ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ସଂସ୍ଥାନ(ଆଇଆଇଏସି) ଏବଂ ନିଗାତା ବିଶ୍ୱବିଦ୍ୟାଳୟ, ଜାପାନର ବୈଜ୍ଞାନିକମାନେ ପ୍ରାୟ ୬୦ କୋଟି ବର୍ଷ ପୁରୁଣା ସମୁଦ୍ର ପାଣିର ସନ୍ଧାନ କରିଛନ୍ତି । ଖଣିଜ ଭଣ୍ଡାର ମଧ୍ୟରେ ଏହି ସମୁଦ୍ର ଜଳ ବିନ୍ଦୁ ବିନ୍ଦୁ ହୋଇ ରହିଥିଲା । ବେଙ୍ଗାଲୁରୁ ସ୍ଥିତ ଆଇଆଇଏସସି ଏହି ସୂଚନା ଦେଇଛି । ଏହା ଅନୁସାରେ ସଂଗୃହିତ ଜଳରେ କ୍ୟାଲସିୟମ ଏବଂ ମାଗ୍ନେସିୟମ କାର୍ବୋନେଟ୍ ରହିଛି । ଏଥିରେ କୁହାଯାଇଛି ଯେ ଏହାର ନରୀକ୍ଷଣରେ ଟିମକୁ ସେହି ସମ୍ଭାବିତ ଘଟଣା ବାବଦରେ ସୂଚନା ମିଳିଛି, ଯେଉଁ କାରଣରୁ ପୃଥିବୀ ଇତିହାସରେ ଏକ ବଡ଼ ଅକ୍ସିଜନିକରଣ ଘଟଣା ଘଟିଥିବ ।
ପଢନ୍ତୁ: NASA ବୈଜ୍ଞାନିକଙ୍କ ଚେତାବନୀ, ଗରମ ଯୋଗୁ ୨୦୨୪ରେ ବିଗିଡିବ ପରିସ୍ଥିତି
ବୟାନ ଅନୁସାରେ, ବୈଜ୍ଞାନିକଙ୍କ ବିଶ୍ୱାସ ଯେ ୭୦ରୁ ୫୦ କୋଟି ବର୍ଷ ପୂର୍ବେ, ପୃଥିବୀ ବରଫର ମୋଟା ଚାଦରରେ ଆଚ୍ଛାଦିତ ହୋଇ ରହିଥିଲା । ଏଥିରେ କୁହାଯାଇଛି ଯେ ଏହାପରେ ପୃଥିବୀର ବାୟୁମଣ୍ଡଳରେ ଅକ୍ସିଜେନର ମାତ୍ରା ବୃଦ୍ଧି ପାଇଥିଲା ଏବଂ ଜଟିଳ ଜୀବନର ବିକାଶ ହୋଇଥିଲା ।
ଆଇଆଇଏସସି କହିଛି ଯେ ଠିକ୍ ଭାବେ ସଂରକ୍ଷିତ ଜୀବାଶ୍ମର ଅଭାବ ଏବଂ ପୃଥିବୀ ଇତିହାସର ସବୁ ପୁରୁଣା ମହାସାଗର ଲୁପ୍ତ ହେବା କାରଣର ସ୍ପରସ୍ପର ସହ କଣ ସମ୍ପର୍କ ରହିଛି ତାହା ବୈଜ୍ଞାନିକମାନେ ବର୍ତ୍ତମାନ ସୁଦ୍ଧା ଠିକ୍ ଭାବେ ଜାଣିପାରି ନାହାନ୍ତି । ଏଥିରେ କୁହାଯାଇଛି ଯେ ହିମାଳୟରେ ଏପରି ସମୁଦ୍ର ଚଟାଣର ସନ୍ଧାନ ମିଳିବା ପରେ କିଛିର ଉତ୍ତର ମିଳିପାରିବ । ଏହାଦ୍ୱାରା ପୃଥିବୀର ପ୍ରାଚୀନ ଜଳବାୟୁ ବାବଦରେ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି ।
Also Read: ଦୁନିଆର ସବୁଠୁ ଉତ୍ତପ୍ତ ଦିନ ଜୁଲାଇ ୬, ‘୧୦୦୦୦୦’ ବର୍ଷରେ ସବୁଠୁ ଅଧିକ ତାପମାତ୍ରା