ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

‘ଖତରୋଁ କେ ଖିଲାଡି’ ପରେ ‘ଇଣ୍ଡିଆନ ଆଇଡଲ’କୁ ନେଇ ବିବାଦ, ସୋସିଆଲ ମିଡିଆରେ ତେଜିଲା Boycott ଦାବି

27/09/2022 at 12:42 PM

ମୁମ୍ୱାଇ ୨୭/୦୯: ବିବାଦ ଘେରରେ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍-୧୩’ । ସୋସିଆଲ ମିଡିଆରେ ବୟକଟ୍ ଦାବି ଟ୍ରେଣ୍ଡ ଜୋର ଧରିଛି । ମେକର୍ସ ଟପ୍ ୧୫ କଣ୍ଟେଷ୍ଟାଣ୍ଟଙ୍କ ଲିଷ୍ଟକୁ ନେଇ ଜୋର ଧରିଛି ଦାବି । ଲିଷ୍ଟରେ ଅରୁଣାଚଳପ୍ରଦେଶର ରୀତୋ ରୀବାଙ୍କ ନାଁ ଦେଖିବା ପରେ ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାପରେ ସୋସିଆଲ ମିଡିଆରେ ଇଣ୍ଡିଆନ୍ ଆଇଡଲକୁ ବୟକଟ୍ କରିବାକୁ ଦାବି ଜୋର ଧରିଛି ।

ସୂଚନା ଥାଉକି, ‘ଖତରୋଁ କେ ଖିଲାଡି’ ପରେ ଏବେ ‘ଇଣ୍ଡିଆନ୍ ଆଇଡଲ’କୁ ନେଇ ବିବାଦ ଘନେଇଛି । ପୂର୍ବରୁ ଏହି ଶୋ’କୁ ଦର୍ଶକ ସ୍କ୍ରିପ୍ଟେଡ୍ ବୋଲି ଅଭିଯୋଗ କରୁଥିଲେ । ଏବେ ଏଥିରେ ଲାଗିଛି ମୋହର । ଏହାର କାରଣ ହେଉଛନ୍ତି ୧୩ତମ ସିଜିନରେ ଅଡିସନ ଦେଇଥିବା ରୀତୋ ରୀବା । ଦାବି ହେଉଛି କି ଆଗରୁ ଟ୍ୟାଲେଣ୍ଟକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ କେବଳ ଟିଆରପିକୁ ଗୁରୁତ୍ୱ ଦିଆଯାଉଛି । ଫଳରେ ଏଥିରେ ଭାଗ ନେଉଥିବା ଅନେକ ସିଙ୍ଗର ନିଜର ଟ୍ୟାଲେଣ୍ଡ ଦେଖାଇବାକୁ ବଞ୍ଚିତ ହେଉଛନ୍ତି ।

ସୂଚନା ଥାଉକି, ଜଣାଶୁଣା ସିଙ୍ଗର ତଥା ମ୍ୟୁଜିକ୍ କମ୍ପୋଜର ରୀତୋ ରୀବା, ଯିଏ କି ଅରୁଣାଚଳପ୍ରଦେଶର ବାସିନ୍ଦା । ସେ ମଧ୍ୟ ଏଥର ଇଣ୍ଡିଆନ ଆଇଡଲ ଆସିଥିଲେ ନିଜର ପ୍ରତିଭା ଦେଖାଇବାକୁ । ଶୋ’ର ଅଡିସନରେ ଭାଗ ନେଇ ନିଜ କମ୍ପୋଜିସନ ଗୀତ ଗାଇଥିଲେ । ଏହାସହ ହିମେଶ ରେଶମିୟାଙ୍କ ଏକ ଗୀତ ମଧ୍ୟ ଗାଇ ଶୁଣାଇଥିଲେ ରୀତୋ । ଏହାକୁ ଅନେକ ଲୋକ ପ୍ରଶଂସା ବି କରିଥିଲେ । ହେଲେ କଣ ହେଲା କେଜାଣି ତାଙ୍କୁ ସିଲେକ୍ଟ କରାଗଲାନି । ଯାହାକୁ ନେଇ ୟୁଜର୍ସମାନେ ଭଡକିଛନ୍ତି । କେହି କେହି କହିଛନ୍ତି ଏହା ଏକ ପକ୍ଷପାତିତା ଶୋ । ତେଣୁ ଏହାକୁ ବୟକଟ୍ କରାଯାଉ ।

   Related Posts