‘Indian Idol 13’ର ବିଜେତା ହେଲେ ରିଷି ସିଂ, ୨୫ ଲକ୍ଷ ସହ ହାତେଇଲେ ଟ୍ରଫି
3/04/2023 at 8:17 AM

ମୁମ୍ଵାଇ ୦୩।୦୪: ସୋନି ଟିଭିର ଲୋକପ୍ରିୟ ରିଆଲିଟି ଶୋ ‘ଇଣ୍ଡିଆନ୍ ଆଇଡଲ୍ -୧୩’ । ବର୍ତ୍ତମାନ ଏହି ଶୋର ବିଜେତା ମିଳିଯାଇଛି। ଶୋ’ରେ ଅନେକ ଭେଟେରାନ୍ ପ୍ରତିଯୋଗୀ ସମଗ୍ର ବିଶ୍ୱରେ ସେମାନଙ୍କ ସ୍ୱରର ଯାଦୁ ଦେଖାଇଥିଲେ। ନେହା କକ୍କର, ହିମେଶ ରେଶମିଆ ଏବଂ ବିଶାଲ ଦାଦଲାନିଙ୍କ ଦ୍ଵାରା ଆୟୋଜିତ ଏହି ଶୋ ହେଉଛି ସବୁଠାରୁ ପସନ୍ଦିତ ରିଆଲିଟି ସୋ ମଧ୍ୟରୁ ଅନ୍ୟତମ । ତେବେ ଶୋ’ର ହୋଷ୍ଟ ଥିଲେ ଆଦିତ୍ୟ ନାରାୟଣ।
Sab pe chalaake apna jaadu, Rocking Rishi ne jeeta sirf humaara dil hi nahi balki Indian Idol ki ye trophy bhi.
— sonytv (@SonyTV) April 2, 2023
A well-deserved contestant of the Indian Idol Season 13.
Congratulations, Rishi! 🤩✨#IndianIdol13 #IndianIdol #IndianIdolTheDreamFinale pic.twitter.com/M9sEU2Kzx9
ଗତ ରାତିରେ ଅର୍ଥାତ୍ ୨ଏପ୍ରିଲ୍ ରେ ଶୋର ଗ୍ରାଣ୍ଡ୍ ଫାଇନାଲ୍ ଥିଲା । ଶୋ’ରେ ଅନେକ ବିସ୍ଫୋରକ ପ୍ରଦର୍ଶନ କରାଯାଇଥିଲା ଏବଂ ଅନେକ ସେଲିବ୍ରେଟ୍ ଶୋଭା ବଢାଇଥିଲେ। କରିଥିଲେ। ଫାଇନାଲ ଦୌଡରେ ୬ଜଣ ଫାଇନାଲିଷ୍ଟ ଥିଲେ । ସେଥିମଧ୍ୟରୁ ରିଷି ସିଂ, ଶିବମ୍ ସିଂ, ବିଦୀପ୍ତା ଚକ୍ରବର୍ତ୍ତୀ, ଚିରାଗ କୋଟୱାଲ, ଦେବମୋସିତା ରୟ ଏବଂ ସୋନାକ୍ଷିକର । ଏହି ସମସ୍ତଙ୍କ ବାଦ ଦେଇଥିଲେ ରିଷି ସିଂ । ବିଜେତା ହେବା ପରେ ଟାଇଟଲ୍ ହାସଲ କରିବା ସହ ୨୫ ଲକ୍ଷ ଟଙ୍କା ଏବଂ କାର ପାଇଥିଲେ। ଦେବସ୍ମିତା ଏବଂ ଚିରାଗ ପ୍ରଥମ ଏବଂ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ।
‘ଇଣ୍ଡିଆନ୍ ଆଇଡଲ୍ -୧୩’ରେ ତାଙ୍କର ଯାଦୁକରୀ ସ୍ୱର ପାଇଁ ରିଷି ସିଂ ବେଶ୍ ଜଣାଶୁଣା । ସେ ଯେକୌଣସି ଗୀତ ଗାଉଥିଲେ। ସମସ୍ତେ ଏଥିରେ ହଜିଯାଉଥିଲେ । ଋଷି ସିଂ ଅଯୋଧ୍ୟା ନିବାସୀ ଅଟନ୍ତି। ଗୀତ ଶୋ’ରେ ଆସିବା କରିବା ପୂର୍ବରୁ ସେ ମନ୍ଦିର ଏବଂ ଗୁରୁଦ୍ୱାରରେ ଗୀତ ଗାଉଥିଲେ। ରିଷି ଜାରି କରି କହିଛନ୍ତି, “ମୁଁ ତଥାପି ବିଶ୍ୱାସ କରିପାରୁ ନାହିଁ ଯେ ମୁଁ ଟ୍ରଫି ଜିତିଛି। ଏହା ଏକ ସ୍ୱପ୍ନ ସାକାର ହେବା ପରି।