Indian Idol 11 Winner: ସନ୍ନି ହିନ୍ଦୁସ୍ତାନୀ ଜିତିଲେ ଇଣ୍ଡିଆନ୍ ଆଇଡଲ ୧୧, ମିଳିଲା ୨୫ ଲକ୍ଷ ଟଙ୍କା
24/02/2020 at 9:43 AM

ମୁମ୍ବାଇ୨୪|୨: ଇଣ୍ଡିଆନ୍ ଆଇଡଲ ୧୧ର ଫିନାଲେ ଧୁମ୍ଧାମ୍ରେ ହୋଇଛି। ସଂଗୀତର ଏହି ମହାସଂଗ୍ରାମର ସୂରରେ ମହାରଥୀଙ୍କ ମଧ୍ୟ କଡା ମୁକାବିଲା ଦେଖିବାକୁ ମିଳିଥିଲା। ସମସ୍ତ ପ୍ରତିଯୋଗୀମାନଙ୍କର ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ତେବେ ଚଳିତ ବର୍ଷ ଇଣ୍ଡିଆନ୍ ଆଇଡଲ ୧୧ର ବିଜେତା ସନ୍ନି ହିନ୍ଦୁସ୍ତାନୀ ହୋଇଛନ୍ତି। ସନ୍ନିଙ୍କୁ ଇଣ୍ଡିଆନ୍ ଆଇଡଲର ଟ୍ରଫି ସହ ୨୫ ଲକ୍ଷ ଟଙ୍କା ମିଳିଛି। ଭଟିଣ୍ଡାର ବହୁତ ଗରୀବ ପରିବାରରୁ ଆସିଛନ୍ତି ସନ୍ନି ।

ସେ ପୂର୍ବରୁ ଜୋତା ପଲିଶ କରୁଥିଲେ। ତାଙ୍କ ମା’ ବେଲୁନ୍ ବିକ୍ରୀ କରୁଥିଲେ। ଅନେକ ଥର ତାଙ୍କ ମାଆ ଅନ୍ୟମାନଙ୍କ ଘରୁ ଚାଉଳ ଆଣି ଘରେ ଖାଦ୍ୟ ତିଆରି କରୁଥିଲେ। ଏହି ଟାଇଟେଲ ଜିତି ସନ୍ନୀ ନିଜ ପରିବାରର ଦୁଃଖ ଦୂର କରିବାରେ ସଫଳ ହୋଇଛନ୍ତି। ଏହା ସହ ତାଙ୍କୁ ଭୂଷଣ କୁମାର ଟି-ସିରିଜ୍ ର ଆସନ୍ତା ଫିଲ୍ମରେ ଗାଇବା ପାଇଁ କଣ୍ଟ୍ରାକ୍ଟ ମଧ୍ୟ ଦେଇଛନ୍ତି। ସନ୍ନିଙ୍କ ପରେ ଦ୍ୱିତୀୟ ନମ୍ବରରେ ମହାରାଷ୍ଟ୍ରର ରୋହିତ ରାଉତ୍ ରହିଛନ୍ତି।

ରୋହିତଙ୍କ ପରେ ଅଙ୍କୋନା ମୁଖର୍ଜି ରନରଅପ ହୋଇଛନ୍ତି। ଉଭୟଙ୍କୁ ରନର୍ସଅପର ଟ୍ରଫି ସହ ୫-୫ ଲକ୍ଷ ଟଙ୍କା ମିଳିଛି। ଅଙ୍କୋନା ମୁଖାର୍ଜୀଙ୍କ ପରେ ଚତୁର୍ଥରେ ରିଧମ କଲ୍ୟାଣ ଏବଂ ଅଦୃଶ ଘୋଷ ପଞ୍ଚମ ସ୍ଥାନରେ ରହିଥିଲେ। ରିଧମ ଏବଂ ଅଦୃଶଙ୍କୁ ତିନି-ତିନି ଲକ୍ଷ ଦିଆଯାଇଛି। ଅଙ୍କୋନାଙ୍କୁ ଅନେକ ଦର୍ଶକଙ୍କ ଭଲପାଇବା ମିଳିଛି। ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି। ଅଙ୍କୋନା ୱାଇଲ୍ଡ କାର୍ଡ ମାଧ୍ୟମରେ ଶୋ’ରେ ଏଣ୍ଟ୍ରି କରିଥିଲେ।