ହାର ମାନିଲେ ଇମ୍ରାନ, କହିଲେ ଏହି ପ୍ରସଙ୍ଗରେ ପାକିସ୍ତାନ ଅପେକ୍ଷା ବହୁତ ଆଗରେ ଭାରତ

Published By : Prameya-News7 Bureau | December 29, 2019 IST

କରାଚୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୁଟନୈତିକ ପ୍ରସଙ୍ଗରେ ଭାରତ ଆଗରେ ନିଜର ମଥାନତ କରିଛନ୍ତି। ଆମେରିକା ଲବି ମାମଲାରେ ପାକିସ୍ତାନ ଅପେକ୍ଷା ଭାରତ ଅନେକ ଆଗରେ ଥିବାର କହିଛନ୍ତି। ଶକ୍ତିଶାଳୀ ଲବି ଯୋଗୁ ପାକିସ୍ତାନ ବିରୋଧୀ ପ୍ରତ୍ୟେକ ପ୍ରସଙ୍ଗରେ ଭାରତ ନିଜ ଏଜେଣ୍ଡାକୁ ମଜଭୁତ କରିପାରୁଛି। ଏଣୁ ପାକିସ୍ତାନକୁ ନେଇ ଆମେରିକାର ନୀତି ଉପରେ ଗୁରୁତର ପ୍ରଭାବ ପଡୁଛି।

ଆସୋସିଏସନ ଅଫ ଫିଜିକ୍ସିଆନ ଅଫ ପାକିସ୍ତାନୀ ଡିସେଣ୍ଟ ଅଫ ନର୍ଥ ଆମେରିକା (ଏପିପିଏନଏ)ର କରାଚୀ କାର୍ଯ୍ୟଶାଳାରେ ଇମ୍ରାନ ଏହା କହିଛନ୍ତି। ସେ କହିଛନ୍ତି ଯେ ଏବେ ଆମେରିକାରେ ପାକିସ୍ତାନ ଅପେକ୍ଷା ଭାରତର ଲବି ଖୁବ୍ ଶକ୍ତିଶାଳୀ। ଏଣୁ ପାକିସ୍ତାନକୁ ନେଇ ଭାରତର ଦୃଷ୍ଟିକୋଣ ଆମେରିକା ନୀତିରେ ପ୍ରତିଫଳିତ ହେଉଛି। ଏଣୁ ପାକିସ୍ତାନ ଏପିପିଏନଏ ସହ ମିସି ଆମେରିକାରେ ସଂସ୍ଥାଗତ ବ୍ୟବସ୍ଥା କରିବାକୁ ଉଦ୍ୟମ କରୁଛି। କାରଣ ବିଦେଶରେ ଏପିପିଏନଏକୁ ଶକ୍ତିଶାଳୀ ଓ ପ୍ରଭାବଶାଳୀ ସମୂହ ।

ତେବେ ଏଥିରେ ଇମ୍ରାନ ଭାରତକୁ ଆକ୍ଷେପ କରିବାକୁ ବି ଭୁଲି ନାହାନ୍ତି। ଭାରତ ଏବେ ଗୁରୁତର ଆଭ୍ୟନ୍ତରିଣ ସମସ୍ୟାରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ଇମ୍ରାନ। ଏଥିରୁ ଦେଶବାସୀଙ୍କ ନଜର ହଟାଇବାକୁ ଏବେ ଭାରତ ପାକ୍ ଅଧିକୃତ କାଶ୍ମୀରରେ ମିଥ୍ୟା ପତାକା ଅଭିଯାନ ଆରମ୍ଭ କରିପାରେ ବୋଲି ମଧ୍ୟ ଆଶଙ୍କା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.