ପ୍ରେମ ବିବାହ କରିଥିଲେ ଯୁବକ , କୁକୁର ଭଳି ପିଟିଲେ ଶ୍ବଶୁର ଘର ଲୋକେ : ଏବେ ଭିଡିଓ ହେଉଛି ଭାଇରାଲ୍

Published By : Prameya-News7 Bureau | February 24, 2020 IST

ଗାଜିଆବାଦ ୨୪/୨: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓରେ କେତେକ ଲୋକ ଜଣେ ଯୁବକଙ୍କୁ ଏକ ବନ୍ଦ କୋଠରୀ ଭିତରେ ନିର୍ଦୟ ଭାବେ ପିଟୁଛନ୍ତି। ଭିଡିଓରେ ପରିଷ୍କାର ଭାବେ ଦେଖାଯାଉଛି ଯେ ପୀଡ଼ିତ ଯୁବକଙ୍କ ବେକରେ କୁକୁର ବେଲ୍ଟ ବନ୍ଧାଯାଇଛି। କେତେକ ଲୋକ ତାଙ୍କୁ ପିଟୁଛନ୍ତି ଏବଂ କୁକୁର ଭଳି ଭୁକିବାକୁ କହୁଛନ୍ତି।

ଏହି ଭିଡିଓ ପାଖାପାଖି ୮ମାସ ପୁରୁଣା ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ପୀଡ଼ିତ ଯୁବକ ପଡ଼ିଶାରେ ରହୁଥିବା ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଯାହା ଫଳରେ ଯୁବତୀଙ୍କ ଘର ଲୋକେ ତାଙ୍କୁ ଘରୁ ଜବରଦସ୍ତି ଉଠାଇ ଆଣି ନିଜ ଘରେ ଟାଣି ନେଇ ଯୁବକଙ୍କ ସହ ଅମାନବୀୟ ବ୍ୟବହାର କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.