Indian Idol 13 : ଗ୍ରାଣ୍ଡ ପ୍ରିମିୟରରେ ପ୍ରତିଯୋଗୀଙ୍କୁ ସୁବାଷ ଘାଇଙ୍କ ଅଫର, ଗୀତ ଶୁଣି କରିଥିଲେ ପ୍ରଂଶସା

Published By : Prameya-News7 Bureau | October 02, 2022 IST

ମୁମ୍ଵାଇ ୦୨।୧୦: ସୋନି ଟିଭିର ପପୁଲାର ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍। ବର୍ତ୍ତମାନ ଏହାର ସିଜନ୍-୧୩ ଆରମ୍ଭ ହୋଇ ଯାଇଛି । ଏହି ଶୋ’ର ଟପ୍‌-୧୫ ପ୍ରତିଯୋଗୀଙ୍କୁ ମିଳି ସାରିଛନ୍ତି। ଏଥର 'ଇଣ୍ଡିଆନ୍ ଆଇଡଲ୍' ଏହାର ନୂଆ ଷ୍ଟାଇଲ୍ ଏବଂ ଲୁକ୍ ସହିତ ପୁଣି ଥରେ ଲଞ୍ଚ ହୋଇଛି। ସମସ୍ତ ପ୍ରତିଯୋଗୀ ଗତକାଲି ଅର୍ଥାତ୍‌ ଶନିବାର ରାତି ୮ଟାରେ 'ଦି ଡ୍ରିମ୍ ଡେବ୍ୟୁ' ସହିତ ଏକ ଗ୍ରାଣ୍ଡ୍ ଗ୍ରାଣ୍ଡ୍ ପ୍ରିମିୟର କରି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲେ। ଯାହା ଧୁମ୍‌ଧାମ୍‌ରେ ଆୟୋଜିତ ହୋଇଥିଲା । ସମସ୍ତ ପ୍ରତିଯୋଗୀମାନେ ସୁନ୍ଦର କଣ୍ଠରେ ଜଜ୍‌ଙ୍କ ମନ କିଣି ନେଇଥିଲେ। ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୩ର ଟପ୍‌ ୧୫ ପ୍ରତିଯୋଗୀଙ୍କ ମଧ୍ୟରେ ଅଯୋଧ୍ୟାରୁ ଋଷି ସିଂ, ଜାମ୍ମୁ କାଶ୍ମୀରର ଚିରାଗ କୋଟୱାଲ, ରାଞ୍ଚିରୁ ଶାଗୁନ୍, ଲକ୍ଷ୍ନୌର ଭିନୀତ ସିଂ, ଅମୃତସରର ନବଦୀପ ଏବଂ ରୁପମ୍ ଭାରାନାରିଆ, ଗୁଜରାଟର କବ୍ୟା ଏବଂ କୋଲକତାର ବିତିପ୍ତା , ଅନୁଷ୍କା ପାତ୍ର , ସେଞ୍ଜୁତି ଦାସ୍ , ସଞ୍ଚାରୀ , ସୋନାକ୍ଷୀ ସେବସ୍ମିତା, ପ୍ରୀତିମ ସାମିଲ ଅଛନ୍ତି।

wp:html
/wp:html

ଗ୍ରାଣ୍ଡ ପ୍ରିମିୟର ଏପିସୋଡ୍‌ରେ ଜଜ୍‌ମାନଙ୍କ ମଧ୍ୟରେ - ହିମେଶ ରେଶମିଆ, ନେହା କକ୍କର ଏବଂ ବିଶାଲ ଦାଦଲାନଙ୍କ ବ୍ୟତୀତ ଗ୍ରାଣ୍ଡ ପ୍ରିମିୟରରେ ମନୋରଞ୍ଜନ ଏବଂ ସଙ୍ଗୀତ ଜଗତର କିଛି ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଦେକିବାକୁ ମିଳିଛି । ଯେଉଁଥିରେ ଇସମାଇଲ ଦାରବର, ଆନନ୍ଦ ଜୀ, ନୀରଜ ଶ୍ରୀଧର, ସପନା ମୁଖାର୍ଜୀ, ଜାଭେଦ ଅଲି, ଅରମାନ ମଲିକ, ଜତିନ୍ ପଣ୍ଡିତ ଜଣାଶୁଣା କଳାକାର - ଅରୁଣା ଇରାନୀ, ମନ୍ଦାକିନି, ରଶ୍ମିକା ମନ୍ଦନା ଏବଂ ପ୍ରସିଦ୍ଧ ନିର୍ଦ୍ଦେଶକ ସୁଭାଷ ଘାଇ ଏବଂ ଆଗାମୀ ଚଳଚ୍ଚିତ୍ର 'ଗୁଡ ବାଏ'ର ନିର୍ଦ୍ଦେଶକ ବିକାଶ ନଜର ଆସିଥିଲେ।

wp:html
/wp:html

ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ ଗାୟିକା ସୁଭାଷ ଘାଇଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । ଯାହା ପରେ ତାଙ୍କ ସୁବାଷ ଘାଇ ଅଭିନେତ୍ରୀ ହେବାକୁ ପ୍ରସ୍ତାବ ଦେଇଥିଲେ । ଏହା ଶୁଣିବା ପରେ ପ୍ରତିଯୋଗୀ ନିଜେ ଏହାକୁ ବିଶ୍ଵାସ କରିପାରିଲେ ନାହିଁ । ସେ ହେଉଛନ୍ତି କୋଲକାତାର ବିଦିପ୍ତା ଚକ୍ରବର୍ତ୍ତୀ । ତାଙ୍କ ସୌନ୍ଦର୍ଯ୍ୟ ଓ ସ୍ଵର ସୁଭାଷ ଘାଇଙ୍କ ହୃଦୟ ଜିତିଥିଲା । ଏଥିରେ ପ୍ରଭାବିତ ହୋଇ ଫିଲ୍ମରେ ହିରୋଇନ୍ ହେବା ପାଇଁ ଅଫର୍ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକମାନେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.