suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆମେରିକାରେ ଖାଲିସ୍ତାନୀ ସମର୍ଥକଙ୍କ ଭାରତୀୟ ସାମ୍ବାଦିକଙ୍କ ଉପରକୁ ଆକ୍ରମଣ, ଭାରତର କଡ଼ା ପ୍ରତିକ୍ରିୟା

26/03/2023 at 11:40 AM

ଓ୍ବାଶିଙ୍ଗଟନ୍, ୨୬/୦୩: ପଞ୍ଜାବରେ ଅମୃତପାଳ ସିଂହଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିବା ଅଭିଯାନକୁ ନେଇ ଖାଲିସ୍ତାନୀ ସମର୍ଥକ ହିଂସାତ୍ମକ ହୋଇଉଠଛନ୍ତି। ଆମେରିକାରେ ଭାରତୀୟ କନ୍ସୁଲାଣ୍ଟ ଏବଂ ଲଣ୍ଡନରେ ଭାରତୀୟ ଦୂତାବାସରେ ଖାଲିସ୍ତାନୀ ଆକ୍ରମଣ କରିସାରିଛନ୍ତି। ଏହାରି ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଭାରତୀୟ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି ଖାଲିସ୍ତାନୀ ସମର୍ଥକ।

ସୂଚନା ଅନୁଯାୟୀ, ଆମେରିକାର ରାଜଧାନୀ ଓ୍ବାଶିଙ୍ଗଟନ୍ ସ୍ଥିତ ଦୂତାବାସ ବାହାରେ ଭାରତୀୟ ସାମ୍ବାଦିକ ଲଳିତ ଝାଙ୍କ ଉପରେ ଖାଲିସ୍ତାନୀ ସମର୍ଥକ ଉପରେ ଆକ୍ରମଣ କରିଛନ୍ତି ଏବଂ ଗାଳି ଗୁଲଜ୍ କରିଛନ୍ତି। ଏହା ସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଗାଳି ଦେଇଛନ୍ତି।

ଶନିବାର ଦ୍ବିପ୍ରହରରେ ଭାରତୀୟ ଦୂତାବାସ ବାହାରେ ଖାଲିସ୍ତାନୀ ସମର୍ଥକଙ୍କ ବିରୋଧ ପ୍ରଦର୍ଶନ ଖବର ସଂଗ୍ରହ କରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ସେ କହିଛନ୍ତି ଯେ ଖାଲିସ୍ତାନୀ ସମର୍ଥକ ତାଙ୍କର ବାମ କାନକୁ ଦୁଇ ଲାଠି ମାଡ଼ ମାରିଛନ୍ତି। ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଖାଲିସ୍ତାନୀ ସମର୍ଥକଙ୍କ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି।

ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତୀୟ ଦୂତାବାସ ଏକ ବୟାନ ଜାରି କରି ଏହି ଘଟଣାକୁ ନିନ୍ଦା କରିଛି। ଭାରତୀୟ ଦୂତାବାସ କହିଛି ଷଯ ଜଣେ ବରିଷ୍ଟ ସାମ୍ବାଦିକଙ୍କୁ ଏପରି ଆକ୍ରମଣକୁ ନିନ୍ଦା କରୁଛି।

   Related Posts