସ୍ଥିତି ଭୟାବହ ହୋଇପଡିବ।

{"id":243074,"width":747,"height":420,"sizeSlug":"large"}

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ କହିବା ଅନୁସାରେ, କ୍ଲୋରୋକୁଇନ୍  କରୋନା ଭାଇରସ୍ SARS-COV-2 ଚିକିତ୍ସା ପାଇଁ ‘ଗେମ୍ ଚେଞ୍ଜର’ ପାଲଟିଥିଲା। ଆମେରିକାର ଫୁଡ୍ ଆଉଣ୍ଡ ଡ୍ରଗ୍ ଆଡମିନଷ୍ଟେ୍ରସନ୍(ଏଫଡିଏ) ପକ୍ଷରୁ ‘ଇପାକା’କୁ ଏହି ଔଷଧ ପଠାଇବାର ଅର୍ଡର ଦିଆଯାଇଛି। ଏହା ସହିତ ‘ଜାଇଡସ୍ କାର୍ଡିଲା’  କୁ ମଧ୍ୟ ଦଶନ୍ଧି ପୁରୁଣା ଏହି ଔଷଧ ରପ୍ତାନୀ କରିବାର ଅର୍ଡର ଦିଆଯାଇଛି। ଏଫଡିଏ କମିଶନର ଡକ୍ଟର ଷ୍ଟିଫେନସନ୍ ହାନଙ୍କ ସୂଚନା ଅନୁସାରେ, ଏବେ ‘କ୍ଲୋରୋକୁଇନ’ ଦ୍ବାରା କରୋନା ଆକ୍ରାନ୍ତ ରୋଗୀଙ୍କର ଚିକିତ୍ସା କରାଯାଉଛି।  ମୁମ୍ବାଇରେ ଥିବା ‘ଇପକା’ ଏହି ଔଷଧ  ରପ୍ତାନୀ କରିବା ନେଇ ସହମତି ପ୍ରକାଶ କରି ବିଏସଇ ଓ ଏନଏସଇକୁ ଏହାର ସୂଚନା ଦେଇଛି।

କେବଳ ଆମେରିକା ନୁହେଁ ବିଶ୍ବର ଅନେକ ଦେଶରୁ କ୍ଲୋରୋକୁଇନ୍ ତିଆରି କରିବା ପାଇଁ ଏହି ଦୁଇ ଔଷଧ କମ୍ପାନୀକୁ ଅର୍ଡର ମିଳିଛି ଏବଂ ତାର ପରିମାଣ ବଢିଚାଲିଛି। ମାଲେରିଆର ଚିକିତ୍ସା ପାଇଁ ବ୍ୟବହୃତ ଏହି ଔଷଧ ନିର୍ମାଣ କରୁଥିବା ଇଫକା ଲ୍ୟାବ୍ ସବୁଠାରୁ ବଡ କମ୍ପାନୀ। ଇଫକାର ୩ ଟି ଫ୍ଲାଣ୍ଟରେ ଏହି ଔଷଧର ଉତ୍ପାଦନ ହେଉଛି। ୩ଟି ପ୍ଳାଣ୍ଟ ମଧ୍ୟ ପ୍ରଦେଶରେ ରହିଛି। ରତଲାମ ସ୍ଥିତ ଫ୍ଲାଣ୍ଟରେ କମ୍ପାନୀ ‘ହାଇଡ୍ରୋ କ୍ଲୋରୋକୁଇନ୍ ସଲଫେଟ୍ ଓ କ୍ଲୋରେକୁଇନ୍ ସଲଫେଟ୍’ର ଆକ୍ଟିଭ ଫାର୍ମାସ୍ୟୁଟିକାଲ ଇନଗ୍ରେଡିୟନ୍ସ (ଏପିଆଇ) ତିଆରି କରୁଛି।

{"id":243041,"width":752,"height":554,"sizeSlug":"large"}

ଏହି ବେସିକ୍ ଡ୍ରଗକୁ ଅନ୍ୟ ଔଷଧ ତିଆରି କମ୍ପାନୀ କିଣି ଏଥିରୁ କ୍ଲୋରୋକୁଇନ୍ ଟାବଲେଟ୍ କିମ୍ବା ସିରପ ଭଳି ଉତ୍ପାଦ ତିଆରି କରିଥାନ୍ତି। ଏହାଛଡା ‘ଇପକା’ର ପିଥାପୁରମ ସେଜରେ ଥିବା ପ୍ଲାଣ୍ଟ ଓ ପିପରିୟା ସ୍ଥିତ ପ୍ଲାଣ୍ଟରେ ହାଇଡ୍ରୋକ୍ଲୋରୋକୁଇନ୍ ସଲଫେଟର ଟାବଲେଟ୍ ଓ ଉପଯୋଗ ପାଇଁ ଔଷଧ ତିଆରି କରୁଛନ୍ତି। କମ୍ପାନୀ ପୂର୍ବରୁ ୟୁରୋପକୁଏହି ଔଷଧ ରପ୍ତାନୀ କରୁଥିଲା।

{"id":243042,"width":744,"height":418,"sizeSlug":"large"}

ପ୍ରାୟ ୧ ସପ୍ତାହ ଧରି କରୋନାର ଚିକିତ୍ସାରେ ଏହି ଔଷଧ ପ୍ରଭାବଶାଳୀ ହେବାର ଖବର ବିଶ୍ବର ଭିନ୍ନ ଭିନ୍ନ ଦେଶରୁ ଆସିଛି। ଏହାପରେ ବିଦେଶରେ ଏହାର ଆବଶ୍ୟକତା ବଢିଯାଇଛି। ଫଳାଫଳା ଏବେ ଏହା ହୋଇଛି ଯେ, ଔଷଧ କମ୍ପାନୀ ଯେବେ ଏପିଆଇ ଅର୍ଥାତ ବେସିକ୍ ଡ୍ରଗ ନେଇ ଉପଯୋଗ ପାଇଁ ଔଷଧ ତିଆରି କରୁଥିଲା। ମହଙ୍ଗା ଦାମରେ ମଧ୍ୟ ପର୍ଯ୍ୟାପ୍ତ ମାତ୍ରାରେ କଞ୍ଚାମାଲ ମିଳୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.