ୟୁକ୍ରେନରେ ଭାରତୀୟ ଡାକ୍ତରୀ ଛାତ୍ର ଆକ୍ରୋଶର ଶିକାର; ଦେଶ ଛାଡ଼ିବାକୁ ପଡ଼ୁଛି ଚାପ

Published By : Prameya-News7 Bureau | August 21, 2023 IST

ଭୋପାଳ,୨୦/୮: ୟୁକ୍ରେନରେ ଭାରତୀୟ ମେଡିକାଲ ଛାତ୍ର ନିର୍ଯାତନାର ଶିକାର । ଭାରତ ଋଷକୁ ସମର୍ଥନ କରୁଥିବା ଅଭିଯୋଗ କରି ଛାତ୍ରଛାତ୍ରୀଙ୍କୁ ଦେଶ ଛାଡ଼ିବାକୁ କୁହାଯାଉଛି । ଡାକ୍ତରୀ ଶିକ୍ଷା ଶେଷ କରିବା ଲାଗି କିଛି ପିଲା ଯୁଦ୍ଧଗ୍ରସ୍ତ ୟୁକ୍ରେନକୁ ପୁଣି ଥରେ ଫେରିଛନ୍ତି । ହେଲେ ସେଠାରେ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ୟୁକ୍ରେନ ଯୁଦ୍ଧରେ ଭାରତ ରୁଷର ପକ୍ଷ ନେଇଥିବା ସେମାନେ ଅଭିଯୋଗ ଆଣି ଭାରତୀୟ ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଛନ୍ତି । ଫଳରେ ସେମାନେ ଏବେ ଭୟ ଓ ଆତଙ୍କିତ ଅବସ୍ଥାରେ ସେଠାରେ ରହୁଛନ୍ତି । ଏପରିକି ସ୍ଥାନୀୟ ଲୋକମାନେ ସେମାନଙ୍କୁ ତୁରନ୍ତ ୟୁକ୍ରେନ ଛାଡି ପଳାଇବାକୁ ଧମକ ମଧ୍ୟ ଦେଉଛନ୍ତି । ଗତ ୮ ସପ୍ତାହ ହେଲା ଏଭଳି ଆକ୍ରୋଶ ବଢ଼ିବାରେ ଲାଗିଛି ।

ୟୁକ୍ରେନରେ ମେଡିକାଲ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରଛାତ୍ରୀ ରାଜ୍ୟର ସରକାର ଓ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ପାଠପଢ଼ା ଲାଗି କୌଣସି ବିଶ୍ୱବିଦ୍ୟାଳୟରେ ବ୍ୟବସ୍ଥା କରିବାକୁ ଦୀର୍ଘ ଦିନ ହେଲା ଗୁହାରି କରୁଛନ୍ତି । ମାତ୍ର ବାବଦ କୌଣସି ପଦକ୍ଷେପ ନିଆଯାଉନାହିଁ ।

wp:embed {"url":"https://www.prameyanews7.com/police-action-against-terrorist-in-pulwama/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-action-against-terrorist-in-pulwama/
/wp:embed

ଗତବର୍ଷ ଫେବ୍ରୁଆରୀରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପରେ ସେଠାରେ ଫସି ରହିଥିବା ପ୍ରାୟ ୧୮ ହଜାର ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତ ସରକାର ସେଠାରୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିଥିଲେ । ଛାତ୍ରଛାତ୍ରୀ ଭାବିଥିଲେ ଭାରତର କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ବିଦେଶୀ ବିଶ୍ୱବିଦ୍ୟାଳୟରେ ସେମାନଙ୍କ ପାଠପଢ଼ା ଶେଷ କରିବା ଲାଗି କେନ୍ଦ୍ର ସରକାର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।  । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେଭଳି କିଛି କରାଗଲା ନାହିଁ । ୟୁକ୍ରେନରେ ଏବେ ବି ଯୁଦ୍ଧର ଘନଘଟା ଲାଗି ରହିଛି । ଏହା ସତ୍ତ୍ବେ ଗତ ଜାନୁଆରୀରୁ ଏପର୍ଯ୍ୟନ୍ତ ୩,୪୦୦ ଭାରତୀୟ ଛାତ୍ରଛାତ୍ରୀ ସେଠାକୁ ନିଜର ମେଡିକାଲ ଶିକ୍ଷା ଶେଷ କରିବା ଲାଗି ଯାଇଛନ୍ତି ।

wp:embed {"url":"https://www.prameyanews7.com/woman-gave-birth-child-with-harlequin-ichthyosis-genetic-disorder/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-gave-birth-child-with-harlequin-ichthyosis-genetic-disorder/
/wp:embed

ନ୍ୟାସନାଲ ମେଡିକାଲ କାଉନସିଲ (ଏନ୍‌ଏମ୍‌ସି) ଗାଇଡଲାଇନ ଅନୁସାରେ ୨୦୨୧ ଡିସେମ୍ବର ପରେ ଯେଉଁ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ମେଡିକାଲ ଶିକ୍ଷା ଗ୍ରହଣ କରିବାକୁ ଯାଇଛନ୍ତି ସେମାନେ ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟକୁ ବଦଳି ହୋଇ ଆସିପାରିବେ ନାହିଁ । ତେଣୁ ସେମାନେ ବାଧ୍ୟହୋଇ ପୁଣି ୟୁକ୍ରେନକୁ ଫେରିଯାଇଥିବା ମଧ୍ୟପ୍ରଦେଶର ଜଣେ ଛାତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି, ସ୍ଥାନୀୟ ୟୁକ୍ରେନ ନାଗରିକମାନେ କହୁଛନ୍ତି ଭାରତୀୟ ଛାତ୍ରଛାତ୍ରୀ ରୁଷର ବନ୍ଧୁ । ତେଣୁ ସେମାନେ ଆଉ କୌଣସି ପ୍ରକାର ୟୁକ୍ରେନରେ ରହିପାରିବେ ନାହିଁ । ତୁରନ୍ତ ଦେଶ ଛାଡି ଚାଲିଯିବାକୁ ସେମାନେ ଚାପ ପକାଉଛନ୍ତି । ସ୍ଥାନୀୟ ଦୋକାନୀମାନେ ଜିନିଷପତ୍ର ମଧ୍ୟ ଦେଉନାହାନ୍ତି । ଏପରିକି ସେମାନେ ରହୁଥିବା ହଷ୍ଟେଲର କର୍ମଚାରୀମାନେ ମଧ୍ୟ ସେମାନଙ୍କ ପ୍ରତି ରୁକ୍ଷ ବ୍ୟବହାର ଦେଖାଉଛନ୍ତି । ଅନ୍ୟ କୌଣସି ବିକଳ୍ପ ନଥିବାରୁ ଏଠାରେ ପଡିରହିଛୁ ବୋଲି ଛାତ୍ର ଜଣକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.