suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ଲାଣ୍ଟ ଫଙ୍ଗସରୁ ସଂକ୍ରମିତ ହେଲେ ବ୍ୟକ୍ତି, ଭାରତରେ ଚିହ୍ନଟ ହେଲା ବିଶ୍ୱର ପ୍ରଥମ ମାମଲା

1/04/2023 at 4:32 PM

ନୂଆଦିଲ୍ଲୀ: ଦେଶରେ କରୋନା ପୁଣି ଥରେ ତାର କାୟ ମେଲାଇବାରେ ଲାଗିଛି । ଏହାରି ଭିତରେ ନୂଆ ଏକ ସଂକ୍ରମଣ ମାମଲା ସାମନାକୁ ଆସିଛି । ତେବେ ଆଶ୍ଚର୍ଯ୍ୟ ବିଷୟ ଏହା ଯେ ଏହି ସଂକ୍ରମଣ ଫଙ୍ଗସରୁ ବ୍ୟାପିଛି । କୋଲକାତାରୁ ଏହି ପ୍ରକାର ଦୁନିଆର ପ୍ରଥମ ମାମଲା ଚିହ୍ନଟ ହୋଇଛି । ଏହି ଫଙ୍ଗସ୍ ଇନଫେକ୍ସନ ଅତ୍ୟନ୍ତ ଘାତକ ବୋଲି କୁହାଯାଉଛି । ପଶ୍ଚିମ କୋଲକାତାର ଜଣେ ୬୧ ବର୍ଷୀୟ ବ୍ୟକ୍ତି ପ୍ଲାଣ୍ଟ ଫଙ୍ଗସରେ ସଂକ୍ରମିତ ହେବାରେ ଦୁନିଆରେ ପ୍ରଥମ ହୋଇଛନ୍ତି ।

ବ୍ୟକ୍ତି ଜଣକ ପ୍ଲାଣ୍ଟ ମାଇକ୍ରୋଲଜିଷ୍ଟ । ଗତ ତିନି ମାସ ଧରି ସେ କାଶ, କର୍କଶ ସ୍ୱର, ଗଳା ଦରଜ ଏବଂ ଶୀଘ୍ର ହାଲିଆ ଅନୁଭବ କରୁଥିଲେ । ପରୀକ୍ଷଣ ପରେ ସେ ପ୍ଲାଣ୍ଟ ଫଙ୍ଗସରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା । ଅଧ୍ୟୟନକାରୀଙ୍କ କହିବା ଅନୁସାରେ ଏହା ଦର୍ଶାଉଛି ଯେ ପ୍ଲାଣ୍ଟ ଫଙ୍ଗସ୍ ସହ ଲଗାତାର ସମ୍ପର୍କରେ ରହିବା ଦ୍ୱାରା ଏହା ମଣିଷକୁ ବ୍ୟାପିଥାଏ ।

ମାଇକ୍ରୋଲଜିଷ୍ଟ ଫଙ୍ଗସ ବା କବକଙ୍କ ମଧ୍ୟରେ ରହି କାମ କରିଥାନ୍ତି । ଏଥିରେ ଛତୁ ଆଦି ସାମିଲ ରହିଥାଏ । ସଂକ୍ରମିତ ବ୍ୟକ୍ତିଙ୍କୁ ଡାଇବେଟିସ୍, ଏଚଆଇଭି, କିଡନୀ ସହ ଜଡିତ କୌଣସି ରୋଗ ନଥିଲା । ଜର୍ଣ୍ଣଲ ମେଡିକଲ ମାଇକ୍ରୋଲୋଜି କେସ ରିପୋର୍ଟ ଅନୁସାରେ ଡାକ୍ତର କହିଛନ୍ତି ଯେ ପୀଡିତ ବ୍ୟକ୍ତି ଛତୁ ଏବଂ ଅନ୍ୟ କବକ ମଧ୍ୟରେ ଦୀର୍ଘ ସମୟ ଯାଏ ନିଜ ଗବେଷଣା ପାଇଁ କାମ କରୁଥିଲେ । ଚିକିତ୍ସା ସମୟରେ ଏକ୍ସ-ରେ ଏବଂ ସିଟି ସ୍କାନ କରାଯାଇଥିଲା । ଏକ୍ସ-ରେ ରିପୋର୍ଟ ସାଧାରଣ ରହିଥିବା ବେଳେ ସିଟି ସ୍କାନ ରିପୋର୍ଟରେ ଗଳା ଭିତର ଫୁଲି ଥିବା ଦେଖିବାକୁ ମିଳିଥିଲା । ଏହା ଏତେ ବିପଦଜନକ ଯେ ଶ୍ୱାସ ନଳୀକୁ ମଧ୍ୟ ବ୍ଲକ୍ କରି ଦେଇଥାଏ । ସଠିକ୍ ସମୟରେ ବ୍ୟାକ୍ତିଙ୍କୁ ଚିକିତ୍ସା ନ ମିଳିଳେ ଜୀବନ ଯିବାର ଭୟ ମଧ୍ୟ ରହିଛି । ବ୍ୟକ୍ତିଙ୍କ ନମୂନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଜଡ଼ିତ ଫଙ୍ଗସ୍ ରିସର୍ଚ୍ଚ ସେଣ୍ଟରକୁ ଅଧିକ ଗବେଷଣା ପାଇଁ ପଠାଇ ଦିଆଯାଇଛି ।

   Related Posts